Advertisment

୯ଲକ୍ଷ ଧରି ବସ୍ ଉପରେ ୭ ଘଣ୍ଟା ବସିଲେ ମ୍ୟାନେଜର

ମୁମ୍ବାଇ: ମୁସଳଧାରା ବର୍ଷା, ଆଉ ତା’ପରେ ବନ୍ୟା। ଚାରିଆଡେ କେବଳ ପାଣି ଆଉ ପାଣି। ଅବସ୍ଥା ଏତେ ଖରାପ ଯେ, ପାଣିରେ ବସ୍ ବି ବୁଡ଼ି ଯାଉଛି। ଆଉ ଏଭଳି ଭୟଙ୍କର ପରିସ୍ଥିତିରେ ବସ୍ ଉପରେ ବସିଛନ୍ତି ମ୍ୟାନେଜର। ହାତରେ ତାଙ୍କର ୯ ଲକ୍ଷ ଟଙ୍କା। ଦୀର୍ଘ ୭ ଘଣ୍ଟା କାଳ ଜୀବନକୁ ବାଜି ଲଗାଇ ବୁଡ଼ନ୍ତା ବସ୍ ଉପରେ ବସିଛନ୍ତି ମ୍ୟାନେଜର। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଚିପଲୁନ୍ ଅଞ୍ଚଳରେ। ଡିପୋ ମ୍ୟାନେଜର […]

author-image
Madhupriya Mistry
ଅଦ୍ୟତନ ହୋଇଛି
୯ଲକ୍ଷ ଧରି ବସ୍ ଉପରେ ୭ ଘଣ୍ଟା ବସିଲେ ମ୍ୟାନେଜର

Chiplun Flood

ମୁମ୍ବାଇ: ମୁସଳଧାରା ବର୍ଷା, ଆଉ ତା’ପରେ ବନ୍ୟା। ଚାରିଆଡେ କେବଳ ପାଣି ଆଉ ପାଣି। ଅବସ୍ଥା ଏତେ ଖରାପ ଯେ, ପାଣିରେ ବସ୍ ବି ବୁଡ଼ି ଯାଉଛି। ଆଉ ଏଭଳି ଭୟଙ୍କର ପରିସ୍ଥିତିରେ ବସ୍ ଉପରେ ବସିଛନ୍ତି ମ୍ୟାନେଜର। ହାତରେ ତାଙ୍କର ୯ ଲକ୍ଷ ଟଙ୍କା। ଦୀର୍ଘ ୭ ଘଣ୍ଟା କାଳ ଜୀବନକୁ ବାଜି ଲଗାଇ ବୁଡ଼ନ୍ତା ବସ୍ ଉପରେ ବସିଛନ୍ତି ମ୍ୟାନେଜର। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଚିପଲୁନ୍ ଅଞ୍ଚଳରେ।

Advertisment

ଡିପୋ ମ୍ୟାନେଜର ରଣଜିତ ରାଜସିର୍‌କେ। ଭୋର ସାଢ଼େ ୪ଟାରେ ଅଫିସରେ ପହଞ୍ଚଥିଲେ। ଜଳସ୍ତର ବଢ଼ୁଥିବା ଦେଖି ସଂଗୃହୀତ ଅର୍ଥକୁ ହାତରେ ଧରି ବାହାରକୁ ଆସିଥିଲେ। ତେବେ ବସ୍ ଡିପୋଟି ପାଣିରେ ବୁଡି ଯାଉଥିବା ଦେଖି ଏକ ବସ୍ ଛାତ ଉପରେ ଚଢ଼ି ଯାଇଥିଲେ। ତାଙ୍କ ସହ କାର୍ଯ୍ୟାଳୟର ୬ ଜଣ ସଦସ୍ୟ ମଧ୍ୟ ଥିଲେ। ସେଠାରେ ଦୀର୍ଘ ୭ ଘଣ୍ଟା ବସି ରହିଥିଲେ। ପରେ ସେମାନଙ୍କୁ ଏନ୍‌ଡିଆର୍‌ଏଫ୍ ଟିମ୍ ଉଦ୍ଧାର କରିଥିଲା। ନିଜ ଜୀବନକୁ ବାଜି ଲଗାଇ ବନ୍ୟା ସଙ୍କଟ ମଧ୍ୟରେ ବି ରଣଜିତ ୯ଲକ୍ଷ ଟଙ୍କାର ସରକାରୀ ରାଜସ୍ୱକୁ ସୁରକ୍ଷା କରି ଅନ୍ୟଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି। ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସେହି ମୁହୂର୍ତ୍ତକୁ ମନେପକାଇ ରଜଣିତ କୁହନ୍ତି, ‘ଏହା ବେଶ୍ ଭୟାନକ ଥିଲା। ଏଭଳି ଏକ ସମୟ ଆସିଥିଲା ଯେତେବେଳେ ପାଣିସ୍ତର ବଢ଼ି ଯାଇଥିଲା ଏବଂ ବସ୍‌ଟି ଦୋହଲିବାକୁ ଲାଗିଥିଲା। ସେତେବେଳେ ଆମେ ଅଧିକ ଭୟଭୀତ ହୋଇଯାଇଥିଲୁ। ଯେକୌଣସି ମୁହୂର୍ତ୍ତରେ ପାଣିରେ ଖସି ପଡ଼ିବାର ଆଶଙ୍କା ଥିଲା। କିନ୍ତୁ ମନୋବଳ ଦୃଢ଼ କରି ଆମେ ସେଠାରେ ଅଟକି ରହିଥିଲୁ।’

Advertisment

ମହାରାଷ୍ଟ୍ରର ବହୁ ଅଞ୍ଚଳରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ବର୍ଷା ଓ ବନ୍ୟା ଯୋଗୁଁ ଏଯାଏଁ ୧୬୪ ଜଣ ପ୍ରାଣ ହରାଇସାରିଲେଣି। ସେହିପରି ୧୦୦ରୁ ଅଧିକ ନିଖୋଜ ଅଛନ୍ତି। ରିତ୍ନଗିରି, କୋଲହାପୁର, ସାଙ୍ଗଲି ଏବଂ ରାୟଗଡ ଭଳି ଜିଲ୍ଳା ଏବେବି ପାଣିରେ ବୁଡ଼ି ରହିଛି।