ମନ୍ତ୍ର ପଢ଼ି ଥକି ଗଲେ ପଣ୍ଡିତ, ବେଦିରେ ବର-କନ୍ୟାଙ୍କ ଚାଲିଲା ବଟଲ ଗେମ୍

ନୂଆଦିଲ୍ଲୀ: ବେଦି ଉପରେ ମନ୍ତ୍ର ପରେ ମନ୍ତ୍ର ପଢ଼ି ଚାଲିଛନ୍ତି ପଣ୍ଡିତ । ଗୋଟିଏ ପରେ ଗୋଟିଏ ଶ୍ଲୋକର ଉଚ୍ଚାରଣ ଚାଲିଥାଏ । ଶେଷରେ ମନ୍ତ୍ର ପଢ଼ି ପଢ଼ି ଥକି ଗଲେ। କିଛି ସମୟ ପାଇଁ ନିରବରେ ବସିଗଲେ । ବାସ୍ ଏହାର ଫାଇଦା ଉଠାଇଲେ ବର-କନ୍ୟା । ବେଦି ଉପରେ ଚାଲିଲା ବଟଲ ଗେମ୍ । ବିବାହର ଏଭଳି ଏକ ମଜାଦାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ […]

funny wedding video

Madhupriya Mistry
  • Published: Wednesday, 26 May 2021
  • , Updated: 26 May 2021, 06:53 PM IST

ନୂଆଦିଲ୍ଲୀ: ବେଦି ଉପରେ ମନ୍ତ୍ର ପରେ ମନ୍ତ୍ର ପଢ଼ି ଚାଲିଛନ୍ତି ପଣ୍ଡିତ । ଗୋଟିଏ ପରେ ଗୋଟିଏ ଶ୍ଲୋକର ଉଚ୍ଚାରଣ ଚାଲିଥାଏ । ଶେଷରେ ମନ୍ତ୍ର ପଢ଼ି ପଢ଼ି ଥକି ଗଲେ। କିଛି ସମୟ ପାଇଁ ନିରବରେ ବସିଗଲେ । ବାସ୍ ଏହାର ଫାଇଦା ଉଠାଇଲେ ବର-କନ୍ୟା । ବେଦି ଉପରେ ଚାଲିଲା ବଟଲ ଗେମ୍ ।

ବିବାହର ଏଭଳି ଏକ ମଜାଦାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବର କନ୍ୟା ବେଦିରେ ବସିଛନ୍ତି । ହୋମ ନିଆଁ ବି ଜଳୁଛି । ତାଙ୍କ ଚାରିପଟେ ବନ୍ଧୁ ବାନ୍ଧବ ଓ ପରିବାର ଲୋକେ ବସିଛନ୍ତି । ଏସବୁ ଭିତରେ ବେଦି ଉପରେ ବସି ବର-କନ୍ୟା ନିଜ ନିଜ ବଟଲ ଗେମ୍‌ରେ ବ୍ୟସ୍ତ ଅଛନ୍ତି ।

ଏହି ଭିଡିଓଟିକୁ ନଟି ସୋସାଇଟି ଇନଷ୍ଟାଗ୍ରାମରେ ସେଆର କରିଛନ୍ତି । ଭିଡିଓଟି ସାମ୍ନାକୁ ଆସିବା ପରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା କେଉଁ ସ୍ଥାନର ସେ ନେଇ କୌଣସି ସୂଚନା ମିଳିନାହିଁ।

ଭିଡିଓକୁ ବର୍ତ୍ତମାନ ଯାଏ ୬୮ ହଜାରରୁ ଅଧିକ ଲାଇକ ମିଳିସାରିଲାଣି। ସେହିପରି ଅନେକଗୁଡିଏ ମଜାଦାର କମେଣ୍ଟ ମଧ୍ୟ ମିଳିଛି । ଜଣେ ୟୁଜର ଲେଖିଛନ୍ତି, ବସ୍ ଏହା ହିଁ କରିବା ବାକି ଥିଲା । ଅନ୍ୟ ଜଣେ କହିଛନ୍ତି, ‘ମୋ ବାହାଘରରେ ମୁଁ ବି ଏମିତି ଖେଳିବି।

 

View this post on Instagram

 

A post shared by Naughty Society (@_naughtysociety)

Related story