/odisha-reporter/media/post_attachments/uploads/2022/06/cricket.jpg)
cricket
ପ୍ୟାରିସ: ଅନେକ ସମୟରେ କ୍ରିକେଟକୁ ନେଇ ଅନେକ ମଜାଳିଆ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଆପଣମାନେ ଦେଖିଥିବେ। କିନ୍ତୁ ଏବେ ଭାଇରାଲ ହେଉଥିବା ଭିଡିଓ ଦେଖିଲେ, ଆପଣମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଫିଲ୍ଡିଂ ଟିମ୍କୁ ଚମକା ଦେଇ ଦୁଇ ଜଣ ବ୍ୟାଟର କେମିତି ୩ ରନ୍ ଦୌଡ଼ି ନେଇଛନ୍ତି, ତା’ର ଦୃଶ୍ୟ ସାମ୍ନାକୁ ଆସିଛି। ବ୍ୟାଟରେ ବଲ ବାଜି ନଥିଲେ ମଧ୍ୟ କିପର ଓ ବୋଲରଙ୍କ ବେପରୁଆ ଆଚରଣ ପାଇଁ ବ୍ୟାଟରଙ୍କୁ ମିଳିଛି ୩ ରନ୍।
ଚେକ ଗଣରାଜ୍ୟରେ ଚାଲିଥିବା ୟୁରୋପିଆନ ଲିଗ୍ ସିରିଜ୍(ଇସିଏସ୍)ର ଗୋଟିଏ ମ୍ୟାଚରେ ଏମିତି ମଜାଦାର ଘଟଣା ଘଟିଛି। ଇସିଏସ୍ ପକ୍ଷରୁ ଉକ୍ତ ଘଟଣାର ଭିଡିଓ ଶେୟାର କରାଯାଇଛି। ଭିଡିଓରେ ଭିନୋହାର୍ଡି ସିସିର ଖେଳାଳିମାନେ ପଡ଼ିଆରେ ଭୁଲ ପରେ ଭୁଲ କରି ଚାଲିଥିବା ବେଳେ ପାରୁଗ୍ୟୁଏ ବାରବାରିଆନ୍ସର ଦୁଇ ବ୍ୟାଟର ଜାହାନୁର ହକ ଓ ଆଣ୍ଡ୍ର୍ୟୁ ସିମ୍ସ ୩ ରନ୍ ଚୋରି କରି ନେବାର ଦୃଶ୍ୟ ରହିଛି।
ସେମାନେ ରନ୍ ନେବା ବେଳେ ଭିନୋହାର୍ଡିର ଖେଳାଳିମାନଙ୍କୁ ୩ ଥର ରନ ଆଉଟ କରିବାର ସୁଯୋଗ ମିଳିଥିଲା। ହେଲେ ସେମାନେ ସଫଳତା ପାଇ ନଥିଲେ। ‘କୌଣସି ରନର ସୁଯୋଗ ନଥିବା ବେଳେ ବ୍ୟାଟର ୩ ରନ୍ ଚୋରାଇ ନେଇଥିବା’ ଭିଡିଓରେ କ୍ୟାପସନ ରଖିଛି ଇସିଏସ୍। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଡ଼ିଆ ମଝିରେ ଏସବୁ ଘଟଣା ଘଟୁଥିବା ବେଳେ ଭାଷ୍ୟକାର ମଧ୍ୟ ନିଜ ହସକୁ ନିୟନ୍ତ୍ରଣ ମଧ୍ୟରେ ରଖି ପାରି ନଥିଲେ। ବ୍ୟାଟରେ ବଲ ବାଜି ନଥିଲେ ମଧ୍ୟ ବ୍ୟାଟର ଦ୍ୱୟ ୩ ରନ୍ ଆଦାୟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନାଯୋଗ୍ୟ, ବର୍ଷା ଯୋଗୁ ଏହି ମ୍ୟାଚ୍ଟିକୁ ୩ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାରବାରିଆନ୍ସ ୨ ୱିକେଟ ହରାଇ ୨୪ ରନ୍ କରିଥିଲା। ଦଳ ପକ୍ଷରୁ ହକ୍ ସର୍ବାଧିକ ୧୨ ରନ୍ କରିଥିଲେ। ୨୫ ରନର ପିଛା କରୁଥିବା ଭିନୋହାର୍ଡି ୩ ୱିକେଟ ହରାଇ କେବଳ ୧୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ବାରବାରିଆନ୍ସ ୬ ରନ୍ରେ ମ୍ୟାଚ୍ଟିକୁ ଜିତି ନେଇଛି।
They sneaked in 3️⃣ runs out of nowhere!!🤯😆 @CzechCricket#EuropeanCricketSeries#CricketInCzechRepublicpic.twitter.com/Ld3olDLeuT
— European Cricket (@EuropeanCricket) June 8, 2022
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
