ଗଭୀର ସମୁଦ୍ର ଭିତରେ ପୁଶ-ଅପ୍ ମାରିଲେ ଗେଲ୍‌

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ହେବା ପରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଏବେ ମାଳଦ୍ୱୀପରେ ଛୁଟି ବିତାଉଛନ୍ତି । କଡ଼ା ବାୟୋ ବବଲ ଭିତରେ କରୋନା ମାମଲାର ବଢ଼ୁଥିବା ଦେଖି ବିସିସିଆଇ ମେ’ ୪ ତାରିଖରେ ଆଇପିଏଲରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ଯାହା ପରେ ସବୁ ଖେଳାଳି ନିଜ ନିଜ ଦେଶକୁ ଫେରିଯାଇଛନ୍ତି । ହେଲେ ଗେଲ୍ ସ୍ୱଦେଶ ନଫେରି ମାଳଦ୍ୱୀପ ଯାଇଛନ୍ତି […]

chris-gayle

chris-gayle

Ranjit Kumar Jena
  • Published: Tuesday, 18 May 2021
  • Updated: 18 May 2021, 10:59 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ହେବା ପରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଏବେ ମାଳଦ୍ୱୀପରେ ଛୁଟି ବିତାଉଛନ୍ତି । କଡ଼ା ବାୟୋ ବବଲ ଭିତରେ କରୋନା ମାମଲାର ବଢ଼ୁଥିବା ଦେଖି ବିସିସିଆଇ ମେ’ ୪ ତାରିଖରେ ଆଇପିଏଲରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ଯାହା ପରେ ସବୁ ଖେଳାଳି ନିଜ ନିଜ ଦେଶକୁ ଫେରିଯାଇଛନ୍ତି । ହେଲେ ଗେଲ୍ ସ୍ୱଦେଶ ନଫେରି ମାଳଦ୍ୱୀପ ଯାଇଛନ୍ତି । ମାଳଦ୍ୱୀପରୁ ଗେଲ୍ ନିଜ ଫ୍ୟାନଙ୍କ ପାଇଁ ଲଗାତାର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଅପଲୋଡ୍ କରୁଛନ୍ତି ।

‘ୟୁନିଭର୍ସ ବସ୍‌’ ନାମରେ ପରିଚିତ ଗେଲ୍ ମଙ୍ଗଳବାର ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ସେ ସ୍କୁବା ଡାଇଭିଂ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ତାଙ୍କୁ ଗଭୀର ସମୁଦ୍ରର ପାଣି ଭିତରେ ମାଛମାନଙ୍କ ସହ ଦେଖିବାକୁ ମିଳିଛି । ଏହାରି ଭିତରେ ଗେଲ୍ ପାଣି ଭିତରେ ପୁଶ-ଅପ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ନିକଟରେ ଗେଲ୍ ବର୍ଷାରେ ପିଜା ଓ ଶ୍ୟାମ୍ପେନର ମଜା ଉଠାଉଥିବାର ଭିଡିଓ ଶେଆର୍ କରିଥିଲେ । ଏହା ପୂର୍ବରୁ ସେ ବର୍ଗର ଖାଉଥିବାର ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ନିଜ ଜୀବନର ସବୁଠାରୁ ବଡ଼ ବର୍ଗର ଖାଉଛନ୍ତି ଏବଂ ଏହାକୁ ନିଜ ଘରକୁ ନେବାକୁ ଚାହୁଁଛନ୍ତି ।

ଆଇପିଏଲ୍‌-୨୦୨୧ରେ ଗେଲଙ୍କ ପ୍ରଦର୍ଶନ ଆଶା ମୁତାବକ ରହିନାହିଁ । ସେ ୮ ମ୍ୟାଚ୍ ଖେଳି ୧୩୩.୮୩ ଷ୍ଟ୍ରାଇକରେଟରେ ମୋଟ ୧୭୮ ରନ୍ କରିଛନ୍ତି । ତାଙ୍କର ବ୍ୟାଟିଂ ଆଭରେଜ୍ ୨୫.୪୨ ରହିଛି । ଗେଲ୍ ଆଇପିଏଲର ୧୪ଶ ସଂସ୍କରଣରେ ଗୋଟିଏ ବି ଅର୍ଦ୍ଧଶତକ ମାରିନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos