Advertisment

ନିଜ ପରିସ୍ରା ପିଇଲେ କମୁଛି ବୟସ, ବ୍ରିଟେନ୍‌ ବ୍ୟକ୍ତିଙ୍କ ଦାବି

ଇଂଲଣ୍ଡ: ସର୍ବଦା ଯୌବନ ରହିବା ପାଇଁ କିଏ କେତେ କ’ଣ କରେ। କିଏ ଯୋଗ କରନ୍ତି ତ ଆଉ କିଏ ହାର୍ଡ ୱାର୍କଆଉଟ୍‌। ବୟସ ଯେମିତି କମ୍‌ ହୋଇଯିବ ତାକୁ ନେଇ ସମସ୍ତେ ତତ୍ପରତ। ସବୁ ବେଳେ ୟଙ୍ଗ ଦେଖାଯିବା ପାଇଁ ଅନେକ ଚେଷ୍ଟା କରନ୍ତି। ତେବେ ବ୍ୟାୟାମ ନୁହେଁ ସର୍ବଦା ନିଜ ପରିସ୍ରା ପିଇଲେ କମିବ ବୟସ। ଏ କଥା ଆମେ କହୁନୁ। ନିକଟରେ ବ୍ରିଟେନର ଜଣେ ବ୍ୟକ୍ତି ଏଭଳି କିଛି ଦାବି କରିଛନ୍ତି। ଇଂଲଣ୍ଡର […]

ନିଜ ପରିସ୍ରା ପିଇଲେ କମୁଛି ବୟସ, ବ୍ରିଟେନ୍‌ ବ୍ୟକ୍ତିଙ୍କ ଦାବି

drinks-his-urine

Advertisment

ଇଂଲଣ୍ଡ: ସର୍ବଦା ଯୌବନ ରହିବା ପାଇଁ କିଏ କେତେ କ'ଣ କରେ। କିଏ ଯୋଗ କରନ୍ତି ତ ଆଉ କିଏ ହାର୍ଡ ୱାର୍କଆଉଟ୍‌। ବୟସ ଯେମିତି କମ୍‌ ହୋଇଯିବ ତାକୁ ନେଇ ସମସ୍ତେ ତତ୍ପରତ। ସବୁ ବେଳେ ୟଙ୍ଗ ଦେଖାଯିବା ପାଇଁ ଅନେକ ଚେଷ୍ଟା କରନ୍ତି। ତେବେ ବ୍ୟାୟାମ ନୁହେଁ ସର୍ବଦା ନିଜ ପରିସ୍ରା ପିଇଲେ କମିବ ବୟସ। ଏ କଥା ଆମେ କହୁନୁ। ନିକଟରେ ବ୍ରିଟେନର ଜଣେ ବ୍ୟକ୍ତି ଏଭଳି କିଛି ଦାବି କରିଛନ୍ତି।

Advertisment

ଇଂଲଣ୍ଡର ଜଣେ ୩୪ ବର୍ଷୀୟ ବ୍ୟକ୍ତି। ସର୍ବଦା ସେ ନିଜ ପରିସ୍ରା ପିଉଛନ୍ତି। ନିଜ ପରିସ୍ରା ପିଇ ନିଜ ବୟସଠାରୁ ୧୦ ବର୍ଷ କମ୍‌ ଦେଖାଯାଉଛନ୍ତି ବୋଲି ସେ ଦାବି କରିଛନ୍ତି। ପରିସ୍ରା ପିଇବା ଦ୍ୱାରା କେବଳ ବୟସ କମୁନି ଅବସାଦ ମଧ୍ୟ ଦୂରେଇ ଯାଉଛି ବୋଲି ସେ କହିଛନ୍ତି।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ହାମ୍ପସାୟାରର ହ୍ୟାରି ମାଟାଡିନ ୨୦୧୬ରେ ନିଜର ପରିସ୍ରା ପିଇବା ଆରମ୍ଭ କରିଥିଲେ। ଅବସାଦରେ ଶିକାର ହେବା ପରେ ମାନସିକ ସମସ୍ୟାରୁ ଆରୋଗ୍ୟ ଲାଭ କରିବା ଲାଗି 'ୟୁରିନ୍‌ ଥେରାପି' ଆରମ୍ଭ କରିଥିଲେ। ଏହା ପରେ ସେ ଭିନ୍ନ ଏକ ଶାନ୍ତି ଅନୁଭବ କରିଥିଲେ ବୋଲି କହିଛନ୍ତି।

Advertisment

ଏହାପରଠାରୁ ସେ ନିଜ ପରିସ୍ରା ପିଇବା ସପକ୍ଷରେ ମତ ଦେଇଛନ୍ତି। ପରିସ୍ରା ପିଇବା ପରେ ଯେଉଁ ଫୂର୍ତ୍ତି ଅନୁଭବ କଲେ ତାହା ତାଙ୍କ କଳ୍ପନା ବାହାରେ ଥିଲା। ଏହାକୁ ପାନ କରିବା କ୍ଷଣି ଏହା ତାଙ୍କ ମସ୍ତିଷ୍କକୁ ଜାଗ୍ରତ କରିବା ସହ ତାଙ୍କ ଉଦାସୀନତାକୁ ଦୂର କରିଥିଲା। ଏଥିଯୋଗୁଁ ସେ ଅଧିକ ଶାନ୍ତ ଓ ଏକାଗ୍ରତା ଅନୁଭବ କରିଥିଲେ ବୋଲି ହ୍ୟାରି ମାଟାଡିନ୍ କହିଛନ୍ତି।

୩୪ ବର୍ଷୀୟା ମାଟାଡିନ୍ ଦିନକୁ ୨୦୦ ଏମଏଲ ପରିସ୍ରା ପିଅନ୍ତି । ରିପୋର୍ଟ ଅନୁଯାୟୀ, ୩୪ ବର୍ଷୀୟ ବ୍ୟକ୍ତି କେବଳ ତାଙ୍କ ପରିସ୍ରା ପିଅନ୍ତି ନାହିଁ ଏହାସହ ନିଜ ପରିସ୍ରାକୁ ମହଁରେ ମଶ୍ଚରାଇଜର ଭାବେ ବ୍ୟବହାର କରନ୍ତି। ’ୟୁରିନ୍ ଯୋଗୁଁ ମୁଁ ଖୁବ ଯୁବ ଦେଖାଯାଉଛି। ପୁରୁଣା ପରିସ୍ରା ପିଇବା ଦ୍ୱାରା ମୋ ଚେହେରା ପୁନର୍ଜୀବିତ ହୋଇଛି। ଆଉ ଏହାକୁ ମୁହଁରେ ଘଷିଲେ ତୁରନ୍ତ ଫରକ ଦେଖାଯାଏ। ମୋ ଚେହେରା ଏବେ ଯୁବ ଦେଖାଯିବା ସହ ସଫ୍ଟ ଓ ଗ୍ଲୋ କରୁଛି। ୟୁରିନ୍‌ ବ୍ୟତୀତ ମୁଁ ଆଉ କୌଣସି ସ୍କିନ୍‌କେଆର୍‌ ବ୍ୟବହାର କରେ ନାହିଁ। ଏହା ଚର୍ମ ପାଇଁ ଶ୍ରେଷ୍ଠ ଖାଦ୍ୟ’ ବୋଲି ସେ ଦାବି କରିଛନ୍ତି।

ସେପଟେ ମାଟାଡିନ୍‌ଙ୍କ ଏହି ଦାବିକୁ ନେଇ ବ୍ରିଟେନ୍‌ ଜଣେ ଡାକ୍ତର ଜେଫ୍ ଫୋଷ୍ଟର ସ୍ପଷ୍ଟ କରିଛନ୍ତି, ନିଜ ପରିସ୍ରା ପିଇବା ଅତ୍ୟନ୍ତ ଖରାପ ଏବଂ ଏହା ଡିହାଇଡ୍ରେସନ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରେ ଏବଂ ପେଟ ଭିତରେ ନାନା ଜୀବାଣୁ ସୃଷ୍ଟି ହୋଇପାରନ୍ତି। ଏହାଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe