Advertisment

ବିରିୟାନୀ ନଦେବାରୁ ଜାଳିଦେଲେ ରେଷ୍ଟୁରାଣ୍ଟ

ୱାଶିଂଟନ୍: ବିରିୟାନୀ ଅର୍ଡର କଲେ, ଟଙ୍କା ବି ଦେଲେ। ହେଲେ ନମିଳିବାରୁ ଗ୍ରାହକ ଘଟାଇଲେ ଲଙ୍କାକାଣ୍ଡ। ଆପଣ ବିଶ୍ୱାସ ବି କରିବେନି ଗ୍ରାହକ କଣ କରିଛନ୍ତି। ଆପଣ ଭାବୁଥିବେ, ଗ୍ରାହକ ଜଣକ ଝଗଡା କରିଥିବେ। ଟଙ୍କା ଫେରସ୍ତ ମାଗିଥିବେ। ନଚେତ୍,ରେଷ୍ଚରାଣ୍ଟରେ ବ୍ୟାପକ ଭଙ୍ଗାରୁଜା କରିଥିବେ। ହେଲେ ରାଗର ଚରମସୀମାରେ ଥିବା ଗ୍ରାହକ ଘଟାଇଛନ୍ତି ଅବିଶ୍ୱନୀୟ ଘଟଣା। ଜାଳି ଦେଇଛନ୍ତି ରେଷ୍ଟୁରାଣ୍ଟ। ଆମେରିକା ନ୍ୟୁୟର୍କରେ ଘଟିଛି ଘଟଣା। ଏଠାକାର ଏକ ବାଙ୍ଗଲାଦେଶୀ ରେଷ୍ଟୁରାଣ୍ଟରେ ଜଣେ ବ୍ୟକ୍ତି ପହଞ୍ଚି ଚିକେନ୍ […]

ବିରିୟାନୀ ନଦେବାରୁ ଜାଳିଦେଲେ ରେଷ୍ଟୁରାଣ୍ଟ

setting-restaurant-on-fire

Advertisment

ୱାଶିଂଟନ୍: ବିରିୟାନୀ ଅର୍ଡର କଲେ, ଟଙ୍କା ବି ଦେଲେ। ହେଲେ ନମିଳିବାରୁ ଗ୍ରାହକ ଘଟାଇଲେ ଲଙ୍କାକାଣ୍ଡ। ଆପଣ ବିଶ୍ୱାସ ବି କରିବେନି ଗ୍ରାହକ କଣ କରିଛନ୍ତି। ଆପଣ ଭାବୁଥିବେ, ଗ୍ରାହକ ଜଣକ ଝଗଡା କରିଥିବେ। ଟଙ୍କା ଫେରସ୍ତ ମାଗିଥିବେ। ନଚେତ୍,ରେଷ୍ଚରାଣ୍ଟରେ ବ୍ୟାପକ ଭଙ୍ଗାରୁଜା କରିଥିବେ। ହେଲେ ରାଗର ଚରମସୀମାରେ ଥିବା ଗ୍ରାହକ ଘଟାଇଛନ୍ତି ଅବିଶ୍ୱନୀୟ ଘଟଣା। ଜାଳି ଦେଇଛନ୍ତି ରେଷ୍ଟୁରାଣ୍ଟ।

Advertisment

ଆମେରିକା ନ୍ୟୁୟର୍କରେ ଘଟିଛି ଘଟଣା। ଏଠାକାର ଏକ ବାଙ୍ଗଲାଦେଶୀ ରେଷ୍ଟୁରାଣ୍ଟରେ ଜଣେ ବ୍ୟକ୍ତି ପହଞ୍ଚି ଚିକେନ୍ ବିରିୟାନୀ ଅର୍ଡର କରିଥିଲେ। ଅନ୍‌ଲାଇନ୍‌ରେ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ରେଷ୍ଟୁରାଣ୍ଟର ରୋଷେୟା ତାଙ୍କୁ ଚିକେନ୍ ବିରାୟାନୀ ଦେଇନଥିଲେ। ଏଥିରେ ବ୍ୟକ୍ତି ଜଣକ ରାଗିଯାଇ ରେଷ୍ଟୁରାଣ୍ଟ ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି।

ଏହି ଘଟଣାରେ ପୁଲିସ ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ଚୋଏଫ୍‌ଲ୍ ନୋର୍ବୁ ବୋଲି ଜଣାପଡିଛି। ଗିରଫ ପରେ ନୋର୍ବୁ ଆମେରିକାର ଜ୍ୟାକସନ୍ ହାଇଟସ୍‌ରେ ଥିବା ଇତ୍ତାଦି ଗାର୍ଡନ ଆଣ୍ଡ ଗ୍ରିଲ ରେଷ୍ଟୁରାଣ୍ଟରେ ସେ ନିଆଁ ଲଗାଇଥିବା ସ୍ୱୀକାର କରିଛି।

Advertisment

ନ୍ୟୁୟର୍କ ପୋଷ୍ଟ ଅନୁସାରେ, ଗିରଫ ପରେ ନୋର୍ବୁ ପୁଲିସକୁ କହିଛି, ‘ମୁଁ ବେଶ୍ ନିଶାଶକ୍ତ ଅବସ୍ଥାରେ ଥିଲି। ଚିକେନ୍ ବିରାୟାନୀ ଅର୍ଡର କରିଥିଲି କିନ୍ତୁ ରେଷ୍ଟୁରାଣ୍ଟ ଦେଲାନି। ତେଣୁ ରାଗରେ ମୁଁ ଏଭଳି କାଣ୍ଡ ଘଟାଇଛି।

ଏହି ଅଗ୍ନିକାଣ୍ଡରେ ନିଆଁ ଲଗାଇଥିବା ବ୍ୟକ୍ତି ଜଣକ ମଧ୍ୟ ସାମାନ୍ୟ ଜଳି ଯାଇଛନ୍ତି। ନିଆଁ ଲଗାଇବା ବେଳେ ରେଷ୍ଟୁରାଣ୍ଟର ସଟର୍ ବନ୍ଦ ଥିଲା। ଏହି ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି  ନ୍ୟୁୟର୍କର ଅଗ୍ନିଶମ ବିଭାଗ ଏହି ଘଟଣାର ଭିଡିଓକୁ ଜାରି କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe