Advertisment

ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଡାକ୍ତରଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ: ରବିବାର ହିମାଚଳ ପ୍ରଦେଶରେ ପାହାଡ଼ରୁ ଅତଡ଼ା ଧସି ବ୍ରିଜ୍ ଉପରେ ପଡ଼ିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଏହି ମୃତକଙ୍କ ମଧ୍ୟରେ ଥିଲେ ଜଣେ ଡାକ୍ତର। ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଏହି ଡାକ୍ତର ଜଣକ ଏକ ଟ୍ୱିଟ୍ କରିଥିଲେ। ଏହା ଏବେ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିିଛି। ଏହି ଡାକ୍ତରଙ୍କ ନାଁ ଦୀପା ଶର୍ମା। ସେ ରାଜସ୍ଥାନ ଜୟପୁରରେ ଆୟୁର୍ବେଦ ଡାକ୍ତର ଥିଲେ। ଆଉ ୮ ଜଣ ପର୍ଯ୍ୟଟକଙ୍କ […]

ଅଦ୍ୟତନ ହୋଇଛି
ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଡାକ୍ତରଙ୍କ ଟ୍ୱିଟ୍‌

Deepa sharma

Advertisment

ନୂଆଦିଲ୍ଲୀ: ରବିବାର ହିମାଚଳ ପ୍ରଦେଶରେ ପାହାଡ଼ରୁ ଅତଡ଼ା ଧସି ବ୍ରିଜ୍ ଉପରେ ପଡ଼ିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଏହି ମୃତକଙ୍କ ମଧ୍ୟରେ ଥିଲେ ଜଣେ ଡାକ୍ତର। ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଏହି ଡାକ୍ତର ଜଣକ ଏକ ଟ୍ୱିଟ୍ କରିଥିଲେ। ଏହା ଏବେ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିିଛି।

Advertisment

ଏହି ଡାକ୍ତରଙ୍କ ନାଁ ଦୀପା ଶର୍ମା। ସେ ରାଜସ୍ଥାନ ଜୟପୁରରେ ଆୟୁର୍ବେଦ ଡାକ୍ତର ଥିଲେ। ଆଉ ୮ ଜଣ ପର୍ଯ୍ୟଟକଙ୍କ ସହ ମିଶି ସିମଲା ବୁଲିବାକୁ ଯାଇଥିଲେ ଦୀପା। ତେବେ ତାଙ୍କର ଏହି ସିମ୍‌ଲା ଯାତ୍ରା ଶେଷଯାତ୍ରା ପାଲଟିଗଲା। ଗତକାଲି ହଠାତ୍ ପାହାଡ଼ ଉପରୁ ପଥର ଖସି ତାଙ୍କ ଗାଡ଼ି ଉପରେ ପଡ଼ିଥିଲା। ଏଥିରେ ଦୀପଙ୍କ ସମେତ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏହି ଅଘଟଣର  କିଛି ମିନିଟ୍ ପୂର୍ବରୁ ଦୀପା ବେଶ୍ ଖୁସିଥିଲେ ଏବଂ ଟ୍ୱିଟର୍‌ରେ ସେ ନିଜର ଶେଷ ଟ୍ୱିଟ୍ କରିଥିଲେ।

ସେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ସିମ୍‌ଲା ବୁଲିବାର ଏକ ଫଟୋ ପୋଷ୍ଟ କରିଥିଲେ। ସେ ଲେଖିଥିଲେ, ‘ଆମେ ଭାରତର ସେହି ଶେଷ ସ୍ଥାନରେ ଛିଡ଼ା ହୋଇଛୁ, ଯେଉଁଠିକୁ ସାଧାରଣ ନାଗରିକ ଯିବାର ସ୍ୱାଧୀନତା ଅଛି।’

Advertisment

ଦୀପାଙ୍କ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ପରେ ଅନେକ ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୟୁଜର୍ସମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏପରିକି ହାସ୍ୟ କବି କୁମାର ବିଶ୍ୱାସ ମଧ୍ୟ ଟ୍ୱିଟ୍ କରି ଏହି ଦୁର୍ଘଟଣାରେ ଦୀପାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

https://twitter.com/deepadoc/status/1419198227249651712?s=20

https://twitter.com/deepadoc/status/1418903240440225797?s=20

Doctor Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe