ଆଦର୍ଶ ବିବାହ: ଗୋ’ଶାଳାରେ ପଡ଼ିଲା ହାତଗଣ୍ଠି

ହାଇଦ୍ରାବାଦ: ବାହାଘର ହେବ ତ ଏମିତି। ନା ବ୍ୟାଣ୍ଡ ବାଜା ବାରାତ ନା ଭୋଜିଭାତ। ବଡ଼ ରିସୋର୍ଟ କି କଲ୍ୟାଣ ମଣ୍ଡପ ବି ନାହିଁ । ଲକ୍ଷ ଲକ୍ଷ ଟଙ୍କାର ଖର୍ତ୍ତ ବି ହୋଇନି। ହେଲେ ଇଏ ଏମିତିକା ବାହାଘର ଯାହା ସବୁବେଳ ପାଇଁ ମନେ ରହିବ । ଆଡମ୍ବରପୂର୍ଣ୍ଣ ନୁହେଁ ଇଏ ଆଦର୍ଶ ବାହାଘର। ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ନିଖିଲ ଏବଂ ରକ୍ଷା । ନିଜ ବାହାଘରକୁ ସ୍ମରଣୀୟ କରିବାକୁ ନିଷ୍ପତ୍ତି ନେଇଥିଲେ । ବଡ଼ […]

married

Madhupriya Mistry
  • Published: Sunday, 06 June 2021
  • , Updated: 06 June 2021, 03:25 PM IST

ହାଇଦ୍ରାବାଦ: ବାହାଘର ହେବ ତ ଏମିତି। ନା ବ୍ୟାଣ୍ଡ ବାଜା ବାରାତ ନା ଭୋଜିଭାତ। ବଡ଼ ରିସୋର୍ଟ କି କଲ୍ୟାଣ ମଣ୍ଡପ ବି ନାହିଁ । ଲକ୍ଷ ଲକ୍ଷ ଟଙ୍କାର ଖର୍ତ୍ତ ବି ହୋଇନି। ହେଲେ ଇଏ ଏମିତିକା ବାହାଘର ଯାହା ସବୁବେଳ ପାଇଁ ମନେ ରହିବ । ଆଡମ୍ବରପୂର୍ଣ୍ଣ ନୁହେଁ ଇଏ ଆଦର୍ଶ ବାହାଘର।

ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ନିଖିଲ ଏବଂ ରକ୍ଷା । ନିଜ ବାହାଘରକୁ ସ୍ମରଣୀୟ କରିବାକୁ ନିଷ୍ପତ୍ତି ନେଇଥିଲେ । ବଡ଼ ଧରଣର ବିବାହ ବଦଳରେ ଆଦର୍ଶ ବାହାଘର କରିବାକୁ ଯାଇ ଗୋଶାଳାରେ ହୋଇଥିଲା ବିବାହ । ଗୁହାଳରେ ପଡିଥିଲା ବର-କନିଆର ହାତଗଣ୍ଠି । କିଛି ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଗହଣରେ ଉଭୟେ ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ।

ବାହାଘର ପରେ ଭୋଜି ବି ଆୟୋଜନ ହୋଇଥିିଲା। ହେଲେ ଭୋଜି ଖାଇଥିଲେ ଗୋରୁ ଗାଇ। ଆଉ ଗୋରୁଙ୍କ ଭୋଜି ମେନୁରେ ଥିଲା ସବୁଜ ଘାସ, ତରଭୁଜ, କଦଳୀ, ଅମୃତଭଣ୍ଡା, ଆଳୁ, ଟମାଟୋ ଓ ଫଳ। ଏସବୁକୁ ଖୁସିରେ ଖାଇଥିଲେ ଗୋରୁ ଗାଇ। ଆଉ, ସେମାନଙ୍କୁ ଖୁସିରେ ଖାଇବାର ଦେଖି ଆନନ୍ଦିତ ହୋଇଥିଲେ ବର କନିଆ। ସେପଟେ ନିଖିଲ ଓ ରକ୍ଷାଙ୍କ ଆଦର୍ଶ ବିବାହକୁ ଲୋକେ ପ୍ରଶଂସା କରିଥିଲେ।

Related story