Advertisment

କର୍ମଚାରୀଙ୍କୁ କାର୍‌ ଉପହାର, ବାଣ୍ଟିଲେ ୧୦୦ ଗାଡି

ଚେନ୍ନାଇ: କର୍ମଚାରୀମାନଙ୍କୁ କାର ଉପହାର। ଦାମି ଗାଡି ବାଣ୍ଟିଲେ କମ୍ପାନୀ ମାଲିକ। ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୧୦୦ଟି କାର ଉପହାର ଦେଲେ।  ଚେନ୍ନାଇର ଏକ ଆଇଟି କମ୍ପାନୀ କର୍ମଚାରୀମାନଙ୍କ ସେବାରେ ଖୁସି ହୋଇ ଏଭଳି ଉପହାର ଦେଇଛି। ଚେନ୍ନାଇର ଆଇଡିଆଜ୍‌-୨ଆଇଟି ନାମକ କମ୍ପାନୀ କର୍ମଚାରୀଙ୍କୁ ଏଭଳି ଗିଫ୍ଟ ଦେଇ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ। ଏହି କମ୍ପାନୀରେ ୫ଶହରୁ ଅଧିକ କର୍ମଚାରୀ କାମ କରୁଛନ୍ତି। କିନ୍ତୁ ଉତ୍କୃଷ୍ଟ ସେବା ଯୋଗାଇଥିବା ୧୦୦ କର୍ମଚାରୀଙ୍କୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କର୍ମଚାରୀଙ୍କୁ କାର୍‌ ଉପହାର, ବାଣ୍ଟିଲେ ୧୦୦ ଗାଡି

car gift to employee

ଚେନ୍ନାଇ: କର୍ମଚାରୀମାନଙ୍କୁ କାର ଉପହାର। ଦାମି ଗାଡି ବାଣ୍ଟିଲେ କମ୍ପାନୀ ମାଲିକ। ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୧୦୦ଟି କାର ଉପହାର ଦେଲେ।  ଚେନ୍ନାଇର ଏକ ଆଇଟି କମ୍ପାନୀ କର୍ମଚାରୀମାନଙ୍କ ସେବାରେ ଖୁସି ହୋଇ ଏଭଳି ଉପହାର ଦେଇଛି।

Advertisment

ଚେନ୍ନାଇର ଆଇଡିଆଜ୍‌-୨ଆଇଟି ନାମକ କମ୍ପାନୀ କର୍ମଚାରୀଙ୍କୁ ଏଭଳି ଗିଫ୍ଟ ଦେଇ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ। ଏହି କମ୍ପାନୀରେ ୫ଶହରୁ ଅଧିକ କର୍ମଚାରୀ କାମ କରୁଛନ୍ତି। କିନ୍ତୁ ଉତ୍କୃଷ୍ଟ ସେବା ଯୋଗାଇଥିବା ୧୦୦ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ୧୦୦ଟି ମାରୁତି ସୁଜୁକି କାର୍‌ ଗିଫ୍ଟ ରୂପେ ଦିଆଯାଇଛି। ଆଗାମୀ ଦିନରେ ଅଧିକ ସଂଖ୍ୟାରେ କର୍ମଚାରୀଙ୍କୁ ଉପହାର ଦିଆଯିବ। ଏହାଦ୍ୱାରା କର୍ମଚାରୀମାନଙ୍କୁ ଆହୁରି ଭଲ କାମ କରିବାରେ ପ୍ରେରଣା ମିଳିବ ବୋଲି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

कंपनी का कर्मचारी कंपनी की मिली कार के साथ फोटो खिचाते हुए।

କମ୍ପାନୀର ମାର୍କେଟିଂ ହେଡ୍‌ ସୁବ୍ରମଣ୍ୟମ୍‌ କହିବା ମୁତାବକ, ଯେଉଁ କର୍ମଚାରୀଙ୍କୁ ଏହି କାର୍‌ ଉପହାର ମିଳିଛି ସେମାନେ କମ୍ପାନୀ ସହ ୧୦ ବର୍ଷ ହେଲା ଜଡିତ। କର୍ମଚାରୀଙ୍କ ଜରିଆରେ ମିଳିଥିବା ଲାଭକୁ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିବା ପାଇ ଆମେ ସର୍ବଦା ଚେଷ୍ଟା କରିଥାଉ। ସେମାନଙ୍କ ପରିଶ୍ରମ ଅନୁଯାୟୀ ତାଙ୍କୁ ଏହି କାର୍‌ ଗିଫ୍ଟ କରାଯାଇଛି ବୋଲି ସେ କହିଛନ୍ତି।

Advertisment

ସାତ ଆଠ ବର୍ଷ ପୂର୍ବେ କମ୍ପାନୀ ଯଦି ତା' ଟାର୍ଗେଟ ପୂରଣ କରିନିଏ ତେବେ କର୍ମଚାରୀଙ୍କୁ ମଧ୍ୟ ଲାଭ ଟଙ୍କା ବାଣ୍ଟିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଆଜି ସେହି ପ୍ରତିଶ୍ରୁତି ପୂରଣ କରିଥିବା ନେଇ ଏହି ଆଇଟି କମ୍ପାନୀ ସିଇଓ ମୁରଲି ବିବେକାନନ୍ଦ କହିଛନ୍ତି।

ଆଇଡିଆଜ୍‌-୨ଆଇଟି କମ୍ପାନୀରେ ମୁଖ୍ୟ ଅଫିସ୍‌ ଚେନ୍ନାଇରେ ଅଛି। ଏହି କମ୍ପାନୀ ଫେସ୍‌ବୁକମ୍‌, ବ୍ଲୁମବର୍ଗ, ମାଇକ୍ରୋସଫ୍ଟ, ଓରାକଲ, ମୋଟୋରଲା, ରୋସ, ମେଡଟ୍ରନିକ୍‌ ଏବଂ ଏଭଳି ଅନେକ କମ୍ପାନୀକୁ ଲାଟେଷ୍ଟ ସଫ୍ଟୱେଆର ପ୍ରୋଜେକ୍ଟ ଦେବା କାମ କରେ।

https://twitter.com/ANI/status/1513628450376269827?s=20&t=2qe1O3DVfMJ4t7v8jf-H7w