Advertisment

ରେଷ୍ଟୁରାଣ୍ଟ ଭିତରେ ବୁଲୁଛି ବୁଲେଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟରେ ବୁଲୁଛି ବୁଲେଟ୍‌ ଟ୍ରେନ୍‌। ସାଧାରଣ ରୂପେ ଆପଣମାନେ ରେଲୱେ ଷ୍ଟେସନରେ ବା ରେଲୱେ ଟ୍ରାକ୍‌ ଟ୍ରେନ୍‌ ଚାଲୁଥିବା ଦେଖିଥିବେ। କିନ୍ତୁ ଏଠି ରେଷ୍ଟୁରାଣ୍ଟ ଭିତରେ ହାଇସ୍ପିଡ୍‌ ବୁଲେଟ ଟ୍ରେନ୍‌ ଗଡୁଛି। ଏହି ଟ୍ରେନ୍‌ ପ୍ରତି ଟେବୁଲରେ ଅଟକି ଖାଦ୍ୟ ମଧ୍ୟ ପରସୁଛି। ସୋଶାଲ ମିଡିଆରେ ଏଭଳି କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆଜିକାଲି ମେସିନ୍‌ ବେଶ୍‌ ଆଡଭାନ୍ସ ହୋଇଗଲାଣି। ମଣିଷମାନଙ୍କ କାମ ଏବେ ମେସିନ୍‌ ଛଡାଇ ନେଉଛି। କିଛି କାମ ମେସିନ […]

ରେଷ୍ଟୁରାଣ୍ଟ ଭିତରେ ବୁଲୁଛି ବୁଲେଟ୍‌ ଟ୍ରେନ୍‌

bullet-train

Advertisment

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟରେ ବୁଲୁଛି ବୁଲେଟ୍‌ ଟ୍ରେନ୍‌। ସାଧାରଣ ରୂପେ ଆପଣମାନେ ରେଲୱେ ଷ୍ଟେସନରେ ବା ରେଲୱେ ଟ୍ରାକ୍‌ ଟ୍ରେନ୍‌ ଚାଲୁଥିବା ଦେଖିଥିବେ। କିନ୍ତୁ ଏଠି ରେଷ୍ଟୁରାଣ୍ଟ ଭିତରେ ହାଇସ୍ପିଡ୍‌ ବୁଲେଟ ଟ୍ରେନ୍‌ ଗଡୁଛି। ଏହି ଟ୍ରେନ୍‌ ପ୍ରତି ଟେବୁଲରେ ଅଟକି ଖାଦ୍ୟ ମଧ୍ୟ ପରସୁଛି। ସୋଶାଲ ମିଡିଆରେ ଏଭଳି କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଆଜିକାଲି ମେସିନ୍‌ ବେଶ୍‌ ଆଡଭାନ୍ସ ହୋଇଗଲାଣି। ମଣିଷମାନଙ୍କ କାମ ଏବେ ମେସିନ୍‌ ଛଡାଇ ନେଉଛି। କିଛି କାମ ମେସିନ ଆଧାରିତ ହୋଇଥାଏ ତ ଆଉ କିଛି କାମ ପାଇଁ ମଣିଷଙ୍କୁ ମେସିନ୍‌ ଉପରେ ନିର୍ଭର କରିବାକୁ ପଡେ ନାହିଁ। କିନ୍ତୁ ବର୍ତ୍ତମାନର ଯୁଗରେ ମେସିନ ମଣିଷ ଉପରେ ଭାରି ପଡୁଥିବା ଦେଖିବାକୁ ମିଳିଛି। ନିକଟରେ ସୋଶାଲ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ ହୋଇଛି।

ଏବେ ରେଷ୍ଟୁରାଣ୍ଟରେ ଆଉ ୱେଟ୍‌ରମାନେ ଖାଦ୍ୟ ପରସୁ ନାହାନ୍ତି। ମଣିଷ ବଦଳରେ ଏବେ କେଉଁଠି ରୋବଟ୍‌ ତ ଆଉ କେଉଁଟି ବୁଲେଟ୍‌ ଟ୍ରେନ୍‌ ଖାଦ୍ୟ ପରସୁଛି। ଏକ ମାଇକ୍ରୋ ବୁଲେଟ୍‌ ଟ୍ରେନ୍‌ ଡାଇନିଂ ଟେବୁଲରେ ଘୁରି ବୁଲୁଛି। ଗ୍ରାହକଙ୍କ ଟେବୁଲ ପାଖକୁ ଯାଇ ଖାଦ୍ୟ ମଧ୍ୟ ପହଞ୍ଚାଉଛି ଏହି ଟ୍ରେନ୍‌।

Advertisment

ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବଡ ଟେବୁଲରେ ଗ୍ରାହକମାନେ ନିଜ ନିଜ ସିଟ୍‌ରେ ବସିଛନ୍ତି। ଖାଦ୍ୟ ପାଇଁ ସେମାନେ ଅପେକ୍ଷା କରିଛନ୍ତି। ଠିକ୍‌ ଏତିକି ବେଳେ ଟେବୁଲ ଉପରେ ଏକ ମାଇକ୍ରୋ ବୁଲେଟ୍‌ ଟ୍ରେନ୍‌ ଖାଦ୍ୟ ନେଇ ପହଞ୍ଚୁଛି। ପ୍ରତି ଗ୍ରାହକଙ୍କ ପାଖରେ ସେ ଅଟକି ଖାଦ୍ୟ ପରସୁଛି।

ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ 'earthlocus' ନାମକ ଆକାଉଣ୍ଟରୁ ଶେଆର କରାଯାଇଛି। ବର୍ତ୍ତମାନ ଯାଏଁ ଏହି ଭିଡିଓକୁ ୭୦ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି। ସେହିପରି ୬୮ ହଜାରରୁ ଅଧିକ ଲାଇକ୍ସ ମଧ୍ୟ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe