Advertisment

ଚାହୁଁ ଚାହୁଁ ପାର୍କିଂରେ ଛିଡ଼ା ହୋଇଥିବା କାର୍ ବୁଡ଼ିଗଲା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ମୁମ୍ବାଇରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ପାଣି ଜମିବା ଦ୍ବାରା ଲୋକଙ୍କୁ ନାହିଁ ନଥିବା ସମସ୍ୟା ହେଉଛି। ମୁମ୍ବାଇର ଘାଟକୋପର ଏକ ଆବାସିକ କମ୍ପ୍ଲେକ୍ସର ପାର୍କିଂ ସ୍ଥାନରେ ରଖାଯାଇଥିବା ଏକ କାର୍ କିଛି ସେକେଣ୍ଡ ଭିତରେ ଏକ ସିଙ୍କହୋଲରେ ବୁଡ଼ିଯାଇଛି। ଏହି ଅଜବ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ କାରର ବୋନେଟ୍‌ ଓ ଆଗପଟର ଚକା […]

ଅଦ୍ୟତନ ହୋଇଛି
ଚାହୁଁ ଚାହୁଁ ପାର୍କିଂରେ ଛିଡ଼ା ହୋଇଥିବା କାର୍ ବୁଡ଼ିଗଲା, ଦେଖନ୍ତୁ ଭିଡିଓ

car1

Advertisment

ମୁମ୍ବାଇ: ମୁମ୍ବାଇରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ପାଣି ଜମିବା ଦ୍ବାରା ଲୋକଙ୍କୁ ନାହିଁ ନଥିବା ସମସ୍ୟା ହେଉଛି। ମୁମ୍ବାଇର ଘାଟକୋପର ଏକ ଆବାସିକ କମ୍ପ୍ଲେକ୍ସର ପାର୍କିଂ ସ୍ଥାନରେ ରଖାଯାଇଥିବା ଏକ କାର୍ କିଛି ସେକେଣ୍ଡ ଭିତରେ ଏକ ସିଙ୍କହୋଲରେ ବୁଡ଼ିଯାଇଛି। ଏହି ଅଜବ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ କାରର ବୋନେଟ୍‌ ଓ ଆଗପଟର ଚକା ପ୍ରଥମେ ସିଙ୍କହୋଲରେ ବୁଡ଼ୁଥିବା ଦେଖିବାକୁ ମିଳିଛି। ଏହା ପରେ କାରର ପଛ ଭାଗ ମଧ୍ୟ ବୁଡ଼ି ଯାଉଛି। ଏହିପରି ଭାବେ ପୂରା କାର୍ ସିଙ୍କହୋଲ୍ ଭିତରେ ବୁଡ଼ି ଯାଉଛି।

Advertisment

ଏହି ଘଟଣା ଘାଟକୋପରର ତ୍ରିଭୁବନ ସୁଇଟ୍ସଷ୍ଟଲର ପଛରେ ଥିବା ରାମନିବାସ ହାଉସିଂ ସୋସାଇଟିରେ ଘଟିଛି। ଭିଡିଓ ଭାଇରାଲ୍‌ ହେବା ପରେ ବିଏମସି ପ୍ରେଟ୍ ନୋଟ୍‌ ଜରିଆରେ ସଫେଇ ଦେଇଛି ଯେ ଏହି ଘଟଣା ସହ ବିଏମସିର କୌଣସି ସମ୍ପର୍କ ନାହିଁ। ବିଏମସିର କହିବା ଅନୁଯାୟୀ, ଏହି ଖାଲ ସ୍ଥାନକୁ  ଆରସିସି ଜରିଆରେ ଅଧା ଘୋଡ଼ା ଯାଇ ଏରିଆକୁ ପାର୍କିଂ ପାଇଁ ବ୍ୟବହାର କରାଯାଉଥିଲା, ଯାହା ଆଜି ଭୁଶୁଡ଼ି ପଡ଼ିଛି। ଏହାର ପ୍ରଭାବରେ ପାର୍କିଂରେ ଥିବା କାର୍ ସେଥିରେ ବୁଡ଼ି ଯାଇଛି।

https://twitter.com/sunilcredible/status/1404040618033041408?s=20

ଏହି କାର୍ ହେଉଛି ପଙ୍କଜ ମେହତା ନାମକ ଜଣେ ବ୍ୟକ୍ତିଙ୍କର। ସୌଭାଗ୍ୟବଶତ ସେତେବେଳେ କାରରେ କୌଣସି ବ୍ୟକ୍ତି ନଥିଲେ। ବିଏମସି ଓ ପୁଲିସ୍ କାରକୁ ବାହାର କରିବାରେ ଲାଗିଛି। ଏହି କାର୍ ପାଖରେ ଥିବା ଅନ୍ୟ ଗାଡ଼ି ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ।

Advertisment

ସୂଚନାଯୋଗ୍ୟ, ପାଣିପାଗ ବିଭାଗ ସପ୍ତାହାନ୍ତରେ ସହରରେ ପ୍ରବଳ ବର୍ଷା ନେଇ ଭବିଷ୍ୟବାଣୀ କରିଛି। ଆଏମଡି ଶନିବାର ପାଇଁ ଅରେଞ୍ଜ ଆଲର୍ଟ କରିଥିବା ବେଳେ ରବିବାର ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଗତ କିଛି ଧରି ପ୍ରବଳ ବର୍ଷା କାରଣରୁ ମୁମ୍ବାଇରେ ଅଧିକାଂଶ ସ୍ଥାନରେ ଜଳ ଭରି ରହିଛି।

Mumbai Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe