Advertisment

କରୋନା ରୋକିବ ନିମ ପତ୍ର ମାସ୍କ!

ନୂଆଦିଲ୍ଳୀ: ଚାରିଆଡେ ତାଣ୍ଡବ ରଚି ଚାଲିଛି ମହାମାରୀ କରୋନା । ଏଥିରୁ ବଂଚିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ମାସ୍କ । ଏନେଇ ଡାକ୍ତର ତଥା ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଅନେକ ଲୋକେ ଏହାର ପାଳନ କରି ମାସ୍କ ପିନ୍ଧୁଥିବା ବେଳେ ଆଉ କେତେକ ପାଳନ କରୁନାହାନ୍ତି । ତେବେ ମାସ୍କ ପିନ୍ଧିବା ବଦଳରେ ଆଉ କେହି କେହି ନିଆରା ଏବଂ ନୂଆ ନୂଆ ତରିକା ଆପଣାଉଛନ୍ତି । ନିକଟରେ ଏଭଳି ହିଁ ଜଣେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କରୋନା ରୋକିବ ନିମ ପତ୍ର ମାସ୍କ!

neem mask

ନୂଆଦିଲ୍ଳୀ: ଚାରିଆଡେ ତାଣ୍ଡବ ରଚି ଚାଲିଛି ମହାମାରୀ କରୋନା । ଏଥିରୁ ବଂଚିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ମାସ୍କ । ଏନେଇ ଡାକ୍ତର ତଥା ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଅନେକ ଲୋକେ ଏହାର ପାଳନ କରି ମାସ୍କ ପିନ୍ଧୁଥିବା ବେଳେ ଆଉ କେତେକ ପାଳନ କରୁନାହାନ୍ତି । ତେବେ ମାସ୍କ ପିନ୍ଧିବା ବଦଳରେ ଆଉ କେହି କେହି ନିଆରା ଏବଂ ନୂଆ ନୂଆ ତରିକା ଆପଣାଉଛନ୍ତି । ନିକଟରେ ଏଭଳି ହିଁ ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି, ଯିଏକି ନିମ ପତ୍ରରେ ତିଆରି କରିଛନ୍ତି ନିଆରା ମାସ୍କ ।

Advertisment

ଉତ୍ତରପ୍ରଦେଶଲକ୍ଷ୍ମୀପୁର ଖିରି ଜିଲ୍ଲା ବଗରେଠି ଗାଁର ରୁହନ୍ତି ମହେନ୍ଦ୍ର ସିଂହ । ସେ କରୋନାରୁ ବଂଚିବା ପାଇଁ ମୁହଁରେ ଲଗାଇଛନ୍ତି ନିମ ପତ୍ର । ଏହି ନିମ ପତ୍ରକୁ ସେ ମାସ୍କ ଭଳି ପିନ୍ଧିଛନ୍ତି । ସେ ନିମ ପତ୍ର ସହ ମୁହଁରେ ତୁଣ୍ଡି ବାନ୍ଧିଛନ୍ତି । ତାଙ୍କର ଏହି ନିଆରା ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଭଳି ମାସ୍କ ପିନ୍ଧିବା ପାଇଁ ତାଙ୍କୁ ସରକାରୀ ହସ୍ପିଟାଲର ଜଣେ ଅଧିକାରୀ ହିଁ ଦେଇଥିବା ମହେନ୍ଦ୍ର ସିଂହ କହିଛନ୍ତି । ମାସ୍କରେ ନିମ ପତ୍ର ଲଗାଇବା ଦ୍ୱାରା ଫାଇଦା ମିଳେ ବୋଲି ଉକ୍ତ ଅଧିକାରୀ ଜଣକ କହିଥିବା ସେ କହିଛନ୍ତି । ଏହି ମାସ୍କ ପିନ୍ଧିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେଉନଥିବା ମହେନ୍ଦ୍ର କହିଛନ୍ତି। ମହେନ୍ଦ୍ରଙ୍କୁ ଦେଖି ଏବେ ତାଙ୍କ ଗାଁର କିଛି ଲୋକେ ମଧ୍ୟ ନିମ ପତ୍ରରେ ତିଆରି ମାସ୍କ ପିନ୍ଧିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

Advertisment

ସୂଚନା ମୁତାବକ ଲକ୍ଷ୍ମୀପୁର ଜିଲ୍ଲାର ବଗରେଠି ଗାଁରେ କରୋନା ସଙ୍କଟ ଜାରି ରହିଛି। ହୋଲି ପରେ ଗାଁରେ ଏଯାଏଁ କରୋନାରେ ୧୫ରୁ ୨୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି । ଅଧିକାଂଶ ଲୋକ ଥଣ୍ଡା ଜ୍ୱରରେ ପୀଡିତ ଅଛନ୍ତି। ଏଭଳି ସ୍ଥିତିରେ ନିମ ଗଛ ରାମବାଣ ଭଳି କାମ କରୁଥିବା ଗାଁର କିଛି ଲୋକେ କହିଛନ୍ତି ।

Uttar Pradesh Odia Offbeat