Advertisment

ବରଫ ଭିତରେ 'ବିହୁ' ଡ୍ୟାନ୍ସ କଲେ ବିଏସ୍‌ଏଫ୍‌ ଯବାନ

ଶ୍ରୀନଗର: ପ୍ରବଳ ଥଣ୍ଡା, ଚାରିଆଡେ କେବଳ ବରଫ। ତାପମାତ୍ରା ବିଯୁକ୍ତ ୧୫ ଡିଗ୍ରୀ। ଆଉ ଏହାରି ଭିତରେ ବି ଦମ୍ଭ ଧରି ଠିଆ ହୋଇଛି ଭାରତୀୟ ସେନା। କେବଳ ସେତିକି ନୁହେଁ ବରଫ ଭିତରେ ‘ବିହୁ’ ଡ୍ୟାନ୍ସ କରିଛନ୍ତି ବିଏସ୍‌ଏଫ୍‌ର ଯବାନମାନେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଆସାମରେ ଜାନୁଆରୀ ୧୪ ଠାରୁ ତିନି ଯାଏ ବିହୁ ପର୍ବ ପାଳନ ହୁଏ। ଏହାକୁ ମାଘ ମାସରେ […]

ବରଫ ଭିତରେ 'ବିହୁ' ଡ୍ୟାନ୍ସ କଲେ ବିଏସ୍‌ଏଫ୍‌ ଯବାନ

bsf-jawans

Advertisment

ଶ୍ରୀନଗର: ପ୍ରବଳ ଥଣ୍ଡା, ଚାରିଆଡେ କେବଳ ବରଫ। ତାପମାତ୍ରା ବିଯୁକ୍ତ ୧୫ ଡିଗ୍ରୀ। ଆଉ ଏହାରି ଭିତରେ ବି ଦମ୍ଭ ଧରି ଠିଆ ହୋଇଛି ଭାରତୀୟ ସେନା। କେବଳ ସେତିକି ନୁହେଁ ବରଫ ଭିତରେ 'ବିହୁ' ଡ୍ୟାନ୍ସ କରିଛନ୍ତି ବିଏସ୍‌ଏଫ୍‌ର ଯବାନମାନେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରକୃତରେ ଆସାମରେ ଜାନୁଆରୀ ୧୪ ଠାରୁ ତିନି ଯାଏ ବିହୁ ପର୍ବ ପାଳନ ହୁଏ। ଏହାକୁ ମାଘ ମାସରେ ମାଘ ବିହୁ, ବୈଶାଖରେ ବଯହାଗ ବିହୁ ଏବଂ କାର୍ତ୍ତିକରେ କାଟି ବିହୁ ରୂପେ ପାଳନ କରାଯାଏ। ଏବେ ଆସାମର ଏହି ଲୋକ ପର୍ବକୁ ବରଫ ଭିତରେ ପାଳନ କରିଛନ୍ତି ବିଏସ୍‌ଏଫ୍‌ ଯବାନ।

କଶ୍ମୀରର ବିଯୁକ୍ତ ୧୫ ଡିଗ୍ରି ତାପମାତ୍ରାରେ ‘ବିଏସ୍‌ଏଫ୍‌’ ଯବାନମାନେ ‘ବିହୁ’ ଉତ୍ସବ ପାଳିବା ସହ ଲୋକଗୀତର ତାଳେ ତଳେ ନାଚିଛନ୍ତି।  ବର୍ଡର୍‌ ସିକ୍ୟୁରିଟି ଫୋର୍ସ କଶ୍ମୀର’ର ଟୁଇଟର୍‌ ହ୍ୟାଣ୍ଡେଲ୍‌ ଉକ୍ତ ଭିଡିଓକୁ ପୋଷ୍ଟ୍‌ କରାଯାଇଛି। ସବୁଠୁ ଖରାପ ପାଗରେ ମଧ୍ୟ ଯବାନମାନେ ହସଖୁସିରେ ଉତ୍ସାହ ମନାଉଥିବା କଥା ଏହି ନୃତ୍ୟରୁ ଜଣାପଡୁଛି।

Advertisment

କଶ୍ମୀରର କୁପୱାଡ଼ା ଜିଲ୍ଲାସ୍ଥିତ କେରାନ୍‌ ସେକ୍ଟର୍‌ରୁ ଆସିଥିବା ଉକ୍ତ ଭିଡିଓରେ ବିଯୁକ୍ତ ୧୫ ଡିଗ୍ରି ସେଲିସିୟସ୍‌ ଭଳି ଜମାଟ ବାନ୍ଧିଯିବା ଭଳି ଥଣ୍ଡାରେ ସେନା ଯବାନମାନେ ବଡ଼ ଉତ୍ସାହରେ ନୃତ୍ୟରେ ମାତିଥିବା ଦେଖିବାକୁ ମିଳିଛି।

ଏହି ଭିଡିଓର କ୍ୟାପସନରେ ଲେଖାଅଛି, 'ବରଫରେ ଆଚ୍ଛାଦିତ ପର୍ବତମାଳା, ଆଖି ମୁଦି ହେବା ଭଳି ଥଣ୍ଡା ପବନ, କାଲୁଆ ମାରିଗଲା ପରି ଥଣ୍ଡା, ନିୟନ୍ତ୍ରଣ ରେଖା ଉପରେ ୨୪ ଘଣ୍ଟା ସତର୍କ ଦୃଷ୍ଟି ରଖିବାର ଚାପ, ଘରଠୁ ଦୂର; ଏସବୁ ବିଏସ୍‌ଏଫ୍‌ ଯବାନମାନଙ୍କୁ ସୀମାନ୍ତବର୍ତ୍ତୀ କେରାନ ସେକ୍ଟର୍‌ସ୍ଥିତ ‘ଏଫ୍‌ଡିଏଲ୍‌’ରେ ନାଚ କରି ବିହୁ ପାଳନ କରିବାରୁ ନିବୃତ କରି ପାରି ନାହିଁ।

https://twitter.com/BSF_Kashmir/status/1482553636786159620?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe