Advertisment

କରୋନା ରୋଗୀଙ୍କ ପାଇଁ ଡେଲ୍ଟା ରୋବୋଟ୍‌

ନୂଆଦିଲ୍ଲୀ: ପୂରା ବିଶ୍ୱକୁ କବଳିତ କରିଛି କରୋନା। ଚାରିଆଡେ ହାହାକାର। ସମସ୍ତଙ୍କୁ କରୁଛି କଲବଲ। ବିଦେଶରେ ଏବେ ମାତିଛି କରୋନାର ଡେଲ୍ଟା ଭାରିଏଣ୍ଟ। ବିଶେଷକରି ଇଣ୍ଡୋନେସିଆ ଏବେ ଡେଲ୍ଟା ଭାରିଏଣ୍ଟ ସହ ଲଢ଼ୁଛି। ଏଠାରେ ଦିନକୁ ଦିନ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ଜଣେ ବ୍ୟକ୍ତି ତିଆରି କରିଛନ୍ତି ନିଆରା ରୋବୋଟ୍‌। ଇଣ୍ଡୋନେସିଆର ୫୩ ବର୍ଷୀୟ ଅସିୟାନ୍ତୋ। ସେ କବାଡି ଜିନିଷରେ ତିଆରି କରିଛନ୍ତି ରୋବୋଟ୍‌, ଆଉ ଏହାର ନାଁ ଦେଇଛନ୍ତି […]

ଅଦ୍ୟତନ ହୋଇଛି
କରୋନା ରୋଗୀଙ୍କ ପାଇଁ ଡେଲ୍ଟା ରୋବୋଟ୍‌

Delta robot

Advertisment

ନୂଆଦିଲ୍ଲୀ: ପୂରା ବିଶ୍ୱକୁ କବଳିତ କରିଛି କରୋନା। ଚାରିଆଡେ ହାହାକାର। ସମସ୍ତଙ୍କୁ କରୁଛି କଲବଲ। ବିଦେଶରେ ଏବେ ମାତିଛି କରୋନାର ଡେଲ୍ଟା ଭାରିଏଣ୍ଟ। ବିଶେଷକରି ଇଣ୍ଡୋନେସିଆ ଏବେ ଡେଲ୍ଟା ଭାରିଏଣ୍ଟ ସହ ଲଢ଼ୁଛି। ଏଠାରେ ଦିନକୁ ଦିନ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ଜଣେ ବ୍ୟକ୍ତି ତିଆରି କରିଛନ୍ତି ନିଆରା ରୋବୋଟ୍‌।

Advertisment

ଇଣ୍ଡୋନେସିଆର ୫୩ ବର୍ଷୀୟ ଅସିୟାନ୍ତୋ। ସେ କବାଡି ଜିନିଷରେ ତିଆରି କରିଛନ୍ତି ରୋବୋଟ୍‌, ଆଉ ଏହାର ନାଁ ଦେଇଛନ୍ତି ଡେଲ୍ଟା ରୋବୋଟ୍‌। ଘରେ ପ୍ରସ୍ତୁତ ହୋଇଥିବା ଏହି ରୋବୋଟ୍‌ ବେଶ୍‌ ଉପଯୋଗୀ। ଏହା କୀଟନାଶକ ସ୍ପ୍ରେ କରିବା ଠାରୁ ଆରମ୍ଭ କରି କୋଭିଡ ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ଖାଦ୍ୟ ପହଞ୍ଚାଇବା କାମ କରେ।

[caption id="attachment_666991" align="aligncenter" width="650"]Robot ରିମୋଟ୍‌ରେ ଚାଲିତ ଏହି ରୋବୋଟ୍‌ର ମୁଣ୍ଡକୁ ରାଇସ୍‌ କୁକର୍‌ରେ ତିଆରି କରାଯାଇଛି[/caption]

Advertisment

ଯେଉଁ କରୋନା ରୋଗୀମାନେ ସେଲ୍ଫ ଆଇସୋଲେସନରେ ରହୁଛନ୍ତି ସେମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗଉଛି  ଡେଲ୍ଟା ରୋବୋଟ୍‌। ସେମାନଙ୍କୁ ସ୍ପିକର୍‌ ଜରିଆରେ ହେଲୋ... କହିବା ସହ ତାଙ୍କ ପାଖକୁ ଖାଦ୍ୟ ପହଞ୍ଚାଏ। କେବଳ ସେତିକି ନୁହେଁ ସେମାନେ କିଭଳି ଶୀଘ୍ର ସୁସ୍ଥ ହେବେ ସେଥିପାଇଁ ପ୍ରାର୍ଥନା ମଧ୍ୟ କରେ।

ରିମୋଟ୍‌ରେ ଚାଲିତ ଏହି ରୋବୋଟ୍‌ର ମୁଣ୍ଡକୁ ରାଇସ୍‌ କୁକର୍‌ରେ ତିଆରି କରାଯାଇଛି। ସେହିପରି ତା'ର ଶରୀରଟି ପୁରୁଣା କମ୍ପ୍ୟୁଟର ମନିଟର ଏବଂ ଅନ୍ୟ କିଛି କବାଡି ଜିନିଷରେ ତିଆରି କରାଯାଇଛି। ଥରେ ଚାର୍ଜ ହେଲା ଏହାର ବ୍ୟାଟେରୀ ପ୍ରାୟ ୧୨ ଘଣ୍ଟା ଯାଏ ଚାଲେ।

ସୂଚନା ମୁତାବକ, ଡେଲ୍ଟା ରୋବୋଟ୍‌ ଇଣ୍ଡୋନେସିଆର ଟେମ୍ବୋକ ଗାଁରେ ତିଆରି ହୋଇଥିବା ଅନେକ ରୋବୋଟ ମଧ୍ୟରୁ ଗୋଟିଏ। ଉକ୍ତ ଗାଁଟି ନିଜର ଅଦ୍ଭୁତ ଉଦ୍ଭାବନ ପାଇଁ ବେଶ୍‌ ପ୍ରସିଦ୍ଧ। ଇଣ୍ଡୋନେସିଆର ଦ୍ୱିତୀୟ ବୃହତ୍ତମ ସହର ସୁରାବାୟା ଠାରେ ଏହି ଗାଁ ଉପସ୍ଥିତ, ଯେଉଁଠି ଗତ ଏକ ମାସ ଧରି କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe