Advertisment

କୁକୁରର ଜନ୍ମଦିନ ପାଇଁ ଖର୍ଚ୍ଚ କଲେ ୭ ଲକ୍ଷ

ଅହମ୍ମଦାବାଦ: କୁକୁର ପାଇଁ ଚୁଲିକି ଗଲା କରୋନା କଟକଣା। ଆୟୋଜନ ହେଲା ଭବ୍ୟ ଜନ୍ମଦିନ ପାର୍ଟି। କୁକୁର ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍ଟିର ଆୟୋଜନ କଲେ ମାଲିକ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁଜରାଟର ଅହମ୍ମଦାବାଦ ଅନ୍ତର୍ଗତ ନିକୋଲ୍ ଅଞ୍ଚଳରେ ଏକ ପୋଷା କୁକୁର ଆବିର ଜନ୍ମଦିନ ବେଶ୍‌ ଆଡମ୍ବର ସହ ପାଳନ କରାଯାଇଥିଲା। କୁକୁରର ଜନ୍ମଦିନକୁ ଏତେ ଆଡ଼ମ୍ବରପୂର୍ଣ୍ଣ କରାଯାଇଥିଲା ଯେ, ଯୋଗ ଦେବାକୁ ଆସିଥିବା […]

ଅଦ୍ୟତନ ହୋଇଛି
କୁକୁରର ଜନ୍ମଦିନ ପାଇଁ ଖର୍ଚ୍ଚ କଲେ ୭ ଲକ୍ଷ

Dog BirthDay party

Advertisment

ଅହମ୍ମଦାବାଦ: କୁକୁର ପାଇଁ ଚୁଲିକି ଗଲା କରୋନା କଟକଣା। ଆୟୋଜନ ହେଲା ଭବ୍ୟ ଜନ୍ମଦିନ ପାର୍ଟି। କୁକୁର ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍ଟିର ଆୟୋଜନ କଲେ ମାଲିକ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଗୁଜରାଟର ଅହମ୍ମଦାବାଦ ଅନ୍ତର୍ଗତ ନିକୋଲ୍ ଅଞ୍ଚଳରେ ଏକ ପୋଷା କୁକୁର ଆବିର ଜନ୍ମଦିନ ବେଶ୍‌ ଆଡମ୍ବର ସହ ପାଳନ କରାଯାଇଥିଲା। କୁକୁରର ଜନ୍ମଦିନକୁ ଏତେ ଆଡ଼ମ୍ବରପୂର୍ଣ୍ଣ କରାଯାଇଥିଲା ଯେ, ଯୋଗ ଦେବାକୁ ଆସିଥିବା ଅତିଥିମାନଙ୍କ ସାଜସଜ୍ଜା ଦେଇ ହୋସ୍‌ ଉଡିଯାଇଥିଲା।

ଏହି ଗ୍ରାଣ୍ଡ ପାର୍ଟି ପାଇଁ ଅହମ୍ମଦାବାଦର ପ୍ରସିଦ୍ଧ ‘ମଧୁବନ ଗ୍ରିନ୍‌’ରେ ଖଣ୍ଡେ ବିରାଟ ପ୍ଲଟ୍‌ ବୁକ୍‌ କରାଯାଇଥିଲା। ସେଥିରେ ସୁସଜ୍ଜିତ ଟେଣ୍ଟ୍‌ (ତମ୍ବୁ) ଟଣାଯାଇ କୁକୁର ଆବିର ବଡ ବଡ ପୋଷ୍ଟର୍ ସବୁ ଲଗାଯାଇଥିଲା। ସେପଟେ ପାର୍ଟିର ମୁଖ୍ୟ ଆକର୍ଷଣ ପାଲଟିଥିବା କୁକୁର ମଧ୍ୟ ବେଶ୍‌ ନିଆରା ଢ଼ଙ୍ଗରେ ସଜେଇ ହୋଇଥିଲା। ଜନ୍ମଦିନ ପାଳନ ଉପଲକ୍ଷେ ଆବି ପିନ୍ଧିଥିଲା ଗୋଟାଏ କଳା ଗାଉନ୍‌ ଏବଂ ଖଣ୍ଡେ ମଫଲର।

Advertisment

Viral News: 7 ಲಕ್ಷ ರೂ. ಖರ್ಚು ಮಾಡಿ ನಾಯಿಯ ಹುಟ್ಟುಹಬ್ಬ ಆಚರಿಸಿದ ಕುಟುಂಬ! | Viral News Dog gets a lavish party worth Rs 7 lakhs for Pet Dog birthday in Ahmedabad Photos Goes Viral | TV9 Kannada

ବହୁ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିବା କୁକୁରର ଜନ୍ମଦିନ ପାର୍ଟିର ଭୋଜି ମଧ୍ୟ ଥିଲା ଖୁବ୍‌ ବ୍ୟୟବହୁଳ ଏବଂ ସ୍ମରଣୀୟ। ଏସବୁ ଆୟୋଜନ ଗୋଟାଏ କୁକୁରର ଜନ୍ମଦିନ ପାଇଁ ହେଉଛି ଜାଣି ଅନେକେ ଲୋକେ ଚକିତ ହୋଇପଡିଥିଲେ। ଏତେ ବଡ ଗ୍ରାଣ୍ଡ ପାର୍ଟି ପାଇଁ କୁକୁରର ମାଲିକ ପାଖାପାଖି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

ଏହି ପୂରା ଘଟଣାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ୍‌ ହେବା ପରେ ପୁଲିସ ଆକ୍ସନ ମୋଡ୍‌କୁ ଆସିଛି। ଏହି ପାର୍ଟିରେ ଯୋଗଦେଇଥିବା ଅନେକ ବ୍ୟକ୍ତି ମାସ୍କ୍‌ ପିନ୍ଧି ନଥିବା ଜାଣିବା ପରେ ପୁଲିସ ମହାମାରୀ ଆକ୍ଟ ଅନୁଯାୟୀ କୁକୁର ମାଲିକ ସମେତ ଅନେକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦେଶରେ କରୋନାର ତୃତୀୟ ଲହର ଆତଙ୍କ ଖେଳାଇଛି। ପ୍ରତିଦିନ ଲକ୍ଷେ ଉପରେ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ। ଗୁଜରାଟରେ ମଧ୍ୟ କରୋନା ବିସ୍ଫୋରଣ ହୋଇଛି। ଏଠାରେ ପ୍ରତିଦିନ ରେକର୍ଡ ସଂଖ୍ୟା କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। କରୋନା ମାମଲା ବୃଦ୍ଧିକୁ ନେଇ ଏଠାରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଏ ସବୁ ପରେ ବି ଲୋକେ ସୁଧୁରୁ ନାହାନ୍ତି। କୁକୁର ପାଇଁ ଆୟୋଜନ ହୋଇଥିବା ଏହି ଭବ୍ୟ ଜନ୍ମଦିନ ପାର୍ଟି ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe