Advertisment

ବୁର୍ଲା ବଡ଼ ଡାକ୍ତରଖାନାର ମେଡିସିନ୍ ୱାର୍ଡରେ ବୁଲୁଛି ଗାଈ, ଭିଡିଓ ଭାଇରାଲ୍

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗରେ ଗାଈ ବୁଲିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯାହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। କୌଣସି ଉପାନ୍ତ ଅଞ୍ଚଳର ଛୋଟ ଡାକ୍ତରଖାନା ହୋଇଥିଲେ ହୁଏତ କେହି ଏତେ ଗୁରୁତ୍ୱ ଦେଇ ନଥା’ନ୍ତେ। କିନ୍ତୁ ବୁର୍ଲା ବଡ଼ ଡାକ୍ତରଖାନାରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି। କାରଣ ଏଠାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ୍ ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି ଏହା […]

author-image
Jitendra Garnayak
ଅଦ୍ୟତନ ହୋଇଛି
ବୁର୍ଲା ବଡ଼ ଡାକ୍ତରଖାନାର ମେଡିସିନ୍ ୱାର୍ଡରେ ବୁଲୁଛି ଗାଈ, ଭିଡିଓ ଭାଇରାଲ୍

Cow

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗରେ ଗାଈ ବୁଲିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯାହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

Advertisment

କୌଣସି ଉପାନ୍ତ ଅଞ୍ଚଳର ଛୋଟ ଡାକ୍ତରଖାନା ହୋଇଥିଲେ ହୁଏତ କେହି ଏତେ ଗୁରୁତ୍ୱ ଦେଇ ନଥା’ନ୍ତେ। କିନ୍ତୁ ବୁର୍ଲା ବଡ଼ ଡାକ୍ତରଖାନାରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି। କାରଣ ଏଠାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ୍ ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି ଏହା ପରିସରରେ ବିଭିନ୍ନ ସ୍ଥାନରେ ଘରୋଇ ସୁରକ୍ଷାକର୍ମୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହା ସହିତ ସିସିଟିଭି ମଧ୍ୟ ଲଗାଯାଇଛି। ତା’ସତ୍ତ୍ୱେ ଗାଈ ପଶିଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଗାଈଟି ବେଶ୍ ଆରମରେ ହସ୍ପିଟାଲ ବାରଣ୍ଡାରେ ଯାଉଛି। ବରଣ୍ଡାରେ ସ୍ଥାନେ ସ୍ଥାନେ ରୋଗୀଙ୍କ ସମ୍ପର୍କୀୟମାନେ ତଳେ ମଧ୍ୟ ଶୋଇଛନ୍ତି। କିଛି ବ୍ୟକ୍ତି ଗାଈ ବୁଲିବାର ଭିଡିଓ ଉତ୍ତୋଳନ କରିବା ସହିତ ତାକୁ ସେଠାରୁ ତଡ଼ିବା ପାଇଁ ପ୍ରୟାସ କରିଛନ୍ତି।

Advertisment

ହସ୍ପିଟାଲ୍‌ ବରଣ୍ଡାରେ ଶୋଉଥିବା ରୋଗୀଙ୍କ ସଂପର୍କୀୟମାନେ ଏହି ଘଟଣା ପରେ ଭୟଭୀତ ହୋଇଯାଇଥିବା ବେଳେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।