Advertisment

କ୍ୟାଡବରୀ ଚକୋଲେଟ୍‌ରେ ଗୋମାଂସ? ଜବାବ ରଖିଲା କମ୍ପାନୀ

ନୂଆଦିଲ୍ଲୀ: କ୍ୟାଡବରୀ ଚକୋଲେଟ୍‌ରେ ମିଶୁଛି ଗୋମାଂସ। ଗୋମାଂସରେ ତିଆରି ହେଉଛି ଏହି ଚକୋଲେଟ୍। ଯଦି କୌଣସି ଉତ୍ପାଦରେ ଜିଲେଟିନ ନାମକ ପଦାର୍ଥ ଥାଏ ତାର ଅର୍ଥ ହେଲା ଗୋମାଂସ ପ୍ରୟୋଗ କରି ଏହାକୁ ତିଆରି କରାଯାଇଛି। ଏହି ମେସେଜଟି ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହି ମେସେଜରେ କ୍ୟାଡବରୀ ଚକୋଲେଟ୍‌ରେ ଗୋମାଂସ ମିଶୁଥିବା ନେଇ ଦାବି କରାଯାଇଛି। ଖବରଟି ଭାଇରାଲ ହେବା ପରେ ଏବେ କମ୍ପାନୀ ନିଜର ଜବାବ ରଖିଛି। କମ୍ପାନୀ କହିଛି ଏହା […]

ଅଦ୍ୟତନ ହୋଇଛି
କ୍ୟାଡବରୀ ଚକୋଲେଟ୍‌ରେ ଗୋମାଂସ? ଜବାବ ରଖିଲା କମ୍ପାନୀ

Cadbury-Dairy-Milk

Advertisment

ନୂଆଦିଲ୍ଲୀ: କ୍ୟାଡବରୀ ଚକୋଲେଟ୍‌ରେ ମିଶୁଛି ଗୋମାଂସ। ଗୋମାଂସରେ ତିଆରି ହେଉଛି ଏହି ଚକୋଲେଟ୍। ଯଦି କୌଣସି ଉତ୍ପାଦରେ ଜିଲେଟିନ ନାମକ ପଦାର୍ଥ ଥାଏ ତାର ଅର୍ଥ ହେଲା ଗୋମାଂସ ପ୍ରୟୋଗ କରି ଏହାକୁ ତିଆରି କରାଯାଇଛି। ଏହି ମେସେଜଟି ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହି ମେସେଜରେ କ୍ୟାଡବରୀ ଚକୋଲେଟ୍‌ରେ ଗୋମାଂସ ମିଶୁଥିବା ନେଇ ଦାବି କରାଯାଇଛି।

Advertisment

ଖବରଟି ଭାଇରାଲ ହେବା ପରେ ଏବେ କମ୍ପାନୀ ନିଜର ଜବାବ ରଖିଛି। କମ୍ପାନୀ କହିଛି ଏହା ସମ୍ପୂର୍ଣ୍ଣ ଭୁଲ। କ୍ୟାଡବରୀ ଚକୋଲେଟରେ ଗୋମାଂସ ପ୍ରୟୋଗ କରାଯାଉନାହିଁ। ଏହି ଉତ୍ପାଦର ସମ୍ପର୍କ ଭାରତ ସହ ନାହିଁ। ଭାରତରେ ବିକ୍ରି ହେଉଥିବା ତାର ଉତ୍ପାଦରେ ଗୋମାଂସ ବା କୌଣସି ପ୍ରକାର ଅନ୍ୟ ମାଂସ ପ୍ରୟୋଗ କରାଯାଏ ନାହିଁ।

[caption id="attachment_660012" align="aligncenter" width="650"]dairy-milk କ୍ୟାଡବରୀ ଚକୋଲେଟ୍‌ରେ ଗୋମାଂସ ମିଶୁଥିବା ନେଇ ଦାବି କରାଯାଇଛି[/caption]

Advertisment

କମ୍ପାନୀ କହିଛି ଯେ ସେୟାର କରାଯାଇଥିବା ସ୍କ୍ରିନସଟ ଭାରତରେ ନିର୍ମିତ ମଡ଼େଲେଜ ଉତ୍ପାଦ ସହ ଜଡିତ ନୁହେଁ। ସ୍କ୍ରିନସଟ ସାଇଟର ୟୁଆରଏଲ Cadbury.com.au। ଏହାର ଅର୍ଥ ହେଲା ଏହା କମ୍ପାନୀର ଅଷ୍ଟ୍ରେଲିଆ ୟୁନିଟର ୱେବସାଇଟ। ଏହି ମଡ଼େଲେଜ ଇଣ୍ଟରନ୍ୟାଶନାଲ ଆମେରିକୀୟ କମ୍ପାନୀର, ଯାହାର ମାଲିକ ବର୍ତ୍ତମାନ ବ୍ରିଟିଶ କମ୍ପାନୀ। ସେଥିପାଇଁ ଭାଇରାଲ ମେସେଜରେ ଯେଉଁ ଦାବି କରାଯାଇଛି ତାହା ଭୁଲ।

ଚକୋଲେଟ କଭରରେ ସବୁଜ ରଙ୍ଗର ସର୍କଲ ରହିଛି। ଏହା ଭାରତରେ ତିଆରି ବୋଲି ଦର୍ଶାଏ। ଏ ସବୁ ଉତ୍ପାଦ ୧୦୦ ପ୍ରତିଶତ ଶାକାହାରୀ ବୋଲି କମ୍ପାନୀ ଜୋର ଦେଇ କହିଛି। କୌଣସି ମେସେଜକୁ ଭାଇରାଲ କରିବା କିମ୍ବା ଆଗକୁ ଫରୱାର୍ଡ଼ କରିବା ପୂର୍ବରୁ ତା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯାଞ୍ଚ କରିବାକୁ କମ୍ପାନୀ ଅନୁରୋଧ କରିଛି। କ୍ୟାଡ଼ବରୀ କହିଛି ଯେ ଏହିଭଳି ନକାରାତ୍ମକ ଓ ଭୁଲ ଖବର ଆମର ସମ୍ମାନିତ ଓ ବ୍ରାଣ୍ଡକୁ କ୍ଷତି ପହଞ୍ଚାଉଛି । ଏଭଳି କରିବା ଦ୍ୱାରା ଗ୍ରାହକଙ୍କ ବିଶ୍ୱାସ ମଧ୍ୟ କମୁଛି।

ଗତ କିଛି ଦିନ ତଳେ କ୍ୟାଡବରୀ ଚକୋଲେଟ୍ ଗୋମାଂସ ମିଶୁଥିବା ସ୍କ୍ରିନ୍‌ସଟ୍ ସାମ୍ନାକୁ ଆସିବା ପରେ ଅନେକ ଟ୍ୱିଟର ୟୁଜର୍ସ ଏହାକୁ ବ୍ୟାନ୍ କରିବା ପାଇଁ ଦାବି କରିଥିଲେ। ଏଭଳି କାମ ପାଇଁ ଭାରତରେ କ୍ୟାଡବରୀକୁ ଦଣ୍ଡିତ କରିବା ଉଚିତ ବୋଲି ଜଣେ ୟୁଜର କହିଥିଲେ। ଏହା ଦେଶର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ଏନେଇ ଡେରୀ ମିଲ୍କ କମ୍ପାନୀ ସ୍ପଷ୍ଟୀକରଣ ଦେଉବୋଲି ଅନେକ ଲୋକେ ଦାବି କରିଥିଲେ।

https://twitter.com/DairyMilkIn/status/1416758336909840387?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe