Advertisment

କମିଲା ସଂକ୍ରମଣ, ଖୁସିରେ ଝୁମି ଉଠିଲେ ମହିଳା ଡାକ୍ତର

ବିଡ୍ (ମହାରାଷ୍ଟ୍ର): କରୋନା ମହାମାରୀର ଦ୍ୱିତୀୟ ଲହର ସବୁଠି ଭୟର ବାତାବରଣ ସୃଷ୍ଟି କରିଛି। କିଛି ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ କିଛି ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି। ତେବେ ଏଭଳି ଭୟାବହ ପରିସ୍ଥିତିରେ ମହାରାଷ୍ଟ୍ରର ବିଡ୍ ହସ୍ପିଟାଲର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା କରୋନା ରୋଗୀଙ୍କ ମୁହଁରେ ହସ ଭରିଦେବ। କରୋନା ଭାଇରସ୍ ସଂକ୍ରମଣ ମାମଲା କମ୍ ହେବା ପରେ ହସ୍ପିଟାଲର ମହିଳା ଡାକ୍ତରମାନେ ଖୁସିରେ ଝୁମି ଉଠିଛନ୍ତି। ସେମାନଙ୍କର […]

କମିଲା ସଂକ୍ରମଣ, ଖୁସିରେ ଝୁମି ଉଠିଲେ ମହିଳା ଡାକ୍ତର

women-doctor

Advertisment

ବିଡ୍ (ମହାରାଷ୍ଟ୍ର): କରୋନା ମହାମାରୀର ଦ୍ୱିତୀୟ ଲହର ସବୁଠି ଭୟର ବାତାବରଣ ସୃଷ୍ଟି କରିଛି। କିଛି ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ କିଛି ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି। ତେବେ ଏଭଳି ଭୟାବହ ପରିସ୍ଥିତିରେ ମହାରାଷ୍ଟ୍ରର ବିଡ୍ ହସ୍ପିଟାଲର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା କରୋନା ରୋଗୀଙ୍କ ମୁହଁରେ ହସ ଭରିଦେବ। କରୋନା ଭାଇରସ୍ ସଂକ୍ରମଣ ମାମଲା କମ୍ ହେବା ପରେ ହସ୍ପିଟାଲର ମହିଳା ଡାକ୍ତରମାନେ ଖୁସିରେ ଝୁମି ଉଠିଛନ୍ତି। ସେମାନଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment

ବିଡ୍ ଜିଲ୍ଲାରେ ଅମ୍ବାଜୋଗାଇର ସ୍ୱାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ ମହିଳା ଡାକ୍ତରମାନେ ଖୁବ୍ ଡାନ୍ସ କରିଛନ୍ତି । ୧୦ ଦିନ ପରେ ଏଠାରେ କରୋନା ରୋଗୀଙ୍କ ସଂଖ୍ୟା କମିଛି। ୧୦ ଦିନ ତଳେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିଥିବା ବେଳେ ଏବେ ଏହି ସଂଖ୍ୟା ପାଖାପାଖି ୫୦କୁ ଖସି ଆସିଛି, ଯାହାକୁ ନେଇ ଡାକ୍ତରମାନେ ବହୁତ ଖୁସି ହୋଇଛନ୍ତି। ଏହି ମହିଳା ଡାକ୍ତରମାନଙ୍କୁ ୧୮ ଘଣ୍ଟା ଡ୍ୟୁଟି କରିବାକୁ ପଡ଼ିଥାଏ, ଯେଉଁଥିରୁ ସମୟ ବାହାର କରି ସେମାନେ ଏହି ଡାନ୍ସ କରିଛନ୍ତି।

https://twitter.com/jayprakashindia/status/1397830125094248448?s=20

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଥାନେରେ ଗତ ୨୪ ଘଣ୍ଟା ଭିତରେ ୯୦୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫,୧୨,୫୬୭ରେ ପହଞ୍ଚିଛି। ସେହିପରି ଦିନକ ଭିତରେ ୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏଥିସହ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୦୦୯କୁ ବୃଦ୍ଧି ପାଇଛି। ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ହାର ୧.୭୬ ପ୍ରତିଶତ ରହିଛି। ଜିଲ୍ଲା ପ୍ରଶାସନ ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକ ଓ ଚିକିତ୍ସାଧୀନ ରୋଗୀ ସମ୍ବନ୍ଧରେ କୌଣସି ସୂଚନା ଦେଇନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe