କାର୍‌ ନମ୍ବର ପ୍ଲେଟରେ 'ପାପା', ଚାଲାଣ କାଟିଲା ପୁଲିସ

ଡେରାଡୁନ: ଏବେ ଚାରିଆଡେ ଗାଡ଼ି କାଗଜପତ୍ରକୁ ନେଇ କଡ଼ା ନିୟମ ରହିଛି। ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ, ପଲ୍ୟୁସନ୍‌ ସାର୍ଟିଫିକେଟ ଓ ଡିଜିଟାଲ ନମ୍ବର ପ୍ଲେଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିପାଇଁ ଚାରିଆଡେ ଜୋରଦାର ଚେକିଂ ମଧ୍ୟ ଚାଲିଛି। ଅମାନିଆଙ୍କୁ ସାବଡ କରିବା ପାଇଁ ପୁଲିସ ପୁଳା ପୁଳା ଚାଲଣ କାଟୁଛି। ଏହାରି ଭିତରେ ସାମ୍ନାକୁ ଆସିଛି ଏକ କାର୍‌ର ଅଜବ ନମ୍ବର ପ୍ଲେଟ। ଏହି ପ୍ଲେଟ୍‌ରେ ନମ୍ବର ବଦଳରେ ଲେଖା ହୋଇଛି […]

car-with-papa-number-plate

Madhupriya Mistry
  • Published: Thursday, 14 July 2022
  • , Updated: 14 July 2022, 02:51 PM IST

ଡେରାଡୁନ: ଏବେ ଚାରିଆଡେ ଗାଡ଼ି କାଗଜପତ୍ରକୁ ନେଇ କଡ଼ା ନିୟମ ରହିଛି। ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ, ପଲ୍ୟୁସନ୍‌ ସାର୍ଟିଫିକେଟ ଓ ଡିଜିଟାଲ ନମ୍ବର ପ୍ଲେଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିପାଇଁ ଚାରିଆଡେ ଜୋରଦାର ଚେକିଂ ମଧ୍ୟ ଚାଲିଛି। ଅମାନିଆଙ୍କୁ ସାବଡ କରିବା ପାଇଁ ପୁଲିସ ପୁଳା ପୁଳା ଚାଲଣ କାଟୁଛି। ଏହାରି ଭିତରେ ସାମ୍ନାକୁ ଆସିଛି ଏକ କାର୍‌ର ଅଜବ ନମ୍ବର ପ୍ଲେଟ। ଏହି ପ୍ଲେଟ୍‌ରେ ନମ୍ବର ବଦଳରେ ଲେଖା ହୋଇଛି 'ପାପା', ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜଣେ ବ୍ୟକ୍ତି ଧ୍ରୁତ ବୁଦ୍ଧି ଖଟାଇ ନମ୍ବର ପ୍ଲେଟ୍‌ରେ କରିଥିଲେ। ନୂଆ ଡିଜାଇନ୍‌ ନିଶାରେ ତିଆରି ହୋଇଥିଲା ଏହି ନମ୍ବର ପ୍ଲେଟ୍‌। ଏଥିରେ ଏଭଳି ଢଙ୍ଗରେ ଗାଡ଼ିର ନମ୍ବର ଲେଖାଯାଇଥିଲା, ଯାହା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା। ହଠାତ୍‌ ଦେଖିଲେ ଏଥିରେ ନମ୍ବର ବଦଳରେ ଶବ୍ଦ ଲେଖା ହୋଇଥିବା ଭଳି ମନେ ହେଉଥିଲା। ଗାଡ଼ିର ନମ୍ବର ୪୧୪୧କୁ ଇଂରାଜୀରେ ଲେଖାଯାଇ ତା'ଉପରେ ଏକ ଲମ୍ବା ଗାର ଟଣା ଯାଇଥିଲା। ଫଳରେ ଏହା ହିନ୍ଦୀରେ `ପାପା' ଲେଖାଯାଇଥିବା ଭଳି ଦୃଶ୍ୟମାନ ହେଉଥିଲା। ଏହି ନମ୍ବର ପ୍ଲେଟ୍‌ର ଫଟୋକୁ ଉତ୍ତରାଖଣ୍ଡ ପୁଲିସ ମଜାଳିଆ ଢଙ୍ଗରେ ଟ୍ୱିଟ୍‌ କରିଛି।

୧୯୮୭ର ସୁପରହିଟ୍‌ ଫିଲ୍ମ 'କୟାମତ୍‌ ସେ କୟାମତ୍‌ ତକ୍‌'ର ଲୋକପ୍ରିୟ ଗୀତ `ପାପା କେହେତେ ହେଁ' କୁ ଟିକେ ବୁଲେଇ ବଙ୍କେଇ ଉତ୍ତରାଖଣ୍ଡ ପୁଲିସ୍ ଲେଖିଥିଲା-  'ପାପା କେହେତେ ହେଁ ବଡା ନାମ୍‌ କରେଗା, ଗାଡି କେ ପ୍ଲେଟ୍‌ ପ୍‌ର ପାପା ଲିଖେଗା, ମଗର କୋଇ ନା ଜାନେ, ଐସେ ପ୍ଲେଟ୍‌ ପର୍‌ ହୋତା ହୈ ଚାଲାଣ…।' ଏଭଳି କିଛି ଢଙ୍ଗରେ ଗୀତ ଲେଖି କାର୍‌ ମାଲିକଙ୍କ ନାଁରେ ଚାଲାଣ କାଟିଛି ପୁଲିସ।

କାର୍‌ ମାଲିକଙ୍କ ଏହି ନମ୍ବର ପ୍ଲେଟ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଟ୍ୱିଟର୍‌ରେ କାର୍‌ ମାଲିକଙ୍କ ନାଁରେ ଅଭିଯୋଗ ଆସିଥିଲା। ଏହାପରେ ଉତ୍ତରାଖଣ୍ଡ ପୁଲିସ୍ ଗାଡି ମାଲିକଙ୍କୁ ଟ୍ରାଫିକ କାର୍ଯ୍ୟାଳୟକୁ ଡାକି ନମ୍ବର ପ୍ଲେଟ ବଦଳାଇବା ସହ ଚାଲାଣ କାଟିଥିଲା।

ଭାରତରେ ଯାନବାହାନର ନମ୍ବର ପ୍ଲେଟଗୁଡିକ ମୋଟର ଯାନ ଅଧିନିୟମ ୧୯୮୯ ଦ୍ୱାରା ପରିଚାଳିତ, ଯେଉଁଥିରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଦୁଇ ଚକିଆ ଯାନ ଏବଂ କାର ପାଇଁ ଧଳା ପୃଷ୍ଠଭୂମିରେ କଳା ରଙ୍ଗର ସଂଖ୍ୟା ଓ ବ୍ୟବସାୟିକ ଯାନ ପାଇଁ ହଳଦିଆ ପୃଷ୍ଠଭୂମିରେ କଳା ଅକ୍ଷର ରହିବା ଉଚିତ। କେବଳ ସେତିକି ନୁହେଁ ନମ୍ବର ପ୍ଲେଟରେ ଅନ୍ୟ ନାମ, ଚିତ୍ର ଏବଂ ଫ୍ୟାନ୍‌ସି ଅକ୍ଷରକୁ ମଧ୍ୟ ବାରଣ କରାଯାଇଛି।

https://twitter.com/uttarakhandcops/status/1546881890019225600?s=20&t=dEdkSTjYlo9-_tVkLmw2NA

Related story