ନିଆରା ଅନ୍ଦାଜରେ ରୁଷ ଟେନିସ୍ ପ୍ଲେଅରଙ୍କ ବାର୍ତ୍ତା-‘ନୋ ୱାର୍‌ ପ୍ଲିଜ୍‌...’  

ନୂଆଦିଲ୍ଲୀ: ହୃଦୟ ଜିତିଲେ ରୁଷର ଟେନିସ୍ ପ୍ଲେଅର୍। ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ନିଆରା ଅନ୍ଦାଜରେ ଦେଲେ ବାର୍ତ୍ତା। ଟେନିସ୍‌ କୋର୍ଟ ଭିତରୁ ହିଁ ନିଜ ଷ୍ଟାଇଲରେ କଲେ ନିବେଦନ। ଦୁବାଇ ଟେନିସ ଚାମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ସେମିଫାଇନାଲ ମ୍ୟାଚ୍ ଜିତିବା ପରେ ରୁଷ ଟେନିସ ପ୍ଲେଅର ଆନ୍ଦ୍ରେ ରୁବଲେଭ୍ କିଛି ଏଭଳି କରି ଦେଖାଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରୁଷ ଟେନିସ ଖେଳାଳି ଆନ୍ଦ୍ରେ ରୁବଲେଭ ସେମିଫାଇନାଲ ମ୍ୟାଚ୍‌ରେ ପୋଲାଣ୍ଡର […]

russias-andrey rublev

Madhupriya Mistry
  • Published: Saturday, 26 February 2022
  • , Updated: 26 February 2022, 12:58 PM IST

ନୂଆଦିଲ୍ଲୀ: ହୃଦୟ ଜିତିଲେ ରୁଷର ଟେନିସ୍ ପ୍ଲେଅର୍। ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ନିଆରା ଅନ୍ଦାଜରେ ଦେଲେ ବାର୍ତ୍ତା। ଟେନିସ୍‌ କୋର୍ଟ ଭିତରୁ ହିଁ ନିଜ ଷ୍ଟାଇଲରେ କଲେ ନିବେଦନ। ଦୁବାଇ ଟେନିସ ଚାମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ସେମିଫାଇନାଲ ମ୍ୟାଚ୍ ଜିତିବା ପରେ ରୁଷ ଟେନିସ ପ୍ଲେଅର ଆନ୍ଦ୍ରେ ରୁବଲେଭ୍ କିଛି ଏଭଳି କରି ଦେଖାଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରୁଷ ଟେନିସ ଖେଳାଳି ଆନ୍ଦ୍ରେ ରୁବଲେଭ ସେମିଫାଇନାଲ ମ୍ୟାଚ୍‌ରେ ପୋଲାଣ୍ଡର ହୁବର୍ଟ ହର୍କାଜଙ୍କୁ ୩-୬,୭-୫,୭-୬ରେ ହରାଇଥିଲେ। ଏହି ମ୍ୟାଚ୍‌କୁ ଜିତିବା ପରେ ରୁବଲେଭ୍‌ ଯୁଦ୍ଧ ନକରିବା ପାଇଁ ଅପିଲ କରିଥିଲେ। ସେ ନିଆରା ଅନ୍ଦାଜରେ ଟିଭି ବ୍ରଡକାଷ୍ଟ କ୍ୟାମେରାର ସ୍କ୍ରିନ୍‌ରେ ‘ନୋ ୱାର୍‌ ପ୍ଲିଜ୍‌...’ ଲେଖି ରୁଷ ଓ ୟୁକ୍ରେନକୁ ଯୁଦ୍ଧ ବନ୍ଦ କରିବା ପାଇଁ ଗୁହାରି କରିଥିଲେ। ତାଙ୍କର ଏଭଳି ଅପିଲ କରିବାର ଢ଼ଙ୍ଗ ଏବେ ସମସ୍ତଙ୍କ ହୃଦୟ ଜିତି ନେଇଛି। ମ୍ୟାଚ୍‌ ଦେଖିବା ପାଇଁ ଆସିଥିବା ସମସ୍ତ ଦର୍ଶକ ତାଳି ମାରି ତାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଦୃଷ୍ଟିରେ ରଖି ରୁବଲେଭ୍‌ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ଦୁଇଟି ଫଟୋ ଶେଆର କରିଛନ୍ତି, ଯେଉଁଥିରେ ଦୁଇ ଦେଶର ଜାତୀୟ ପତାକା ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟଟି ମଧ୍ୟ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାକୁ ଲାଗିଛି।

ଗତ ସପ୍ତାହରେ ବେଶ୍‌ ଭଲ ଫର୍ମରେ ଥିବା ରୁବଲେଭ ଗଲା ରବିବାର ମର୍ସିଲେରେ ଟାଇଟଲ ଜିତିଥିଲେ। ସେହିପରି ଚଳିତ ସପ୍ତାହରେ ଏମିରେଟ୍ସରେ କିଛି କଠିନ ପରିସ୍ଥିତି ଦେଇ ସଂଘର୍ଷ କରି ନିଜର ଶେଷ ତିନୋଟି ମ୍ୟାଚରେ ଗୋଟିଏ ସେଟରେ ପଛରେ ପଡ଼ିଯାଇଥିଲେ। ବିଶ୍ୱର ନମ୍ବର- ୭ ଖେଳାଳି ରୁବଲେଭ ସେମିଫାଇନାଲ ମ୍ୟାଚରେ ପୋଲାଣ୍ଡର ହୁବର୍ଟ ହର୍କାଜଙ୍କୁ ୩-୬, ୭-୫, ୭-୬ରେ ପରାସ୍ତ କରିଛନ୍ତି। ଫାଇନାଲ୍ ମ୍ୟାଚ୍‌ରେ ସେ ଡେନିସ୍ ଶାପୋଭାଲୋଭ୍ ଏବଂ ଜିରୀ ଭେସେଲିଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍‌ ବିଜେତାଙ୍କୁ ଭେଟିବେ।

ସୂଚନା ମୁତାବକ, ୟୁକ୍ରେନ ବିରୋଧରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ହେତୁ ବିଶ୍ୱର ଅଧିକାଂଶ ଦେଶରେ କ୍ରୋଧର ଭାବନା ରହିଛି, ଏହା କ୍ରୀଡା ଜଗତକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଛି। ରୁଷିଆରେ ହେବାକୁ ଥିବା ସମସ୍ତ ପ୍ରତିଯୋଗିତାକୁ ବାତିଲ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସମସ୍ତ ଆନ୍ତର୍ଜାତିକ କ୍ରୀଡ଼ା ଫେଡେରେସନ୍ ଗୁଡିକୁ ନିବେଦନ କରିଛି।

https://twitter.com/TSN_Sports/status/1497234776905842688?s=20&t=wFyWGIt0aH4ROhHmEY2LgQ

Related story