Advertisment

କରୋନାର ନୂଆ ନିୟମ; 'MEN' ଠାରୁ ଦୂରେଇ ରୁହ, 'WOMEN'କୁ ଫଲୋ କର

ନୂଆଦିଲ୍ଲୀ: ପୂରା ଦେଶରେ ଗୁଳି ବେଗରେ ବ୍ୟାପି ଚାଲିଛି ମାହାମାରୀ କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ପୁଣି ଥରେ କଟକଣା ସବୁ କଡାକଡି କରାଯାଉଛି। କେଉଁଠି ନାଇଟ୍‌ କର୍ଫୁ ଆରମ୍ଭ ହୋଇଯାଇଛ ତ ଆଉ କେଉଁଠି ଭୋଜିଭାତ, ସମାବେଶ ଓ ରାଲି ଉପରେ ବ୍ୟାନ୍‌ ଲାଗିଛି। ତେବେ ଦ୍ରୁତ ଗତିରେ ବଢ଼ୁଥିବା କରୋନାକୁ ମାମଲାକୁ ଦୃଷ୍ଟି ରଖି ଏକ ନୂଆ ନିୟମ ଲାଗୁ କରାଯାଇଛି। ତାହା […]

author-image
Madhupriya Mistry
ଅଦ୍ୟତନ ହୋଇଛି
କରୋନାର ନୂଆ ନିୟମ; 'MEN' ଠାରୁ ଦୂରେଇ ରୁହ, 'WOMEN'କୁ ଫଲୋ କର

Covid new protocol

ନୂଆଦିଲ୍ଲୀ: ପୂରା ଦେଶରେ ଗୁଳି ବେଗରେ ବ୍ୟାପି ଚାଲିଛି ମାହାମାରୀ କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ପୁଣି ଥରେ କଟକଣା ସବୁ କଡାକଡି କରାଯାଉଛି। କେଉଁଠି ନାଇଟ୍‌ କର୍ଫୁ ଆରମ୍ଭ ହୋଇଯାଇଛ ତ ଆଉ କେଉଁଠି ଭୋଜିଭାତ, ସମାବେଶ ଓ ରାଲି ଉପରେ ବ୍ୟାନ୍‌ ଲାଗିଛି। ତେବେ ଦ୍ରୁତ ଗତିରେ ବଢ଼ୁଥିବା କରୋନାକୁ ମାମଲାକୁ ଦୃଷ୍ଟି ରଖି ଏକ ନୂଆ ନିୟମ ଲାଗୁ କରାଯାଇଛି। ତାହା ହେଲେ 'MEN' ଠାରୁ ଦୂରେଇ ରୁହ, 'WOMEN'କୁ ଫଲୋ କର।

Advertisment

ତେବେ ଏହି ନୂଆ ନିୟମକୁ ଶୁଣି ଆପଣମାନେ ନିଶ୍ଚିତ ରୂପେ ଚକିତ ହୋଇପଡିଥିବେ। ଏହି ନୂଆ ନିୟମର ଫଟୋକୁ ଜଣେ ଆଇପିଏସ୍‌ ଅଧିକାରୀ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଏଥିରେ କୋଭିଡ-୧୯ ପ୍ରଟୋକଲ୍ସ, Avoid Men, Follow Women ଲେଖା ଅଛି। ଯାହାର ଅର୍ଥ ପୁରୁଷଙ୍କ ଠାରୁ ଦୂରେଇ ରୁହନ୍ତୁ ଆଉ ମହିଳାଙ୍କ ପାଳନ କରନ୍ତୁ ବୋଲି ଆପଣମାନେ ଭାବୁଥିବେ। ଏହା ଦେଖି ଯେକେହିବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । କିନ୍ତ ପ୍ରକୃତରେ ଏହାର ଅର୍ଥ ଆପଣମାନେ ଯାହା ଭାବୁଛନ୍ତି ତାହା ନୁହେଁ।

ଫଟୋରେ Avoid Men, Follow Women ଲେଖାହୋଇଥିବା ଲାଇନ୍‌ର ତଳେ ଏହାର ପ୍ରକୃତ ଅର୍ଥ ବର୍ଣ୍ଣନା କରାଯାଇଛି। ଯେତେବେଳେ ଆପଣ ଏହାର ସମ୍ପୂର୍ଣ୍ଣ ଅର୍ଥ ପିଢ଼ିବେ ସେତେବେଳେ ଆପଣ ମଧ୍ୟ ଏହି ଲାଇନ୍‌ ଲେଖିଥିବା ବ୍ୟକ୍ତିଙ୍କ ଫ୍ୟାନ୍‌ ପାଳଟିଯିବେ। Men ଅର୍ଥ Mouth (ପାଟି), Eye(ଆଖି), Nose(ନାକ)କୁ ଛୁଇଁବା ଠାରୁ ଦୂରେଇ ରୁହନ୍ତି। ସେହିପରି Women ଅର୍ଥ Wahs your hand, Obey social Distance, Mask Up, Exercise and Eat well, No Unnecessary Traveling ବୋଲି ଲେଖାଅଛି।

Advertisment

କରୋନାକୁ ନେଇ ତିଆରି ହୋଇଥିବା ଏହି ନୂଆ ନିୟମ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଫଟୋରେ ଜୋରଦାର କମେଣ୍ଟ ମଧ୍ୟ କରିଛନ୍ତି। ତେବେ କେଉଁଠି ଏଭଳି ହୋର୍ଡିଂ ଲାଗିଛି ସେ ନେଇ କିଛି ସୂଚନା ମିଳିନାହିଁ।

https://twitter.com/rupin1992/status/1478296736900599808?s=20