Advertisment

ହାଇଡ୍ରୋଜେନ୍ ବେଲୁନରେ କୁକୁରକୁ ବାନ୍ଧି ଉଡ଼ାଇ ଗିରଫ ହେଲେ ୟୁଟ୍ୟୁବର୍

ନୂଆଦିଲ୍ଲୀ: କୁକୁରକୁ ବେଲୁନରେ ବାନ୍ଧି ଆକାଶରେ ଉଡ଼ାଇବା ଜଣାଶୁଣା ୟୁଟ୍ୟୁବରଙ୍କୁ ମହଙ୍ଗା ପଡ଼ିଲା। ଏହି ନିଷ୍ଠୁର କାମ ପାଇଁ ୟୁଟ୍ୟୁବରଙ୍କୁ ଗିରଫ ହେବାକୁ ପଡ଼ିଛି। କିନ୍ତୁ ତାଙ୍କର ଏହି କାମ ବାକି ୟୁଟ୍ୟୁବରଙ୍କ ପାଇଁ ଉଚିତ୍ ଶିକ୍ଷା ହୋଇଛି। ଏହି ୟୁଟ୍ୟୁବର ଜଣକ ହେଉଛନ୍ତି ଗୌରବ ଶର୍ମା। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ୟୁଟ୍ୟୁବର୍ ଗୌରବ ଓ ତାଙ୍କ ମା’ଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ ଆଇପିସି ଧାରା 188, 269, 34 ପଶୁ ନିଷ୍ଠୁରତା ଆଇନ୍ ଆଧାରରେ […]

ଅଦ୍ୟତନ ହୋଇଛି
ହାଇଡ୍ରୋଜେନ୍ ବେଲୁନରେ କୁକୁରକୁ ବାନ୍ଧି ଉଡ଼ାଇ ଗିରଫ ହେଲେ ୟୁଟ୍ୟୁବର୍

viral

Advertisment

ନୂଆଦିଲ୍ଲୀ: କୁକୁରକୁ ବେଲୁନରେ ବାନ୍ଧି ଆକାଶରେ ଉଡ଼ାଇବା ଜଣାଶୁଣା ୟୁଟ୍ୟୁବରଙ୍କୁ ମହଙ୍ଗା ପଡ଼ିଲା। ଏହି ନିଷ୍ଠୁର କାମ ପାଇଁ ୟୁଟ୍ୟୁବରଙ୍କୁ ଗିରଫ ହେବାକୁ ପଡ଼ିଛି। କିନ୍ତୁ ତାଙ୍କର ଏହି କାମ ବାକି ୟୁଟ୍ୟୁବରଙ୍କ ପାଇଁ ଉଚିତ୍ ଶିକ୍ଷା ହୋଇଛି। ଏହି ୟୁଟ୍ୟୁବର ଜଣକ ହେଉଛନ୍ତି ଗୌରବ ଶର୍ମା।

Advertisment

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ୟୁଟ୍ୟୁବର୍ ଗୌରବ ଓ ତାଙ୍କ ମା’ଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ ଆଇପିସି ଧାରା 188, 269, 34 ପଶୁ ନିଷ୍ଠୁରତା ଆଇନ୍ ଆଧାରରେ ମାମଲା ଦାୟର କରାଯାଇଛି । ଅଭିଯୁକ୍ତ ଗସ ‘ଗୌରବ ଜୋନ୍’ ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଛନ୍ତି ।

https://twitter.com/ANI/status/1397781362078208006?s=20

ଗୌରବ ନିଜର ପୋଷା କୁକୁର ‘ଡଲାର’କୁ କିଛି ବେଲୁନରେ ବାନ୍ଧି ପବନରେ ଉଡାଇ ଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା, ଯାହା ପରେ ୟୁଟ୍ୟୁବରଙ୍କ ବିରୋଧରେ ମାଳବୀୟ ନଗର ଥାନାରେ ଅଭିଯୋଗ କରାଯାଇଥିଲା । ଭିଡିଓ ଭାଇରାଲ୍‌ ହେବା ପରେ ପିଏଫଏ ସଂସ୍ଥା ଅଭିଯୁକ୍ତ ଗୌରବଙ୍କ ଉପରେ ପଶୁ ନିଷ୍ଠୁରତା ଧାରା ଆଧାରରେ ମାମଲା ଦାୟର କରାଯାଇଥିଲା । ତେବେ ମାମଲା ସାମ୍ନାକୁ ଆସିବା ପରେ ୟୁଟ୍ୟୁବର୍ ଗୌରବ ନିଜ ୟୁଟ୍ୟୁବ୍ ଚ୍ୟାନେଲରୁ ଭିଡିଓକୁ ହଟାଇ ଦେଇଛନ୍ତି ।

Advertisment

ୟୁଟ୍ୟୁବର୍ ଗୌରବ ନିଜ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରି କ୍ଷମା ମାଗିଛନ୍ତି । ଭିଡିଓରେ ଗୌରବ କହିଛନ୍ତି ଯେ ସେ ସମସ୍ତ ସୁରକ୍ଷାକୁ ଧ୍ୟାନରେ ରଖିବାକୁ ପ୍ରୟାସ କରିଥିଲେ। ଗୌରବ କହିଛନ୍ତି ଯେ ସେ ଜଣେ ପଶୁ ପ୍ରେମ ଏବଂ ଯଦି କାହାର ଭାବନାକୁ ଆଘାତ ଲାଗିଛି, ତାହେଲେ ଏଥିପାଇଁ କ୍ଷମା ମାଗୁଛି ।

Youtuber
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe