/odisha-reporter/media/post_attachments/uploads/2021/12/varmala-ceremony-1.jpg)
varmala ceremony-1
ନୂଆଦିଲ୍ଲୀ: ମୋର କିସ୍ ଦରକାର। କିସ୍ ନ କଲେ ବରଣମାଳା ପକେଇବିନି। ବିବାହ ପୂର୍ବରୁ ଏଭଳି କିଛି ଇସାରା କରିଛି ବର। କନିଆଁକୁ ବରଣମାଳା ପକାଇବାକୁ ମନା କରିଦେଇଛି। ଯେତେ ଯାଏଁ କିସ୍ ନ ମିଳିବ ସେତେ ଯାଏଁ ବରଣମାଳା ପଡିବ ନାହିଁ। କନିଆଁ ପାଖରେ ଏଭଳି କିଛି ବର ଡିମାଣ୍ଡ କରିଛି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓଟିକୁ witty_wedding ନାମକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ବରଣମାଳା ପାଇଁ ବର-କନିଆଁ ଦୁହେଁ ଷ୍ଟେଜ ଉପରେ ଠିଆ ହୋଇଛନ୍ତି। ଏତିକି ବେଳେ ବର କନିଆଁକୁ ଇସାରା ଇସାରାରେ କିସ୍ ବା ଚୁମ୍ବନ ଦେବାକୁ କହୁଛି। ଏହା ଦେଖି ନବବଧୂ ଜଣକ ପ୍ରଥମେ ଲଜେଇ ଯାଉଛନ୍ତି। ତା'ପର କିସ୍ ନକଲେ ବରଣମାଳା ପକେଇବି ନାହିଁ ବୋଲି ପୁଣି ଇସାରା କରୁଛି ବା। ଏହାପରେ କନିଆଁ ଜଣକ ହାର୍ ମାନି ଯାଉଛନ୍ତି। ବେଶ୍ ସ୍ନେହର ସହ ବରର ଗାଲରେ କିସ୍ କରିଦେଉଛି କନିଆଁ। ଏସବୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ କରତାଳି ଦେବା ଆରମ୍ଭ କରୁଛନ୍ତି।/odisha-reporter/media/post_attachments/wp-content/uploads/2021/12/groom-asks-bride-for-a-kiss.jpg)
ସୋସିଆଲ ମିଡିଆରେ ଉଭୟଙ୍କର ଏହି ସୁନ୍ଦର ମୁହୂର୍ତ୍ତକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଭିଡିଓକୁ ଶେଆର କରି କ୍ୟାପସନ୍ରେ ଲେଖା ଅଛି, 'ଏକ ଟୁଇଷ୍ଟ ସହ ମୋର ବରଣମାଳା, ଯେତେବେଳେ ତୁମେ ତୁମର କଲେଜ ସମୟର ପ୍ରେମ ସହିତ ବିବାହ କରୁଛ।'
ଇନ୍ଷ୍ଟାଗ୍ରମାରେ ବର କନିଆଁଙ୍କ ଏହି କ୍ୟୁଟ୍ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ଏବେ ସୁଦ୍ଧା ଏହାକୁ ୧୫ ହଜାରରୁ ଅଧିକ ଲୋକେ ଲାଇକ୍ସ କରିସାରିଲେଣି। ସେପଟେ ଅନେକ ଲୋକେ ଏହି ଭିଡିଓକୁ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ମଧ୍ୟ ମୋ ବିବାହରେ କିଛି ଏଭଳି ହିଁ କରିବି। ସେହିପରି ଆଉ ଜଣେ ଲେଖିଛନ୍ତି, 'ଆଜି ମୁଁ ଇଣ୍ଟରନେଟରେ ଅତି ସୁନ୍ଦର ଜିନିଷ ଦେଖିଲି।'
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
