ୱେଡିଂ ଡ୍ରେସ୍‌ରେ ଲୁଚି ରହିଛି ମାସ୍କ

ଲଣ୍ଡନ: ସମସ୍ତେ ନିଜ ବିବାହ ଦିନ ଏକ ସୁନ୍ଦର ୱେଡିଂ ଡ୍ରେସ୍ ପିନ୍ଧିବା ପାଇଁ ଚାହିଁଥା’ନ୍ତି। ଏଥିପାଇଁ ବହୁ ଦିନ ପୂର୍ବରୁ ଲୋକେ ଡିଜାଇନର ଲେହେଙ୍ଗା ହେଉ ଅବା ଗାଉନ୍ ସିଲେକ୍ଟ କରି ରଖନ୍ତି। କେବଳ ସେତିକି ନୁହେଁ ନିଜ ମନପସନ୍ଦ ମୁତାବକ ଲେହାଙ୍ଗା ମଧ୍ୟ ଡିଜାଇନ କରିବାକୁ ଡ୍ରେସ୍ ଡିଜାଇନର୍‌କୁ ଦେଇଥା’ନ୍ତି। ବିବାହ ଦିନ ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖାଯିବା ପାଇଁ ନବବଧୂମାନେ ସୁନ୍ଦର ସୁନ୍ଦର ଗାଉନ ଅବା ଲେହେଙ୍ଗା ପିନ୍ଧିଥା’ନ୍ତି। ଡିଜାଇନରମାନେ ଏହି ୱେଡିଂ […]

wedding dress

Madhupriya Mistry
  • Published: Wednesday, 21 July 2021
  • , Updated: 21 July 2021, 04:18 PM IST

ଲଣ୍ଡନ: ସମସ୍ତେ ନିଜ ବିବାହ ଦିନ ଏକ ସୁନ୍ଦର ୱେଡିଂ ଡ୍ରେସ୍ ପିନ୍ଧିବା ପାଇଁ ଚାହିଁଥା’ନ୍ତି। ଏଥିପାଇଁ ବହୁ ଦିନ ପୂର୍ବରୁ ଲୋକେ ଡିଜାଇନର ଲେହେଙ୍ଗା ହେଉ ଅବା ଗାଉନ୍ ସିଲେକ୍ଟ କରି ରଖନ୍ତି। କେବଳ ସେତିକି ନୁହେଁ ନିଜ ମନପସନ୍ଦ ମୁତାବକ ଲେହାଙ୍ଗା ମଧ୍ୟ ଡିଜାଇନ କରିବାକୁ ଡ୍ରେସ୍ ଡିଜାଇନର୍‌କୁ ଦେଇଥା’ନ୍ତି। ବିବାହ ଦିନ ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖାଯିବା ପାଇଁ ନବବଧୂମାନେ ସୁନ୍ଦର ସୁନ୍ଦର ଗାଉନ ଅବା ଲେହେଙ୍ଗା ପିନ୍ଧିଥା’ନ୍ତି। ଡିଜାଇନରମାନେ ଏହି ୱେଡିଂ ଡ୍ରେସ୍ ଡିଜାଇନ୍ କରିବା ପାଇଁ ଦିନ ରାତି ଏକ୍ କରିଦେଇଥା’ନ୍ତି। ତେବେ ନିକଟରେ ଜଣେ ଡିଜାଇନର ଏଭଳି ହିଁ ଏକ ୱେଡିଂ ଡ୍ରେସ୍ ତିଆରି କରିଛନ୍ତି ଯାହା ଅନ୍ୟ ଡ୍ରେସ୍‌ଠାରୁ ବେଶ୍ ନିଆରା ହୋଇଛି।

ଇଂଲଣ୍ଡର ଡ୍ରେସ୍ ଡଜାଇନର୍ ଟମ୍ ସିଲଭର ଉଡ୍। ସେ ନିକଟରେ ଏକ ସୁନ୍ଦର ୱେଡିଂ ଡ୍ରେସ୍ ଡିଜାଇନ କରିଛନ୍ତି। ସେ ତାଙ୍କର ଏହି ଡ୍ରେସ୍ ଭିତରେ ଲୁଚାଇ ରଖିଛନ୍ତି ପ୍ରାୟ ୧୫ ଶହ ଖଣ୍ଡ ମାସ୍କ। ପ୍ରକୃତରେ ଟମ୍ ସିଲଭର ଉଡ୍ ଏହି ପୁରା ୱେଡିଂ ଡ୍ରେସ୍‌କୁ ଫୋପାଡି ଦିଆଯାଇଥିବା ୧୫୦୦ ଫେସ୍ ମାସ୍କରେ ତିଆରି କରି ଲୋକଙ୍କୁ ଚକିତ କରିଦେଇଛନ୍ତି। ଏହି ୱେଡିଂ ଡ୍ରେସ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫ୍ଲୋର ଲେନ୍ଥ ଧଲା ରଙ୍ଗର ଗାଉନ୍‌କୁ ତିଆରି କରିବା ପାଇଁ ଟମ୍‌ଙ୍କୁ ୧୫ ଶହ ମାସ୍କକୁ ଏକା ସହ ସିଲେଇ କରିବାକୁ ପଡିଛି। କେବଳ ସେତିକି ନୁହେଁ ଏହି ଡ୍ରେସ୍‌କୁ ଟିକେ ଆଖି ଦୃଶିଆ କରିବା ପାଇଁ ଡିସ୍‌ପୋଜାଲ ପିପିଇ କିଟ୍‌ର ମଧ୍ୟ ପ୍ରୟୋଗ କରିଛନ୍ତି ସେ। ଏହି ଗାଉନ୍ ପାଇଁ ୱେଡିଂ ପ୍ଲାନର ୱେବ୍‌ସାଇଟ୍ ‘ହିଚେଡ୍‌’ ଅର୍ଥ ଯୋଗାଡ କରିଥିଲା। ଏହି ୱେବ୍‌ସାଇଡ୍ ଉକ୍ତ ଡ୍ରେସ୍‌କୁ ବ୍ରିଟେନ୍‌ର ପ୍ରଥମ ଫେସ୍ ମାସ୍କରେ ତିଆରି ୱେଡିଂ ଡ୍ରେସ୍ ବୋଲି କହିଛି।

ଏହି ଡ୍ରେସ୍‌କୁ ଇଂଲଣ୍ଡର ଜଣେ ମଡେଲ ପିନ୍ଧି ସେଣ୍ଟ ପଲ୍ କ୍ୟାଥଡ୍ରଲ ପାଖରେ ଫଟୋ ସୁଟ୍ କରିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଭାଇରାଲ ହୋବାରେ ଲାଗିଛି। ଏହି ୱେଡିଂ ଡ୍ରେସ୍‌କୁ ନେଇ ଚାରିଆରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି।

ସାରା ବିଶ୍ୱରେ ମହାମାରୀ କରୋନା ତାର କାୟା ମେଲାଇଛି। ଏହି ଭୂତାଣୁରୁ ବଂଚିବା ପାଇଁ ଲୋକେ ନାନା ଉପାୟ ଆପଣାଉଛନ୍ତି। ଏହାରି ଭିତରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ହୋଇପଡିଛି। ଯେଉଁ ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇଛି, ସେଠାରେ ମାସ୍କରୁ ମୁକ୍ତି ମିଳିଛି। ଇଂଲଣ୍ଡ ଏବେ ମାସ୍କ ଫ୍ରି ହୋଇଛି। ଇଂଲଣ୍ଡରେ କରୋନା ମହାମାରୀ ପାଇଁ ଲାଗିଥିବା କଟକଣାକୁ ଦୁଇ ବର୍ଷ ପରେ ହଟାଇ ଦିଆଯାଇଛି। ଲୋକେ ଏଠି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି। ଏଥିସହ ବିବାହ ଉପରୁ ମଧ୍ୟ ପ୍ରତିବନ୍ଧିକ ହଟିଛି।

Related story