Advertisment

ଭିନ୍ନ ସମ୍ପର୍କ, କାହାଣୀ ସମାନ, ଛତିଶଗଡର ଦାନ ମାଝୀ 'ଈଶ୍ୱର'

ରାୟପୁର: ଈଶ୍ୱରଙ୍କ କାନ୍ଧରେ ସୁରେଖା। ସମ୍ପର୍କରେ ବାପ-ଝିଅ। ଚିର ନିଦ୍ରାରେ ଶୋଇଯାଇଛି ଝିଅ। ଆଉ ଝିଅ ଶବକୁ କାନ୍ଧରେ ବୋହି ବାପ ଚାଲିଛି ଘର ଅଭିମୁଖେ। ରାସ୍ତାରେ ଆଗେଇ ଚାଲିଛି ମଣିଷ ଆମ୍ବୁଲାନ୍ସ। ହେଲେ ଆମ୍ବୁଲାନ୍ସରେ ଥିବା ଝିଅ ଦେହରେ ଆଉ ଜୀବନ ନାହିଁ। ଈଶ୍ୱର ଦାସ। ଛତିଶଗଡ଼ର ଦାନ ମଝୀ। ସେତେବେଳେ ଦାନ ମାଝୀଙ୍କ କାନ୍ଧରେ ଥିଲା ସାତ ଜନ୍ମର ସାଥିଙ୍କ ଶବ। ଏଠି କିନ୍ତୁ କାନ୍ଧରେ ଅଛି ନିଜ ରକ୍ତ, ନିଜ ଅଂଶ। କୋଳେଇ […]

ଭିନ୍ନ ସମ୍ପର୍କ, କାହାଣୀ ସମାନ, ଛତିଶଗଡର ଦାନ ମାଝୀ 'ଈଶ୍ୱର'

father-carrying-daughters-body

Advertisment

ରାୟପୁର: ଈଶ୍ୱରଙ୍କ କାନ୍ଧରେ ସୁରେଖା। ସମ୍ପର୍କରେ ବାପ-ଝିଅ। ଚିର ନିଦ୍ରାରେ ଶୋଇଯାଇଛି ଝିଅ। ଆଉ ଝିଅ ଶବକୁ କାନ୍ଧରେ ବୋହି ବାପ ଚାଲିଛି ଘର ଅଭିମୁଖେ। ରାସ୍ତାରେ ଆଗେଇ ଚାଲିଛି ମଣିଷ ଆମ୍ବୁଲାନ୍ସ। ହେଲେ ଆମ୍ବୁଲାନ୍ସରେ ଥିବା ଝିଅ ଦେହରେ ଆଉ ଜୀବନ ନାହିଁ।

Advertisment

ଈଶ୍ୱର ଦାସ। ଛତିଶଗଡ଼ର ଦାନ ମଝୀ। ସେତେବେଳେ ଦାନ ମାଝୀଙ୍କ କାନ୍ଧରେ ଥିଲା ସାତ ଜନ୍ମର ସାଥିଙ୍କ ଶବ। ଏଠି କିନ୍ତୁ କାନ୍ଧରେ ଅଛି ନିଜ ରକ୍ତ, ନିଜ ଅଂଶ। କୋଳେଇ କାଖେଇ ବଡ କରିଥିବା ଅଲିଅଳି ଝିଅ। ସମ୍ପର୍କ ଅଲଗା ହେଲେ କାହାଣୀ ସମାନ। ହେଲେ କାହିଁକି ଝିଅ ଶବକୁ କାନ୍ଧରେ ବୋହିବାକୁ ପଡ଼ିଲା ଈଶ୍ୱରଙ୍କୁ?

ଗଳା କିଛି ଦିନ ହେବ ଭଲ ନଥିଲା ସାତ ବର୍ଷର ଝିଅ ସୁରେଖାର ଦେହ। ପ୍ରବଳ ଜ୍ସର ସଙ୍ଗେ ସଙ୍ଗେ ବାପା ତାକୁ ମେଡିକାଲ ନେଇଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା। ଅକ୍ସିଜେନର ସମସ୍ୟା ଦେଖାଗଲା। ଝିଅ ଗୁରୁତର ହୋଇଗଲା ଆଉ ଚାହୁଁ ଚାହୁଁ ଜୀବନ ଚାଲିଗଲା।

Advertisment

ଝିଅକୁ ହରାଇଥିବା ଅଭାଗା ବାପା ଈଶ୍ୱର ଆମ୍ବୁଲାନ୍ସକୁ ଡାକିଲେ। ଝିଅ ଶବକୁ ଘରକୁ ନେବାପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କଲେ। ଶେଷରେ ନିଜ କନ୍ଧରେ ବୋହି ବାହାରି ପଡ଼ିଲେ ଗାଁ ଅଭିମୁଖେ। ଦୀର୍ଘ ୧୦ କିଲୋମିଟର ବାଟ ଝିଅ ଶବକୁ ବୋହି ରାସ୍ତାରେ ଆଗେଇ ଚାଲିଲା ବାପା।

ଛତିଶଗଡର ଲଖନପୁର ଗାଁରୁ ଆସିଥିବା ଏହି ଚିତ୍ର ଏବେ ସମସ୍ତଙ୍କୁ ବିଚଳିତ କରି ଦେଇଛି। ଝିଅର ମୃତଦେହକୁ କାନ୍ଧରେ ବୋହି ରାସ୍ତା ଉପରେ ଚାଲି ଚାଲି ଯାଉଥିବା ବାପାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଛତିଶଗଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ୍‌ ସିଂହଦେଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

https://twitter.com/ANI_MP_CG_RJ/status/1507551826626822146?s=20&t=X3D-Wx1xr8R2R2gr0AFOtg

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe