Advertisment

କ୍ୟାମେରାରେ କଏଦ ହେଲା ଦିନ ଦ୍ୱିପହରରେ ହାତୀର ଚୋରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ ମଡିଆରେ ପ୍ରାୟତଃ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ଆଉ ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ଏଭଳି ଭିଡିଓ ଦେଖି ଖୁସି ମଧ୍ୟ ହୁଅନ୍ତି। ତେବେ ଆପଣ ଜୀବନରେ ଦିନ ଆଲୁଅରେ ବିଚ୍ ରାସ୍ତାରେ ଚୋରି କଥା ତ କେବେ ନା କେବେ ଶୁଣିଥିବା ବା ଦେଖିଥିବେ। ଠିକ୍ ସେହିଭଳି ଏକ ଚୋରିର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ହେଲେ ଏହି ଚୋର ଟିକେ ନିଆରା… ଭିଡିଓରେ ଦିନ […]

ଭୋଜି ଖାଇ ମା’ ସହ ଫେରୁଥିଲା ଦେଢ଼ ବର୍ଷର ଝିଅ, କଚାଡ଼ି ଦେଲା ହାତୀ

elephant

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ ମଡିଆରେ ପ୍ରାୟତଃ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ଆଉ ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ଏଭଳି ଭିଡିଓ ଦେଖି ଖୁସି ମଧ୍ୟ ହୁଅନ୍ତି। ତେବେ ଆପଣ ଜୀବନରେ ଦିନ ଆଲୁଅରେ ବିଚ୍ ରାସ୍ତାରେ ଚୋରି କଥା ତ କେବେ ନା କେବେ ଶୁଣିଥିବା ବା ଦେଖିଥିବେ। ଠିକ୍ ସେହିଭଳି ଏକ ଚୋରିର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ହେଲେ ଏହି ଚୋର ଟିକେ ନିଆରା...

Advertisment

ଭିଡିଓରେ ଦିନ ଦ୍ୱିପହରେ ଗୋଟିଏ ହାତୀକୁ ଚୋରି କରୁଥିବାର ଦେଖିବାକୁ ମିଳିଛି। ଚଳନ୍ତା ବସକୁ ଅଟକାଇ ଜବରଦସ୍ତ ନିଜ ସୁଣ୍ଢରେ କଳଦୀ ନେଉଯାଉଛି ହାତୀ। ଡ୍ରାଇଭରକୁ ସୁଣ୍ଢ ବଳରେ ଅକ୍ତିଆର କରି ହାତୀ କଦଳୀ ଲୁଟ୍ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ହାତୀ କଦଳୀ ଲୁଟ୍ କରିସାରିବା ପରେ ଡ୍ରାଇଭର ପ୍ରାଣ ବିକଳରେ ବସ୍ ଷ୍ଟାର୍ଟ କରି ସେଠାରୁ ପଳାୟନ କରନ୍ତି।

Advertisment

ତେବେ ଏହା ଏକ ପୁରୁଣା ଭିଡିଓ ଏବଂ ଏହି ଦୃଶ୍ୟ ଶ୍ରୀଲଙ୍କାର କଣ୍ଟାରଗ୍ରାମର ବୋଲି କୁହାଯାଉଛି। ତେବେ ଆଇଏଫଏସ୍ ପ୍ରବୀଣ କାସଓ୍ୱାନ ଏହି ଭିଡିଓଟିକୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଏହାପରେ ଭିଡିଓଟି ଖୁବ୍ ଭାଇରାଲ ହେଉଛି। ଭିଡିଓଟିକୁ ଶେୟାର କରି 'ଦିନ ଦ୍ୱିପହରରେ ରାଜପଥ ଉପରେ ଚୋରି' ବୋଲି କ୍ୟାପଶନରେ ଲେଖିଛନ୍ତି।

Viral Video Social Media
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe