/odisha-reporter/media/post_attachments/uploads/2022/02/Drunk-man.jpg)
Drunk man
ଚଣ୍ଡିଗଡ: ମଦ ପିଇ ପୁଲିସର ପରୀକ୍ଷା ନେଲେ ବ୍ୟକ୍ତି। ଅଧ ରାତିରେ ଡାଏଲ୍ କଲେ ଏମରଜେନ୍ସି ନମ୍ବର। ୧୧୨ ଡାଏଲ୍ କରି, ପୁଲସ ଆସୁଛି ନା ନାହିଁ ତା'ର ପରୀକ୍ଷା କଲେ। ହେଲେ ପରୀକ୍ଷାରେ ପାସ୍ ହୋଇଗଲା ପୁଲିସ। ସତ ସତିକା ଘଟଣାସ୍ଥଳରେ ଗାଡି ନେଇ ପହଞ୍ଚିଗଲା। ଏଭଳି କିଛି ଘଟଣା ଘଟିଛି ପଞ୍ଜାବର ପଞ୍ଚକୁଲା ଅଞ୍ଚଳରେ।
ପୁଲିସ, ଦମକଳବାହିନୀ ଏବଂ ଆମ୍ବୁଲାନ୍ସ ପାଇଁ ଭାରତରେ ଏକ ଏମରଜେନ୍ସି ନମ୍ବର ରହିଛି। ଜରୁରୀ ପରିସ୍ଥିତିରେ ୧୧୨ ଡାଏଲ୍ କରି ଏମାନଙ୍କୁ ସହାୟତା ମଗାଯାଏ। ତେବେ କିଛି ଲୋକେ ଏଭଳି ଅଛନ୍ତି ଯିଏକି ଏହି ଏମରଜେନ୍ସି ନମ୍ବରର ଦୁର୍ବ୍ୟବହାର କରନ୍ତି। ଏଭଳି ହିଁ ଏକ ଘଟଣା ହରିୟାଣାର ପଞ୍ଚକୁଲାରୁ ସାମ୍ନାକୁ ଆସିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପଞ୍ଚକୁଲାର ୪୨ ବର୍ଷୀୟ ନରେଶ କୁମାର। ପେଶାରେ ଶ୍ରମିକ ଥିବା ବ୍ୟକ୍ତି ବିଳମ୍ବତ ରାତିରେ ମଦ ପିଇ ମାତାଲ ଅବସ୍ଥାରେ ଏମରଜେନ୍ସି ନମ୍ବର ୧୧୨ ଡାଏଲ୍ କରି ପୁଲିସ ଆସୁଛି ନା ନାହିଁ ତା'ର ପରୀକ୍ଷା କରିଥିଲେ। ସେ ପୁଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହାୟତା ମାଗିଥିଲେ। ଫୋନ୍ କରିବାର ମାତ୍ର ୧୫ ମିନିଟ୍ ଭିତରେ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଯାଇଥିଲା ପୁଲିସ।
ଯେତେବେଳେ ପୁଲିସ ନରେଶଙ୍କୁ କାହିଁକି ଫୋନ୍ କରିଥିଲ ବୋଲି ପଚାରିଥିଲା ସେତେବେଳେ ସେ ଏକ ଅଜବ ଉତ୍ତର ଦେଇଥିଲେ। ସେ କହିଥିଲେ ମୁଁ ନିଜ ଗାଁକୁ ଫେରିବା ବାଟରେ ଟିକେ ମଦ ପଇଦେଲି ଏବଂ ୧୧୨ ନମ୍ବର ଡାଏଲ କରି ପୁଲିସ କେତେ ସମୟରେ ପହଞ୍ଚୁଛି ତାହା ପାରୀକ୍ଷା କରୁଥିଲି।
ନରେଶଙ୍କ ଏଭଳି ଉତ୍ତର ଶୁଣି ଚକିତ ହୋଇଯାଇଥିଲା ପଞ୍ଚକୁଲା ପୁଲିସ। ଏହାପରେ ମଦ ପିଇ ମାତାଲ ଅବସ୍ଥାରେ ଥିବା ନରେଶଙ୍କୁ ପୁଣି ପଚାରିଥିଲା 'ଆପଣଙ୍କର କ'ଣ ସମସ୍ୟା ଅଛି କି?' ଏହାର ଉତ୍ତରରେ ସେ ପୁଣି ସମାନ କଥା ଦୋହରାଇଥିଲେ। ଫୋନ୍ ଗଲା ପରେ ପୁଲିସ କେତେ ସମୟରେ ପହଞ୍ଚୁଛି ସେ ଦେଖିବା ପାଇଁ ଚାହୁଁଥିଲେ ବୋଲି କହିଥିଲେ।
ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ଅନେକ ଲୋକେ କମେଣ୍ଟ କରିଛନ୍ତି।
https://twitter.com/ipspankajnain/status/1491262122122432517?s=20&t=NGs8SLbyVj79aM6PWDdDZw
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
