Advertisment

ଦୋସା ପାଲଟିଲା ଆଇସ୍‌-କ୍ରିମ୍‌

ନୂଆଦିଲ୍ଲୀ: ପ୍ରାୟତଃ ଅଧିକାଂଶ ଲୋକ ଆଇସ୍‌କ୍ରିମ୍‌ ଖାଇବାକୁ ଭଲପାଆନ୍ତି। ବିଶେଷ କରି ପିଲାମାନଙ୍କ ଏହା ଫେଭରେଟ୍‌ ହୋଇଥାଏ। ଅନେକ ଲୋକେ ଭିନ୍ନ ଫ୍ଲେଭରର୍‌ ଆଇସ୍‌କ୍ରିମ୍‌ ଚାଖିବା ପସନ୍ଦ କରନ୍ତି। କିଏ ଷ୍ଟ୍ରବେରୀ, ତ ଆଉ କିଏ ବ୍ଲୁବେରୀ। ସେହିପରି ଟୁଟି ଫ୍ରୁଟି, କେଶର ପିସ୍ତା, ମ୍ୟାଙ୍ଗୋ, ଏଭଳି ଅନେକ ଫ୍ଲେରର ଆଇସ୍‌ କ୍ରିମ୍‌ ବିଷୟରେ ଆପଣ ଶୁଣିଥିବେ। କିନ୍ତୁ କେବେ ଦୋସା ଫ୍ଲେଭରର ଆଇସ୍‌କ୍ରିମ ଦେଖିଛନ୍ତି କି? ନିକଟରେ ଏଭଳି ହିଁ ଏକ ଆଇସ୍‌-କ୍ରିସ୍‌ ବଜାରକୁ ଆସିଛି, […]

ଦୋସା ପାଲଟିଲା ଆଇସ୍‌-କ୍ରିମ୍‌

Dosa Ice-cream

Advertisment

ନୂଆଦିଲ୍ଲୀ: ପ୍ରାୟତଃ ଅଧିକାଂଶ ଲୋକ ଆଇସ୍‌କ୍ରିମ୍‌ ଖାଇବାକୁ ଭଲପାଆନ୍ତି। ବିଶେଷ କରି ପିଲାମାନଙ୍କ ଏହା ଫେଭରେଟ୍‌ ହୋଇଥାଏ। ଅନେକ ଲୋକେ ଭିନ୍ନ ଫ୍ଲେଭରର୍‌ ଆଇସ୍‌କ୍ରିମ୍‌ ଚାଖିବା ପସନ୍ଦ କରନ୍ତି। କିଏ ଷ୍ଟ୍ରବେରୀ, ତ ଆଉ କିଏ ବ୍ଲୁବେରୀ। ସେହିପରି ଟୁଟି ଫ୍ରୁଟି, କେଶର ପିସ୍ତା, ମ୍ୟାଙ୍ଗୋ, ଏଭଳି ଅନେକ ଫ୍ଲେରର ଆଇସ୍‌ କ୍ରିମ୍‌ ବିଷୟରେ ଆପଣ ଶୁଣିଥିବେ। କିନ୍ତୁ କେବେ ଦୋସା ଫ୍ଲେଭରର ଆଇସ୍‌କ୍ରିମ ଦେଖିଛନ୍ତି କି? ନିକଟରେ ଏଭଳି ହିଁ ଏକ ଆଇସ୍‌-କ୍ରିସ୍‌ ବଜାରକୁ ଆସିଛି, ଯାହା ଲୋକଙ୍କ ହୋସ୍‌ ଉଡାଇ ଦେଇଛି।

Advertisment

ଦିଲ୍ଲୀରେ ଜଣେ ଆଇସ୍‌-କ୍ରିମ ବ୍ୟବସାୟୀ ଏଭଳି ହିଁ କିଛି ନିଆରା ଆଇସ୍‌କ୍ରିମ ତିଆରି କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଖଣ୍ଡେ ମସାଲା ଦୋସାକୁ ଆଇସ୍‌କ୍ରିମରେ ପରିଣତ କରି ଦେଉଛନ୍ତି। ପ୍ରଥମେ ମସାଲା ଦୋସାକୁ ସେ ଖଣ୍ଡ କରୁଛନ୍ତି ଏହାପରେ ସେଥିରେ ଏକ କପ୍‌ ଆଇସ୍‌କ୍ରିମ୍‌ ପକାଉଛନ୍ତି। ଏ ଗୁଡିକୁ ଭଲଭାବେ ମିସାଇ ସେ ତିଆରି କରିଦେଉଛନ୍ତି ମସାଲା ଦୋସା ଆଇସ୍‌-କ୍ରିମ୍‌ ରୋଲ। କେବଳ ଏତିକି ନୁହେଁ ଏହି ଆଇସ୍‌କ୍ରିମ ପ୍ରସ୍ତୁତ ହୋଇଯିବା ପରେ ଏଥିରେ ମସଲା ଆଳୁ ସହ ଚଟ୍‌ଣୀ ଆଉ ସାମ୍ବର ମଧ୍ୟ ପରଷୁଛନ୍ତି।

ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଯିଏ ଦେଖୁଛି ସିଏ ଚକିତ ହୋଇପଡୁଛି। ଭିଡିଓଟିକୁ ବର୍ତ୍ତମାନ ଯାଏ ୧.୫ ମିଲିଅନରୁ ଅଧିକ ଲୋକେ ଦେଖିସାରିଲେଣି। ଅନେକ ଏହାକୁ ନେଇ ଭଲ ପ୍ରତିକ୍ରିୟା ଦେଇଥିବା ବେଳେ ଆଉ କେତେଜଣ ଏଭଳି ଦୋସାରୁ ଆଇସ୍‌କ୍ରିମ୍‌ ତିଆରି କରିବାକୁ ନେଇ ଆପତ୍ତି ଉଠାଇଛନ୍ତି। ଏହା ସବୁଠାରୁ ଭୟାନକ ଆଇସ୍‌ କ୍ରିମ ବୋଲି କହିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe