Advertisment

ଦୁଇ ବଡ଼ ସାପ ମଧ୍ୟରେ ଜୋରଦାର ଲଢ଼େଇ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବେ ଦୁଇଟି ବଡ଼ ପୁରୁଷ ସାପଙ୍କ ମଧ୍ୟରେ ଲଢ଼େଇ ଦେଖିଛନ୍ତି? ଯଦି ଦେଖି ନାହାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା ଭିଡିଓଟିକୁ ଦେଖନ୍ତୁ। ଏହି ଭିଡିଓଟିକୁ ଆଇଏଫ୍‌ଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ଆଜି ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଭିଡିଓଟି ପୋଷ୍ଟ କରିବା ସହିତ ସେ ସେହି ଦୁଇ ସାପ ଓ ସେମାନଙ୍କ ଲଢ଼େଇ ସଂପର୍କରେ ସମ୍ୟକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଲଢ଼େଇ କରୁଥିବା ଦୁଇଟି ଯାକ ସାପ ହେଉଛନ୍ତି […]

ଅଦ୍ୟତନ ହୋଇଛି
ଦୁଇ ବଡ଼ ସାପ ମଧ୍ୟରେ ଜୋରଦାର ଲଢ଼େଇ, ଦେଖନ୍ତୁ ଭିଡିଓ

snake23

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବେ ଦୁଇଟି ବଡ଼ ପୁରୁଷ ସାପଙ୍କ ମଧ୍ୟରେ ଲଢ଼େଇ ଦେଖିଛନ୍ତି? ଯଦି ଦେଖି ନାହାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା ଭିଡିଓଟିକୁ ଦେଖନ୍ତୁ। ଏହି ଭିଡିଓଟିକୁ ଆଇଏଫ୍‌ଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ଆଜି ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

Advertisment

ଭିଡିଓଟି ପୋଷ୍ଟ କରିବା ସହିତ ସେ ସେହି ଦୁଇ ସାପ ଓ ସେମାନଙ୍କ ଲଢ଼େଇ ସଂପର୍କରେ ସମ୍ୟକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଲଢ଼େଇ କରୁଥିବା ଦୁଇଟି ଯାକ ସାପ ହେଉଛନ୍ତି ‘ରାଟ୍ ସ୍ନେକ’। ସେମାନେ ପରସ୍ପରର ଅଞ୍ଚଳ ଓ ଆଧିପତ୍ୟ ପାଇଁ ଲଢ଼େଇ କରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ସାପ ଦୁଇଟି ପାଣିରେ ଲଢ଼େଇ କରି କରି ସ୍ଥଳଭାଗ ଛୁଇଁଛନ୍ତି ଏବଂ ପରସ୍ପର ଉପରେ ଗୋଡ଼େଇ ହୋଇ ଲଢ଼େଇ କରୁଛନ୍ତି।

Advertisment

ଭିଡିଓ ଦେଖି ସାପ ଦୁଇଟିର ଲମ୍ବ ଠିକ୍ ଭାବେ ଅନୁମାନ କରି ହେଉ ନାହିଁ। ଶ୍ରୀ ନନ୍ଦ ବି ସେ ବିଷୟରେ କିଛି ଲେଖି ନାହାନ୍ତି। ତେବେ ସାପ ଦୁଇଟି ବେଶ୍ ବଡ଼ ଭଳି ଦିଶୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe