Advertisment

ଭୟଙ୍କର ବନ୍ୟା ଘେରରେ ବାହା ହେଲେ ବର-କନ୍ୟା

କାନବେରା: ଚାରିଆଡେ ଭୟଙ୍କର ବନ୍ୟା। ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି। ପ୍ରବଳ ବନ୍ୟା ଭିତରେ ସାତ ଜନମର ସାଥୀ ହେବା ପାଇଁ ଶପଥ ନେଲେ ବର-କନ୍ୟା। ହାତକୁ ଦି ହାତ ହେଲେ ଦମ୍ପତ୍ତି। ଅନୁଷ୍ଠିତ ହେଲେ ବିବାହ। ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ପ୍ରବଳ ବନ୍ୟା ପାଣି ଭିତରେ ଫଶି ରହି କେଟ୍‌ ଫୋଦେରିଙ୍ଗହମ୍‌ ଓ ୱେନ୍‌ ବେଲ ବିବାହ କରିଛନ୍ତି। ଖ୍ରୀଷ୍ଟଧର୍ମ ଅନୁଯାୟୀ ଦୁହେଁ ସତ ଜନ୍ମ ପାଇଁ […]

author-image
Madhupriya Mistry
ଭୟଙ୍କର ବନ୍ୟା ଘେରରେ ବାହା ହେଲେ ବର-କନ୍ୟା

Couple tied knot amidst floods

କାନବେରା: ଚାରିଆଡେ ଭୟଙ୍କର ବନ୍ୟା। ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି। ପ୍ରବଳ ବନ୍ୟା ଭିତରେ ସାତ ଜନମର ସାଥୀ ହେବା ପାଇଁ ଶପଥ ନେଲେ ବର-କନ୍ୟା। ହାତକୁ ଦି ହାତ ହେଲେ ଦମ୍ପତ୍ତି। ଅନୁଷ୍ଠିତ ହେଲେ ବିବାହ। ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ।

Advertisment

ପ୍ରବଳ ବନ୍ୟା ପାଣି ଭିତରେ ଫଶି ରହି କେଟ୍‌ ଫୋଦେରିଙ୍ଗହମ୍‌ ଓ ୱେନ୍‌ ବେଲ ବିବାହ କରିଛନ୍ତି। ଖ୍ରୀଷ୍ଟଧର୍ମ ଅନୁଯାୟୀ ଦୁହେଁ ସତ ଜନ୍ମ ପାଇଁ ପରସ୍ପରକୁ ସାଥୀ କରିନେଇଛନ୍ତି। କନ୍ୟା ପାରମ୍ପରିକ ଧଳା ଗାଉନ ଏବଂ ବର କଳା ରଙ୍ଗର ବ୍ଲେଜର ପିନ୍ଧି ବିବାହର ଶପଥ ପାଠ କରିଛନ୍ତି । ଏହି ନିଆରା ବିବାହର ଫଟୋ ଏବେ ସୋଶାଲ ମିଡିଆରେ ଭରାଇଲ ହେବାରେ ଲାଗିଛି।

ପ୍ରକୃତରେ ଅଷ୍ଟ୍ରେଲିଆର ଏବେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନ୍ୟୁ ସାଉଥରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି। ବନ୍ୟା ଏବଂ ଖରାପ ପାଗ ଯୋଗୁଁ ପ୍ରାୟ ୧୮ ହଜାର ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେବଳ ସେତିକି ନୁହେଁ ବିଭିନ୍ନ ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଗଛ ସବୁ ଉପୁଡି ପଡିଛି ଫଳରେ ଯାତାୟତ ଠପ୍‌ ହୋଇଯାଇଛି।

Advertisment

ଏଭଳି ପରିସ୍ଥିତିରେ କେଟ୍‌ ଏବଂ ୱେନଙ୍କ ବିବାହ ଗତ ମାର୍ଚ୍ଚ ୨୦ ତାରିଖରେ ହେବା ନେଇ ସ୍ଥିତର ହୋଇଥିଲା। କିନ୍ତୁ ସେମାନେ ବନ୍ୟା ପାଣିରେ ଫସି ଯାଇଥିଲେ। ଏସବୁ ପରେ ମଧ୍ୟ ସେମାନେ ନିଜ ବିବାହକୁ ସ୍ଥଗିତ ରଖିବାକୁ ଚାହୁଁନଥିଲେ। ତେଣୁ ବନ୍ୟା ଭିତରେ ଫଶି ମଧ୍ୟ ସେମାନେ ବିବାହ କରିଥିଲେ। ଏହାପରେ ବିଳମ୍ବ ନକରି କେଟ୍‌ ଟୁଇଟର୍‌ରେ ଉଭୟଙ୍କ ଏକ ଫଟୋ ଶେଆର କରି ସ୍ଥାନୀୟ ପ୍ରଶାସନକୁ ସହାୟତା ମାଗିଥିଲେ। ପରେ ହେଲିକପ୍ଟର ସାହାଯ୍ୟରେ ଏହି ନବ ଦମ୍ପତ୍ତି ଏବଂ ଉଭୟଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରାଯାଇଥିଲା।

କେଟ୍‌ ଏବଂ ୱିନ୍‌ଙ୍କ ବିବାହ ମିଡ୍‌ ନର୍ଥ କୋଷ୍ଟରେ ହେବାର ଥିଲା। ତେବେ ଉଦ୍ଧାର ପରେ ସେମାନେ ଘର ଠାରୁ ୫ ମିନିଟ୍‌ ଦୂରରେ ଥିବା ଏକ ଚର୍ଚ୍ଚକୁ ଯାଇଥିଲେ। ସେଠାରେ ପରିବାର ଲୋକଙ୍କ ଉପସ୍ଥିତିରେ ପାରମ୍ପରିକ ରିତିନୀତି ଅନୁସାରେ ପୁଣିଥରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।

https://twitter.com/KatelFog/status/1373859864372387841?s=20