Advertisment

ଅଜବ ଅଫର୍‌: ତରଭୁଜ ଦିଅ, ଫ୍ଲାଟ୍‌ ନିଅ

ବେଜିଂ: ଅଭିନବ ପରିକଳ୍ପନା। ଅଜବ ଆକର୍ଷଣୀୟ ଅଫର୍‌। ତରଭୁତ ଦେଲେ ମିଳିବ ଘର। କେବଳ ତରଭୁତ ନୁହେଁ ରଷୁଣ ଦେଲେ ବି ମିଳିବ ନୂଆ ଫ୍ଲାଟ୍‌। ଏଭଳି କିଛି ଅଦ୍ଭୁତ ଅଫର୍‌ ଦେଉଛି ରିଅଲ୍‌ ଇଷ୍ଟେଟ୍‌ କମ୍ପାନୀ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଆପଣାଇଛି ଏହି ଫଣ୍ଡା। ଚୀନରେ ଏବେ ମାନ୍ଦାବସ୍ଥା ଜାରି ରହିଛି। ଯାହାର ପ୍ରଭାବ ଏବେ ସବୁ ବ୍ୟବସାୟ ଉପରେ ପଢ଼ିଛି। ଏଠାରେ ଠପ୍‌ ହେବାକୁ ବସିଲାଣି ରିଅଲ୍‌ ଇଷ୍ଟେଟ୍‌ ବେପାର। ବଡ ବଡ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅଜବ ଅଫର୍‌: ତରଭୁଜ ଦିଅ, ଫ୍ଲାଟ୍‌ ନିଅ

watermelon and home

ବେଜିଂ: ଅଭିନବ ପରିକଳ୍ପନା। ଅଜବ ଆକର୍ଷଣୀୟ ଅଫର୍‌। ତରଭୁତ ଦେଲେ ମିଳିବ ଘର। କେବଳ ତରଭୁତ ନୁହେଁ ରଷୁଣ ଦେଲେ ବି ମିଳିବ ନୂଆ ଫ୍ଲାଟ୍‌। ଏଭଳି କିଛି ଅଦ୍ଭୁତ ଅଫର୍‌ ଦେଉଛି ରିଅଲ୍‌ ଇଷ୍ଟେଟ୍‌ କମ୍ପାନୀ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଆପଣାଇଛି ଏହି ଫଣ୍ଡା।

Advertisment

ଚୀନରେ ଏବେ ମାନ୍ଦାବସ୍ଥା ଜାରି ରହିଛି। ଯାହାର ପ୍ରଭାବ ଏବେ ସବୁ ବ୍ୟବସାୟ ଉପରେ ପଢ଼ିଛି। ଏଠାରେ ଠପ୍‌ ହେବାକୁ ବସିଲାଣି ରିଅଲ୍‌ ଇଷ୍ଟେଟ୍‌ ବେପାର। ବଡ ବଡ ବ୍ୟବସାୟୀ କୋଟି କୋଟି ଟଙ୍କା କ୍ଷତି ସହିଲେଣି। ଏହାରି ଭିତରେ ଏକ ଅଜବ ଅଫର୍‌ ଜାରି ହୋଇଛି।  ବିଭିନ୍ନ ବଡ ବଡ ବିଲଡର୍ ତଥା ରିଅଲ ଇଷ୍ଟେଟ୍ ବ୍ୟବସାୟୀ ଘର ବିକି ଟଙ୍କା ବଦଳରେ ତରଭୂଜ, ଖରଭୁଜ, ରଷୁଣ ତଥା ଅନ୍ୟ କୃଷି ଉତ୍ପାଦ ଡାଉନ୍‌ପେମେଣ୍ଟ ରୂପେ ଦେବାକୁ ଅପ୍‌ସନ୍‌ ଦେଇଛନ୍ତି। ଏହି ଖବର ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ବେଜିଂର ସରକାରୀ ମିଡିଆ ଗ୍ଲୋବାଇ ଟାଇମ୍ସ ଅନୁସାରେ, ଚୀନର ଛୋଟଛୋଟ ସହରରେ ବିଲ୍ଡରମାନଙ୍କୁ ଠିକ୍ ଭାବେ ଘର ମାଲିକ ଟଙ୍କା ଦେଇପାରୁ ନାହାଁନ୍ତି। ଘର କିଣିଥିବା ବ୍ୟକ୍ତି ଡାଉନପେମେଣ୍ଟରେ ଟଙ୍କା ନଦେଇପାରି ଗହମ, ରଷୁଣ ତଥ୍ୟା ଅନ୍ୟାନ କୃଷି ଉତ୍ପାଦନ ଦେଉଛନ୍ତି। ଯାହାକୁ ନେବାକୁ ବିଲ୍ଡରମାନେ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା କୃଷକମାନେ ମଧ୍ୟ ଘର କିଣିବାର ସୁଯୋଗ ପାଇବେ ବୋଲି ଗ୍ଲୋବାଲ ଟାଇମ୍ସ କହିଛି।

Advertisment

ଜିଆଙ୍ଗସୁ ଓ ନାନଜିଙ୍ଗର ଜଣେ ବିଲ୍ଡରଙ୍କ କହିବା କଥା ହେଲା, ସେ ଏକ ନୂଆ ମାର୍କେଟିଂ ରଣନୀତି ଆରମ୍ଭ କରିଛନ୍ତି। ସେ ଘର କିଣିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ଠାରୁ ୨୦ ୟେନ୍ ବଦଳରେ କିଛି ନିର୍ଦ୍ଦିଷ୍ଟ ତରଭୂଜ କିଲୋ ହିସାବରେ ପେମେଣ୍ଟ ଭାବେ ଦେବାକୁ କହିଛନ୍ତି।

କିଛିଦିନ ତଳେ ବେଜିଂରେ ଏକ ପୋଷ୍ଟରରେ ଦେଖିବାକୁ ମିଳିଥିଲା। ଏହି ପୋଷ୍ଟର୍‌ରେ ଘର କିଣିବାକୁ ଇଚ୍ଛା ରଖିଥିବା ବ୍ୟକ୍ତି କିମ୍ବା ବିଲ୍ଡରଙ୍କୁ ସର୍ବାଧିକ ୫୦୦୦ କେଜିର ତରଭୂଜ ଦେଇପାରିବେ ବୋଲି କୁହାଯାଇଥିଲା। ଏହାଦ୍ୱାରା ସ୍ଥାନୀୟ ତରଭୂଜ ଚାଷୀମାନେ ଉପକୃତ ହୋଇପାରିବେ। କିନ୍ତୁ ଯେଉଁ କମ୍ପାନୀ ଏହି ପୋଷ୍ଟର ଲଗାଇଥିଲା ପରେ ସେ ଏହାକୁ ବାହାର କରିଦେଇଥିଲା। ସୋସିଆଲ ମିଡିଆରୁ ମଧ୍ୟ ଏହି କ୍ୟାମ୍ପେନ୍କୁ ହଟାଇ ଦେଇଥିଲେ।

ଚୀନ୍‌ରେ ଘରୋଇ ଋଣ ୧୦ ଟ୍ରିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିସାରିଛି। ଚାଇନାରେ ଥିବା ରିଏଲ୍ ଇଷ୍ଟେଟ୍ ବ୍ୟବସାୟ ସବୁଠୁ ବଡ ନିଯୁକ୍ତିଦାତା ଏବଂ ଲାଭ ପ୍ରଦାନକାରୀ ଭାବରେ ଜଣାଶୁଣା ଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ବର୍ତ୍ତମାନ ଏହା ସବୁଠାରୁ କ୍ଷତିକାରକ ବ୍ୟବସାୟରେ ପରିଣତ ହେଇଛି। ଏଫପି ରିପୋର୍ଟ ଅନୁସାରେ, ଚୀନରେ ଗତ ୧୧ ମାସ ହେଲା ଘର ବିକ୍ରି ହ୍ରାସ ପାଇଛି। ଗତବର୍ଷ ତୁଳନାରେ ମେ' ମାସରେ ୩୧.୫% ଘର ବିକ୍ରି ହ୍ରାସ ପାଇଥିଲା।