Advertisment

ସମ୍ପୂର୍ଣ୍ଣ ଗୁଜବ: ଟିକା ନେଲେ ୨ ବର୍ଷ ମଧ୍ୟରେ ମୃତ୍ୟୁ ହେବ ଖବରର ସତ୍ୟତା ନାହିଁ

କରୋନା ବିରୋଧରେ ଅମୋଘ ଅସ୍ତ୍ର ହେଉଛି ଟିକା। ଭାରତ ସମେତ ସାରା ବିଶ୍ୱ ଏବେ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି। ଲୋକମାନେ କିଭଳି ଅଧିକରୁ ଅଧିକ ଟିକା ନେବେ ସେ ନେଇ ସରକାର ପ୍ରୟାସ କରୁଛନ୍ତି। ଏହାରି ଭିତରେ ଏକ ଓ୍ୱେବସାଇଟରେ ଟିକା ନେଲେ ମୃତ୍ୟୁ ହୋଇଯିବ ବୋଲି ଏକ ଖବର ପ୍ରକାଶ ପାଇଛି। ଏହି ଖବର ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶରେ ଟିକା ଏବଂ ଏହାର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ସମ୍ପୂର୍ଣ୍ଣ ଗୁଜବ: ଟିକା ନେଲେ ୨ ବର୍ଷ ମଧ୍ୟରେ ମୃତ୍ୟୁ ହେବ ଖବରର ସତ୍ୟତା ନାହିଁ

fact-check

କରୋନା ବିରୋଧରେ ଅମୋଘ ଅସ୍ତ୍ର ହେଉଛି ଟିକା। ଭାରତ ସମେତ ସାରା ବିଶ୍ୱ ଏବେ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି। ଲୋକମାନେ କିଭଳି ଅଧିକରୁ ଅଧିକ ଟିକା ନେବେ ସେ ନେଇ ସରକାର ପ୍ରୟାସ କରୁଛନ୍ତି। ଏହାରି ଭିତରେ ଏକ ଓ୍ୱେବସାଇଟରେ ଟିକା ନେଲେ ମୃତ୍ୟୁ ହୋଇଯିବ ବୋଲି ଏକ ଖବର ପ୍ରକାଶ ପାଇଛି। ଏହି ଖବର ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶରେ ଟିକା ଏବଂ ଏହାର ଗୁଣାତ୍ମକ ମାନକୁ ନେଇ ରାଜନୀତି ଚାଲିଥିବା ବେଳେ ଏହି ଲିଙ୍କକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି। ଏବେ ଏହି ଖବରକୁ କିନ୍ତୁ ମିଛ ବୋଲି କହିଛି କେନ୍ଦ୍ର ସରକାରଙ୍କ ପ୍ରେସ୍ ଇନଫରମେସନ ବ୍ୟୁରୋ (ପିଆଇବି)। ପୂର୍ବରୁ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ କହିସାରିଛନ୍ତି ଦେଶର ଟିକା ନିରାପଦ।

Advertisment

https://twitter.com/PIBFactCheck/status/1397156705918537729?s=20

ପିଆଇବି ଟୁଇଟ୍ କରି କହିଛି ଯେ ଦେଶରେ ଟିକାକରଣରେ ସାମିଲ ଥିବା ଟିକା ସୁରକ୍ଷିତ, ଏଥିରେ କୌଣସି ବିପଦ ନାହିଁ। ପିଆଇବି ଲେଖିଛି ଯେ କରୋନା ଟିକାକୁ ନେଇ ଫ୍ରାନ୍ସର ନୋବେଲ ବିଜେତାଙ୍କ ଉକ୍ତି ଯାହା ଭାଇରାଲ ହୋଇଛି ସେଥିରେ କୌଣସି ସତ୍ୟତା ନାହିଁ।। କରୋନା ଟିକା ନିରାପଦ। ଟୁଇଟ୍ ଜରିଆରେ ଏଭଳି ଲିଙ୍କ୍ ଶେୟାର ନକରିବାକୁ ପିଆଇବି ନିବେଦନ କରିଛି।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଲିଙ୍କରେ ନୋବେଲ ବିଜେତା ଲୁକ ମୋଣ୍ଟାଗ୍ନେୟାରଙ୍କ ଉଦ୍ଦେଶ୍ୟରେ ଏହି ବିବୃତ୍ତି ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ ଟିକା ନେଉଥିବା ସମସ୍ତ ଲୋକ ୨ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରିବେ। ଯେଉଁମାନେ କୌଣସି ପ୍ରକାରର ଟିକା ନେଉଛନ୍ତି, ସେମାନେ ବଞ୍ଚିବେ ନାହିଁ।

Advertisment