Advertisment

ଲୁଗା ପାଇଁ ପୁଅକୁ ବାଜି ଲଗାଇଲା ମା', ୧୦ ମହଲାରୁ ବାନ୍ଧି ଝୁଲାଇଦେଲା

ଚଣ୍ଡିଗଡ: ଲୁଗା ପାଇଁ ବାଜିରେ ଲାଗିଲା ପୁଅର ଜୀବନ। ଆପାର୍ଟମେଣ୍ଟର ଦଶମ ମହଲାରୁ ଲୁଗାରେ ବାନ୍ଧି ଝୁଲାଇଦେଲେ ମହିଳା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ହରିଆଣାର ଫରିଦାବାଦରେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ସହ ହଇଚଇ ସୃଷ୍ଟି କରିଛି। ଫରିଦାବାଦରେ ଜଣେ ମହିଳା ନିଜ ପୁଅର ଜୀବନକୁ ବାଜିରେ ଲଗାଇ ଆପାର୍ଟମେଣ୍ଟର ଦଶମ ମହଲାରୁ ନବମ ମହଲାକୁ ଶାଢ଼ି ଦ୍ୱାରା ଝୁଲାଇ ଛାଡ଼ିବା ପରେ ସେହି ଢଙ୍ଗରେ ପୁଣି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଲୁଗା ପାଇଁ ପୁଅକୁ ବାଜି ଲଗାଇଲା ମା', ୧୦ ମହଲାରୁ ବାନ୍ଧି ଝୁଲାଇଦେଲା

woman-hangs-son

ଚଣ୍ଡିଗଡ: ଲୁଗା ପାଇଁ ବାଜିରେ ଲାଗିଲା ପୁଅର ଜୀବନ। ଆପାର୍ଟମେଣ୍ଟର ଦଶମ ମହଲାରୁ ଲୁଗାରେ ବାନ୍ଧି ଝୁଲାଇଦେଲେ ମହିଳା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ହରିଆଣାର ଫରିଦାବାଦରେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ସହ ହଇଚଇ ସୃଷ୍ଟି କରିଛି।

Advertisment

ଫରିଦାବାଦରେ ଜଣେ ମହିଳା ନିଜ ପୁଅର ଜୀବନକୁ ବାଜିରେ ଲଗାଇ ଆପାର୍ଟମେଣ୍ଟର ଦଶମ ମହଲାରୁ ନବମ ମହଲାକୁ ଶାଢ଼ି ଦ୍ୱାରା ଝୁଲାଇ ଛାଡ଼ିବା ପରେ ସେହି ଢଙ୍ଗରେ ପୁଣି ଉପରକୁ ଟାଣୁଛନ୍ତି।  ଅବହେଳାର ଚରମସୀମା ଓ  ସମ୍ବେଦନହୀନତାର ଏଇ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିବା ସହ ସମସ୍ତଙ୍କୁ ଚକିତ କରିଦେଇଛି।

ବାସ୍ତବରେ  ମହିଳା ଜଣକ ନିଜ ଦଶମ ମହଲାର ବାଲକୁନିରେ କିଛି ଲୁଗାପଟା ଶୁଖାଇଥିଲେ। ସେଥିରି କିଛି ଲୁଗାପଟା ନବମ ମହଲାକୁ ଖସିପଡ଼ିଥିଲା। ତେବେ ନବମ ମହଲର ଯେଉଁ ଫ୍ଳାଟ୍‌ରେ ତାଙ୍କ ଲୁଗାପଟା ଖସିପଡିଥିଲା ତାହା ଲକ୍‌ ଥିଲା। ତେଣୁ ସେହି ଏହି ଲୁଗାପଟା ଆଣିବାକୁ ପୁଅକୁ ଏଭଳି ଢଙ୍ଗରେ ଦଶମ ମହଲାରୁ ନବମ ମହଲାକୁ ବିପଦ  ଶଙ୍କୁଳ ଭାବେ ଏକ ଶାଢ଼ୀରେ ଝୁଲାଇ ତଳକୁ ଛାଡ଼ିଥିଲେ। ପରେ ସମାନ ଢ଼ଙ୍ଗରେ ଉପରକୁ ଆଣିଥିଲେ ମହିଳା।

Advertisment

ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟ ପାଇଁ ମହିଳା ଜଣକ ଏବେ ସୋଶାଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି। ଫରିଦାବାଦର ଫ୍ଲୋରିଡ଼ା ଆପାର୍ଟମେଣ୍ଟ କଂପ୍ଲେକ୍ସରେ ଏହି ଘଟଣା ଘଟିଛି। ଆପାର୍ଟମେଣ୍ଟ ସମ୍ମୁଖରେ ଥିବା ଏକ କୋଠାରୁ ଏହି ଭଡିଓ ସୁଟିଂ କରାଯାଇଛି। ଆପାର୍ଟମେଣ୍ଟର ନବମ ମହାଲାରେ ଥିବା ଫ୍ଲାଟ ବନ୍ଦ ଥିବାରୁ ମହିଳା ଜଣକ ଏଭଳି  ଢଙ୍ଗରେ ପୁଅର ଜୀବନକୁ ବାଜି ଲଗାଇ ଖସିପଡ଼ିଥିବା ଲୁଗାପଟା ଆଣିଥିବା କୁହାଯାଉଛି। ଗତ ୬ ତାରିଖରେ ଏହି ଘଟଣା ଘଟିଛି  ଏଭଳି ବିପଦଜନକ କାର୍ଯ୍ୟ ପାଇଁ  ଆପାର୍ଟମେଣ୍ଟ ପକ୍ଷରୁ ମହିଳାଙ୍କୁ ନୋଟିସ୍ ଜାରି କରାଯାଇଛି।