funny wedding video
ନୂଆଦିଲ୍ଲୀ: ବେଦି ଉପରେ ମନ୍ତ୍ର ପରେ ମନ୍ତ୍ର ପଢ଼ି ଚାଲିଛନ୍ତି ପଣ୍ଡିତ । ଗୋଟିଏ ପରେ ଗୋଟିଏ ଶ୍ଲୋକର ଉଚ୍ଚାରଣ ଚାଲିଥାଏ । ଶେଷରେ ମନ୍ତ୍ର ପଢ଼ି ପଢ଼ି ଥକି ଗଲେ। କିଛି ସମୟ ପାଇଁ ନିରବରେ ବସିଗଲେ । ବାସ୍ ଏହାର ଫାଇଦା ଉଠାଇଲେ ବର-କନ୍ୟା । ବେଦି ଉପରେ ଚାଲିଲା ବଟଲ ଗେମ୍ ।
ବିବାହର ଏଭଳି ଏକ ମଜାଦାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବର କନ୍ୟା ବେଦିରେ ବସିଛନ୍ତି । ହୋମ ନିଆଁ ବି ଜଳୁଛି । ତାଙ୍କ ଚାରିପଟେ ବନ୍ଧୁ ବାନ୍ଧବ ଓ ପରିବାର ଲୋକେ ବସିଛନ୍ତି । ଏସବୁ ଭିତରେ ବେଦି ଉପରେ ବସି ବର-କନ୍ୟା ନିଜ ନିଜ ବଟଲ ଗେମ୍ରେ ବ୍ୟସ୍ତ ଅଛନ୍ତି ।
ଏହି ଭିଡିଓଟିକୁ ନଟି ସୋସାଇଟି ଇନଷ୍ଟାଗ୍ରାମରେ ସେଆର କରିଛନ୍ତି । ଭିଡିଓଟି ସାମ୍ନାକୁ ଆସିବା ପରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା କେଉଁ ସ୍ଥାନର ସେ ନେଇ କୌଣସି ସୂଚନା ମିଳିନାହିଁ।
ଭିଡିଓକୁ ବର୍ତ୍ତମାନ ଯାଏ ୬୮ ହଜାରରୁ ଅଧିକ ଲାଇକ ମିଳିସାରିଲାଣି। ସେହିପରି ଅନେକଗୁଡିଏ ମଜାଦାର କମେଣ୍ଟ ମଧ୍ୟ ମିଳିଛି । ଜଣେ ୟୁଜର ଲେଖିଛନ୍ତି, ବସ୍ ଏହା ହିଁ କରିବା ବାକି ଥିଲା । ଅନ୍ୟ ଜଣେ କହିଛନ୍ତି, ‘ମୋ ବାହାଘରରେ ମୁଁ ବି ଏମିତି ଖେଳିବି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/funny-wedding-video.jpg)