ହାଇଦ୍ରାବାଦ: ବାହାଘର ହେବ ତ ଏମିତି। ନା ବ୍ୟାଣ୍ଡ ବାଜା ବାରାତ ନା ଭୋଜିଭାତ। ବଡ଼ ରିସୋର୍ଟ କି କଲ୍ୟାଣ ମଣ୍ଡପ ବି ନାହିଁ । ଲକ୍ଷ ଲକ୍ଷ ଟଙ୍କାର ଖର୍ତ୍ତ ବି ହୋଇନି। ହେଲେ ଇଏ ଏମିତିକା ବାହାଘର ଯାହା ସବୁବେଳ ପାଇଁ ମନେ ରହିବ । ଆଡମ୍ବରପୂର୍ଣ୍ଣ ନୁହେଁ ଇଏ ଆଦର୍ଶ ବାହାଘର।
ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ନିଖିଲ ଏବଂ ରକ୍ଷା । ନିଜ ବାହାଘରକୁ ସ୍ମରଣୀୟ କରିବାକୁ ନିଷ୍ପତ୍ତି ନେଇଥିଲେ । ବଡ଼ ଧରଣର ବିବାହ ବଦଳରେ ଆଦର୍ଶ ବାହାଘର କରିବାକୁ ଯାଇ ଗୋଶାଳାରେ ହୋଇଥିଲା ବିବାହ । ଗୁହାଳରେ ପଡିଥିଲା ବର-କନିଆର ହାତଗଣ୍ଠି । କିଛି ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଗହଣରେ ଉଭୟେ ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ।
ବାହାଘର ପରେ ଭୋଜି ବି ଆୟୋଜନ ହୋଇଥିିଲା। ହେଲେ ଭୋଜି ଖାଇଥିଲେ ଗୋରୁ ଗାଇ। ଆଉ ଗୋରୁଙ୍କ ଭୋଜି ମେନୁରେ ଥିଲା ସବୁଜ ଘାସ, ତରଭୁଜ, କଦଳୀ, ଅମୃତଭଣ୍ଡା, ଆଳୁ, ଟମାଟୋ ଓ ଫଳ। ଏସବୁକୁ ଖୁସିରେ ଖାଇଥିଲେ ଗୋରୁ ଗାଇ। ଆଉ, ସେମାନଙ୍କୁ ଖୁସିରେ ଖାଇବାର ଦେଖି ଆନନ୍ଦିତ ହୋଇଥିଲେ ବର କନିଆ। ସେପଟେ ନିଖିଲ ଓ ରକ୍ଷାଙ୍କ ଆଦର୍ଶ ବିବାହକୁ ଲୋକେ ପ୍ରଶଂସା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
୮ ଥର ପଲଟିଲା କାର୍, ତଥାପି... : ଦେଖନ୍ତୁ ଭିଡିଓ
ସେମାନେ କାର୍ରୁ ବାହାରି ଶୋ’ ରୁମକୁ ଯିବା ସହ ସେଠାରେ ବେଶ ସ୍ୱାଭାବିକ ଢଙ୍ଗରେ ଚା’ ପିଇବାକୁ ମଧ୍ୟ ମାଗିଛନ୍ତି।
Viral
ଉପୁଡ଼ିଗଲା ବିରାଟକାୟ ଗଛ, ୨ ପର୍ଯ୍ୟଟକ ମୃତ; ଭିଡିଓ ଭାଇରାଲ
ମଙ୍କି ଫରେଷ୍ଟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। କିନ୍ତୁ ଏହା ମଣିଷର ନିୟନ୍ତ୍ରଣ ବାହାରେ ଥିଲା।
Viral
ହେଡ୍ଙ୍କୁ ବୋଲ୍ଡ କରିବାରୁ ସିରାଜଙ୍କୁ ଚିଡ଼ାଇଲେ ଆଡିଲେଡ ଦର୍ଶକ, ଦେଖନ୍ତୁ ଭିଡିଓ
୧୪୦ ରନ କରିଥିବା ହେଡ୍ଙ୍କୁ ଭାରତର ମହମ୍ମଦ ସିରାଜ ଚମତ୍କାର ଢଙ୍ଗରେ କ୍ଲିନବୋଲ୍ଡ କରିଛନ୍ତି। ତେବେ ସେ ହେଡ୍ଙ୍କୁ ବୋଲ୍ଡ କରିବାରୁ ତାଙ୍କୁ ଆଡିଲେଡରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆର ଦର୍ଶକମାନେ ଚିଡ଼ାଇଛନ୍ତି।
National
ଗୁଳିମାଡ଼ରୁ କେମିତି ବର୍ତ୍ତିଲେ ସୁଖବୀର ବାଦଲ; ଦେଖନ୍ତୁ ଭିଡିଓ
ଆଖି ପିଛୁଳାକେ ଆକ୍ରମଣକାରୀକୁ କାବୁ କଲେ ସେବାଦାର। ଅଳ୍ପକେ ଟଳିଲା ବଡ଼ ଅଘଟଣ।
National
ବାତ୍ୟା ପରେ ବନ୍ୟା ସ୍ଥିତି, ରାସ୍ତାରେ ଭାସୁଛି ବସ୍
ବାତ୍ୟା 'ଫେଙ୍ଗଲ୍' ଅତିକ୍ରମ କରିବା ପରେ ତାମିଲନାଡ଼ୁ ଓ ପୁଡୁଚେରୀରେ ବନ୍ୟା ସ୍ଥିତି। ରାସ୍ତାରେ କାର ଓ ବସ୍ ଭସୁଛି।