Advertisment

ଶାଢ଼ୀ ପିନ୍ଧିଲେ ରେଷ୍ଟୁରାଣ୍ଟ ମନା!

ନୂଆଦିଲ୍ଲୀ: ଅଧିକାଂଶ ମହିଳା ଶାଢ଼ୀ ପିନ୍ଧିବାକୁ ପସନ୍ଦ କରନ୍ତି। ଶାଢ଼ୀ ହେଉଛି ଏକ ଭାରତୀୟ ପାରମ୍ପରିକ ପୋଷାକ ମଧ୍ୟରୁ ଗୋଟିଏ। ଶାଢ଼ୀ ପିନ୍ଧିବା ଦ୍ୱାରା ମହିଳାଙ୍କ ସୁନ୍ଦରତା ଆହୁରି ବଢ଼ିଥାଏ। ତେବେ ନିକଟରେ ଶାଢ଼ୀ ପିନ୍ଧିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ତାଙ୍କୁ ନାନା ହଇରାଣ ମଧ୍ୟ ହେବାକୁ ପଡିଛି। ଶାଢ଼ୀ ପିନ୍ଧିଥିବାରୁ ଏକ ରେଷ୍ଟୁରାଣ୍ଟ ଭିତରକୁ ଜଣେ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ। ଏଭଳି ଏକ ଘଟଣା ଘଟିଛି ନୂଆ ଦିଲ୍ଲୀରେ। ସେଠାକାର ଏକ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଶାଢ଼ୀ ପିନ୍ଧିଲେ ରେଷ୍ଟୁରାଣ୍ଟ ମନା!

woman wareing saree

ନୂଆଦିଲ୍ଲୀ: ଅଧିକାଂଶ ମହିଳା ଶାଢ଼ୀ ପିନ୍ଧିବାକୁ ପସନ୍ଦ କରନ୍ତି। ଶାଢ଼ୀ ହେଉଛି ଏକ ଭାରତୀୟ ପାରମ୍ପରିକ ପୋଷାକ ମଧ୍ୟରୁ ଗୋଟିଏ। ଶାଢ଼ୀ ପିନ୍ଧିବା ଦ୍ୱାରା ମହିଳାଙ୍କ ସୁନ୍ଦରତା ଆହୁରି ବଢ଼ିଥାଏ। ତେବେ ନିକଟରେ ଶାଢ଼ୀ ପିନ୍ଧିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ତାଙ୍କୁ ନାନା ହଇରାଣ ମଧ୍ୟ ହେବାକୁ ପଡିଛି। ଶାଢ଼ୀ ପିନ୍ଧିଥିବାରୁ ଏକ ରେଷ୍ଟୁରାଣ୍ଟ ଭିତରକୁ ଜଣେ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ।

Advertisment

ଏଭଳି ଏକ ଘଟଣା ଘଟିଛି ନୂଆ ଦିଲ୍ଲୀରେ। ସେଠାକାର ଏକ ରେଷ୍ଟୁରାଣ୍ଟ ଜଣେ ମହିଳାଙ୍କୁ ଶାଢ଼ୀ ପିନ୍ଧିଥିବାରୁ ପ୍ରବେଶ ଅନୁମତି ଦେଇନାହିଁ। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଅନିତା ଚୌଧୁରୀ ନାମକ ଜଣେ ମହିଳା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ୧୬ ସେକେଣ୍ଡର ଭିଡିଓ ଶେଆର କରିଛନ୍ତି। ଏଥିରେ ଦିଲ୍ଲୀ ସ୍ଥିତ ଅକ୍ୱିଲା ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ତାଙ୍କୁ କହୁଛନ୍ତି, ଆପଣ ଶାଢ଼ୀ ପିନ୍ଧି ଭିତରକୁ ଯାଇପାରିବେ ନାହିଁ। ଶାଢ଼ୀ ଏକ ସ୍ମାର୍ଟ ପୋଷାକ ନୁହେଁ ତେଣୁ ଆପଣ ରେଷ୍ଟୁରାଣ୍ଟ ଭିତରକୁ ଯାଇପାରିବେ ନାହିଁ।

Advertisment

[caption id="attachment_678024" align="aligncenter" width="650"]Anita Chaudhary ଅନିତା ଚୌଧୁରୀ[/caption]

ଏହି ଭିଡିଓକୁ ଶେଆର କରି ଅନିତା କ୍ୟାପଶନରେ ଲେଖିଛନ୍ତି, ରେଷ୍ଟୁରାଣ୍ଟ ଭିତରକୁ ଶାଢ଼ୀର ଅନୁମତି ନାହିଁ, କାରଣ ଭାରତୀୟ ଶାଢ଼ୀ ଏବେ ସ୍ମାର୍ଟ ପୋଷାକ ନୁହେଁ। ସ୍ମାର୍ଟ ପୋଷାକର ପରିଭାଷା କ'ଣ ଦୟାକରି ମୋତେ କୁହନ୍ତୁ। ଏହାକୁ ପରିଭାଷିତ କରିବା ପରେ ମୁଁ ଶାଢ଼ୀ ପିନ୍ଧିବା ବନ୍ଦ କରିଦେବି।

ସୂଚନା ମୁତାବକ, ଅନିତା ହେଉଛନ୍ତି ଜଣେ ପୂର୍ବତନ ସାମ୍ବାଦିକା। ସେ ନିଜ ଝିଅର ଜନ୍ମ ଦିନ ପାଳିବା ପାଇଁ ପୂର୍ବରୁ ହିଁ ଏହି ରେଷ୍ଟୁରାଣ୍ଟରେ ଏକ ଟେବୁଲ ବୁକ୍‌ କରିଥିଲେ। ତେବେ ଯେତେବେଳେ ସେ ଝିଅ ଜନ୍ମଦିନ ସେଲିବ୍ରେଟ୍‌ କରିବା ପାଇଁ ରେଷ୍ଟୁରାଣ୍ଟକୁ ଯାଇଥିଲେ ସେତେବେଳେ ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା।  ଏହା ଦେଖି ତାଙ୍କ ଝିଅ ମା'ଙ୍କୁ ଭିତରକୁ ଯିବାକୁ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। କିନ୍ତୁ ହୋଟେଲ କର୍ମଚାରୀ ତାଙ୍କ କଥା ଶୁଣିନଥିଲେ। ସେ କହିଥିଲେ, ତୁମେ ଯାଇ ପାରିବ, କିନ୍ତୁ ତୁମ ମା' ନୁହେଁ, କାରଣ ସେ ଶାଢ଼ୀ ପିନ୍ଧିଛନ୍ତି।'

ଏହି ଭିଡିଓକୁ ଶେଆର କରି ଅନିତା ଭାରତ ସରକାରଙ୍କ ଅନେକ ମନ୍ତ୍ରାଳୟକୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି। ସେପଟେ ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଉକ୍ତ ରେଷ୍ଟୁରାଣ୍ଟ ବିରୋଧରେ ଖରାପ ରେଟିଂ ଦେବା ଆରମ୍ଭ କରିଦେଇଛନ୍ତି। ଗୁଗୁଲ ତରଫରୁ ଏହି ରେଷ୍ଟୁରାଣ୍ଟକୁ ୫ରୁ ୧.୧ ରେଟିଂ ମିଳିଥିଲା ବେଳେ ଜୋମାଟୋରେ ଏହାକୁ ୫ରୁ ୨ ପଏଣ୍ଟ ମିଳିଛି।

Delhi Viral Video