crpf jawan
ଲକ୍ଷ୍ନୌ: ସହିଦଙ୍କ ଭଉଣୀ ପାଇଁ ଆଗେଇ ଆସିଲେ ଯବାନ। ନିଜେ ଭାଇ ସାଜି ତୁଲାଇଲେ କର୍ତ୍ତବ୍ୟ। ଭଉଣୀକୁ ଏକାକରି ଚାଲିଯାଇଥିବା ସହିସ ଭାଇର ନେଲେ ସ୍ଥାନ। ତା' ପାଲଟିଲେ ଭାଇ। ସେହିପରି ବୁଢ଼ା ବାପାଙ୍କ ସାଜିଲେ ସାହାରା। ବଡ ପୁଅ ସାଜି ଭଉଣୀଙ୍କୁ ବିବାହ ପାଇଁ ବେଦୀ ଉପରକୁ ପାଛୋଟି ଆଣିଲେ ସିଆର୍ପିଏଫ୍ ଯବାନ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରେଦଶର ରାଏବରେଲୀରେ।
ଦକ୍ଷିଣ କାଶ୍ମୀରର ପୁଲୱାମାରେ ଡ୍ୟୁଟି କରୁଥିବା ବେଳେ ଗତ ୨୦୨୦ ମସିହା ଅକ୍ଟୋବର ୫ ତାରିଖରେ ଯବାନ ଶୈଳେନ୍ଦ୍ର ପ୍ରତାପ ସିଂ ସହିଦ ହୋଇଥିଲେ। ଦୁଇଦିନ ତଳେ ତାଙ୍କ ଭଉଣୀ ଜ୍ୟୋତିର ବାହାଘର ଥିଲା । ନିଜ ଏକମାତ୍ର ପୁଅକୁ ହରାଇ ଶୈଳେନ୍ଦ୍ରଙ୍କ ବାପା ଭାଙ୍ଗିପଡିଥିବା ବେଳେ ହଠାତ ତାଙ୍କ ଘରେ ପହଞ୍ଚି ଯାଇଥିଲେ ତାଙ୍କ ସାଥୀ ଯବାନମାନେ। ବାହାଘରରେ ବଡ଼ ଭାଇ, ବଡ଼ ପୁଅର ଭୂମିକା ଯାହା ସେମାନେ ତୁଲାଇଥିଲେ।
/odisha-reporter/media/post_attachments/indiatoday/images/bodyeditor/202112/IMG-20211214-WA0344-1200x576.jpg)
ସିଆର୍ପିଏଫ୍ ଦ୍ୱାରା କରାଯାଇଥିବା ଟ୍ୱିଟ୍ରେ ସହିଦ ଯବାନଙ୍କ ବାହାଘର ବେଳର କିଛି ଫଟୋକୁ ଟ୍ୱିଟ୍ କରାଯାଇଛି। ଏହି ଫଟୋରେ ଯବାନମାନେ ୟୁନିଫର୍ମ ପିନ୍ଧି କନିଆଁକୁ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନେଉଛନ୍ତି। ଏହି କାମକୁ ସାଧାରଣତଃ ରୂପେ ବିବାହ ବେଳେ ଭାଇମାନେ କରନ୍ତି। ସହିଦ ଯବାନ ଶୈଳେନ୍ଦ୍ରଙ୍କ ଅଭାବକୁ ପୂରଣ କରିବାକୁ ଯାଇ ସିଆର୍ପିଏଫ୍ ଯବାନମାନେ ବଡ ଭାଇ ରୂପେ ବିବାହରେ ସାମିଲ ହୋଇଥିଲେ ବୋଲି ଟ୍ୱିଟ୍ରେ କୁହାଯାଇଛି।
ବିବାହରେ ସାମିଲ ହୋଇ ଯବାନମାନେ ବରକୁ ଆଶୀର୍ବାଦ ଦେବା ସହ ସହିଦ ଶୈଳେନ୍ଦଙ୍କ ଭଉଣୀକୁ ଉପହାର ମଧ୍ୟ ଦେଇଛନ୍ତି। ଶୈଳେନ୍ଦ୍ର ପ୍ରତାପ ସିଂହଙ୍କ ବାପାଙ୍କ କହିବା ମୁତାବକ, 'ମୋ ପୁଅ ଆଉ ଏହି ଦୁନିଆରେ ନାହିଁ, କିନ୍ତୁ ବର୍ତ୍ତମାନ ଆମର ଅନେକ ପୁଅ CRPF ଯବାନଙ୍କ ରୂପରେ ଅଛନ୍ତି, ଯେଉଁମାନେ ସର୍ବଦା ଆମ ପାଖରେ ସୁଖ ଦୁଃଖରେ ଠିଆ ହୁଅନ୍ତି।'
ସୂଚନା ମୁତାବକ, ଗତବର୍ଷ ଅକ୍ଟୋବର ଶ୍ରୀନଗରର ସ୍ଥିତ ଏକ ରାଜମାର୍ଗରେ ଡ୍ୟୁଟିରେ ଥିବା କିଛି ସିଆର୍ପିଏଫ୍ କର୍ମଚାରୀଙ୍କ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ଏହି ଆକ୍ରମଣରେ ଦୁଇ ଯବାଦ ସହିଦ ହୋଇଥିଲେ ଏବଂ ୫ ଜଣ ଆହତ ହୋଇଥିଲେ। ଏହି ସହିଦ ଯବାନଙ୍କ ମଧ୍ୟ ଶୈଳେନ୍ଦ୍ର ପ୍ରତାପ ସିଂହ ଥିଲେ।
https://twitter.com/saurabhsherry/status/1470727628831084544?s=20
https://twitter.com/crpfindia/status/1470713603967705101?s=20
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/crpf-jawan.jpg)