Advertisment

ବିରିୟାନୀ ସହ ଖାଇଗଲେ ଦେଢ଼ ଲକ୍ଷର ସୁନା ଗହଣା

ଚେନ୍ନାଇ: ବିରିୟାନୀ ଖାଇବା ନିଶା। ବିରିୟାନୀ ଖାଉ ଖାଉ ଗିଳି ଗଲେ ସୁନା ଗହଣା। ପାଖାପାଖି ଦେଢ଼ ଲକ୍ଷର ସୁନା ଗହଣା ଖାଇଗଲେ ବ୍ୟକ୍ତି। ଏଭଳି କିଛି ଘଟଣା ଘଟିଛି ତାମିଲନାଡୁରେ। ତାମିଲନାଡୁର ଜଣେ ୩୨ ବର୍ଷୀୟ ବ୍ୟକ୍ତି ଜଣେ ବନ୍ଧୁଙ୍କ ଇଦ୍‌ ପାର୍ଟିରେ ଯୋଗ ଦେଇ ବିରିୟାନୀ ସହ ସୁନା ଗହଣା ଖାଇଯାଇଛନ୍ତି। ସୂଚନା ମୁତାବକ, ମେ’ ୩ ତାରିଖରେ ଏକ ଅଳଙ୍କାର ଦୋକାନରେ କାମ କରୁଥିବା ଜଣେ ବ୍ୟକ୍ତି ଇଦ୍‌ ପାର୍ଟିର ଆୟୋଜନ କରିଥିଲେ। […]

ଅଦ୍ୟତନ ହୋଇଛି
ବିରିୟାନୀ ସହ ଖାଇଗଲେ ଦେଢ଼ ଲକ୍ଷର ସୁନା ଗହଣା

Biriyani-1

Advertisment

ଚେନ୍ନାଇ: ବିରିୟାନୀ ଖାଇବା ନିଶା। ବିରିୟାନୀ ଖାଉ ଖାଉ ଗିଳି ଗଲେ ସୁନା ଗହଣା। ପାଖାପାଖି ଦେଢ଼ ଲକ୍ଷର ସୁନା ଗହଣା ଖାଇଗଲେ ବ୍ୟକ୍ତି। ଏଭଳି କିଛି ଘଟଣା ଘଟିଛି ତାମିଲନାଡୁରେ। ତାମିଲନାଡୁର ଜଣେ ୩୨ ବର୍ଷୀୟ ବ୍ୟକ୍ତି ଜଣେ ବନ୍ଧୁଙ୍କ ଇଦ୍‌ ପାର୍ଟିରେ ଯୋଗ ଦେଇ ବିରିୟାନୀ ସହ ସୁନା ଗହଣା ଖାଇଯାଇଛନ୍ତି।

Advertisment

ସୂଚନା ମୁତାବକ, ମେ' ୩ ତାରିଖରେ ଏକ ଅଳଙ୍କାର ଦୋକାନରେ କାମ କରୁଥିବା ଜଣେ ବ୍ୟକ୍ତି ଇଦ୍‌ ପାର୍ଟିର ଆୟୋଜନ କରିଥିଲେ। ସେ ଏହି ପାର୍ଟିକୁ ତାଙ୍କର ଜଣେ ବନ୍ଧବୀ ଓ ତାଙ୍କ ପ୍ରେମିକଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଏହି ପାର୍ଟିରେ ପରସା ଯାଇଥିବା ବିରିୟାନୀ ସମେତ ୧.୪୫ ଲକ୍ଷ ଟଙ୍କାର ସୁନା ଗହଣା ମଧ୍ୟ ଗିଳି ଯାଇଥିଲେ ଉକ୍ତ ବାନ୍ଧବୀଙ୍କ ପ୍ରେମିକ। ପୁଲିସ କହିବା ମୁତାବକ, ଏଭଳି କରିବା ସମୟରେ ସେ ନିଶାସକ୍ତ ଅବସ୍ଥାରେ ଥିଲେ।

Jewels

ତେବେ ଇଦ୍‌ ପାର୍ଟି ସରିବା ଓ ଅତିଥିମାନେ ଯିବା ପରେ ଉକ୍ତ ପାର୍ଟି ଆୟୋଜନ କରିଥିବା ବ୍ୟକ୍ତି ଜଣକ ତାଙ୍କ ଆଲମାରୀରୁ କିଛି ଅଳଙ୍କାର ଗାଏବ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ସମସ୍ତ ଅତିଥିଙ୍କ ଯାଞ୍ଚ କରିଥିଲେ। ପରେ ବାନ୍ଧବୀଙ୍କ ପ୍ରେମିକ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ଏନେଇ ସେ ଥାନାରେ ଏତଲା ଦେଇଥିଲେ।

Advertisment

ଅଭିଯୋଗ ପରେ ମେ' ୪ ତାରିଖରେ ବିରାୟାନୀ ସହ ସୁନା ଗିଳି ଦେଇଥିବା ଉକ୍ତ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ ଥାନାକୁ ଡକାଇଥିଲା। ଜେରା ପରେ ସେ ପୁଲିସ ଆଗରେ ସବୁ କଥା ସ୍ୱୀକାର କରିଥିଲେ। ଏହାପରେ ସ୍କାନିଂରୁ ତାଙ୍କ ପେଟରେ ସୁନା ଗହଣା ଥିବା ଜଣାପଡିଥିଲା।

ଗୁରୁବାର ଦିନ ଡାକ୍ତରମାନେ ‘ଏନିମା’ ପ୍ରୟୋଗ କରି ତାଙ୍କ ପେଟରୁ ୯୫,୦୦୦ ଟଙ୍କାର ଗଳାହାର ଓ ୨୫୦୦୦ ଟଙ୍କା ମୂଲ୍ୟର ସୁନା ବାହାର କରିଥିଲେ। ବାସ୍ତବ ଘଟଣା ଜାଣିବା ପରେ ‘ଇଦ୍‌ ପାର୍ଟି’ର ଆୟୋଜିକା ନିଜ ଅଭିଯୋଗ ପ୍ରତ୍ୟାହାର କ‌ରିନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe