Advertisment

୭୨ ବର୍ଷୀୟ ବୃଦ୍ଧଙ୍କୁ ପିଠିରେ ବୋହିଲେ, ପାହାଡ଼ ଚଢ଼ିଲେ

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ପାଇଁ ଟିକାର ବ୍ୟବସ୍ଥା କରାଯାଇଛି। କିନ୍ତୁ ପାହାଡ଼ିଆ ଅଞ୍ଚଳରେ ଟିକାକରଣ ପାଇଁ ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଜମ୍ମୁ-କଶ୍ମୀରର ରିୟାସୀ ଜିଲ୍ଲାରେ ରହୁଥିବା ମୋହନ ସିଂହ ନାମକ ଜଣେ ପୁଲିସ୍ କର୍ମୀ ମାନବିକତାର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ମୋହନ ସିଂହ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ବସାଇ ବିପଦସଙ୍କୁଳ ପାହାଡ଼ରେ ଚଢ଼ି ଟିକାକରଣ କେନ୍ଦ୍ରରେ ପହଞ୍ଚାଇଛନ୍ତି। ବୃଦ୍ଧାଙ୍କୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୭୨ ବର୍ଷୀୟ ବୃଦ୍ଧଙ୍କୁ ପିଠିରେ ବୋହିଲେ, ପାହାଡ଼ ଚଢ଼ିଲେ

MOHAN-SINGH

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ପାଇଁ ଟିକାର ବ୍ୟବସ୍ଥା କରାଯାଇଛି। କିନ୍ତୁ ପାହାଡ଼ିଆ ଅଞ୍ଚଳରେ ଟିକାକରଣ ପାଇଁ ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଜମ୍ମୁ-କଶ୍ମୀରର ରିୟାସୀ ଜିଲ୍ଲାରେ ରହୁଥିବା ମୋହନ ସିଂହ ନାମକ ଜଣେ ପୁଲିସ୍ କର୍ମୀ ମାନବିକତାର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ମୋହନ ସିଂହ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ବସାଇ ବିପଦସଙ୍କୁଳ ପାହାଡ଼ରେ ଚଢ଼ି ଟିକାକରଣ କେନ୍ଦ୍ରରେ ପହଞ୍ଚାଇଛନ୍ତି। ବୃଦ୍ଧାଙ୍କୁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ନେଉଥିବାରୁ ତାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ଲୋକେ ମୋହନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଏହି ମହାନତା ପାଇଁ ସଲାମ୍ ମଧ୍ୟ କରୁଛନ୍ତି।

https://twitter.com/DrJitendraSingh/status/1410814358293139456?s=20

କେନ୍ଦ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ମଧ୍ୟ ଏହି ପୁଲିସକର୍ମୀଙ୍କ ଜବରଦସ୍ତ ଭିଡିଓକୁ ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ଶେଆର୍ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ମୋହନ ସିଂହ କେଉଁ ଭଳି କଷ୍ଟସାଧ୍ୟ ପାହାଡ଼ିଆ ରାସ୍ତାରେ ବୃଦ୍ଧାଙ୍କୁ ନିଜ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଉଛନ୍ତି। କେନ୍ଦ୍ର ମନ୍ତ୍ରୀ କ୍ୟାପସନରେ ଲେଖିଛନ୍ତି, ଜିଲ୍ଲା ରିୟାସୀର ଆମର ଫ୍ରଣ୍ଟଲାଇନ୍ ଯୋଦ୍ଧା ଏସପିଓ ମୋହନ ସିହଙ୍କ ଉପରେ ଆମେ ଗର୍ବିତ, ଯିଏ ୭୨ ବର୍ଷୀୟ ଅବଦୁଲ୍ ଗନୀଙ୍କୁ ନିଜ ପିଠିରେ ବସାଇ ଟିକା ଦେବାରେ ସହାୟତା କରୁଛନ୍ତି।

Advertisment

୧୬ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬ହଜାରରୁ ଅଧିକ ଲୋକେ ଦେଖିସାରିଛନ୍ତି। ଲୋକେ ମଧ୍ୟ ସେହି ପୁଲିସ୍ କର୍ମୀଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି।