Advertisment

ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ୨୨ ଚାପୁଡ଼ା ମାରିଲେ ଯୁବତୀ

ଲକ୍ଷ୍ନୌ: ବିଚ୍‌ ରାସ୍ତାରେ ନିର୍ଧୁମ ଛେଚିଲେ। ଡ୍ରାଇଭରଙ୍କୁ କାର୍‌ ଭିତରୁ ଟାଣି ଆଣି ମାରିଲେ ମାଡ। ଗୋଟେ କି ଦୁଇଟି ନୁହେଁ ଏକାଥରକେ ଧଡାଧଡ କସି ଦେଇ ଗଲେ ୨୨ ଚାପୁଡା। କେବଳ ଏତିକିରେ ରାଗ ଶାନ୍ତ ହେଲାନି। ଶେଷରେ ଡ୍ରାଇଭର ଜଣକର ଫୋନ ଛଡାଇ ଆଣି କଚାଡି ଭାଙ୍ଗି ଦେଲେ। ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଏଭଳି କାଣ୍ଡ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲକ୍ଷ୍ନୌରୁ ଆସିଛି ଏହି ମାମଲା। ଶୁକ୍ରବାର […]

ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ୨୨ ଚାପୁଡ଼ା ମାରିଲେ ଯୁବତୀ

fir on lucknow girl

Advertisment

ଲକ୍ଷ୍ନୌ: ବିଚ୍‌ ରାସ୍ତାରେ ନିର୍ଧୁମ ଛେଚିଲେ। ଡ୍ରାଇଭରଙ୍କୁ କାର୍‌ ଭିତରୁ ଟାଣି ଆଣି ମାରିଲେ ମାଡ। ଗୋଟେ କି ଦୁଇଟି ନୁହେଁ ଏକାଥରକେ ଧଡାଧଡ କସି ଦେଇ ଗଲେ ୨୨ ଚାପୁଡା। କେବଳ ଏତିକିରେ ରାଗ ଶାନ୍ତ ହେଲାନି। ଶେଷରେ ଡ୍ରାଇଭର ଜଣକର ଫୋନ ଛଡାଇ ଆଣି କଚାଡି ଭାଙ୍ଗି ଦେଲେ। ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଏଭଳି କାଣ୍ଡ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଲକ୍ଷ୍ନୌରୁ ଆସିଛି ଏହି ମାମଲା। ଶୁକ୍ରବାର ରାତିରେ ଜଣେ ଯୁବତୀ ରାସ୍ତା ଉପରେ ଅବୈଧ କ୍ରସିଂ କରୁଥିଲେ। ଏହି ସମୟରେ ଅନ୍ୟପଟୁ ଏକ କାର୍‌ ହଠାତ୍‌ ତାଙ୍କ ସାମ୍ନାକୁ ଚାଲି ଆସିଥିଲା। କିନ୍ତୁ ଡ୍ରାଇଭର ଜଣକ ଦୁର୍ଘଟଣା ଘଟିବା ପୂର୍ବରୁ ନିଜ କାର୍‌କୁ ଅଟ୍‌କାଇ ଦେଇଥିଲେ। ବାସ୍‌ ଏତିକିରେ ଯୁବତୀ ଜଣକ ରାଗି ଯାଇଥିଲେ। ଟ୍ୟାକ୍ସି ଡ୍ରାଇଭର ଜଣଙ୍କର କିଛି ଦୋଷ ନଥିଲେ ମଧ୍ୟ ତାଙ୍କୁ କାର୍‌ ଭିତରୁ ଟାଣି ଆଣି ବିଚ୍‌ ରାସ୍ତାରେ ମାଡ ମାରିବାକୁ ଲାଗିଥିଲେ। ଏପରିକି ତାଙ୍କ ଫୋନ୍‌ ମଧ୍ୟ ଭାଙ୍ଗି ଦେଇଥିଲେ ଯୁବତୀ। ତେବେ ଯୁବତୀ ଜଣକ ଡ୍ରାଇଭରଙ୍କୁ ବାରମ୍ବାର ମାଡ ମାରିଚାଲିଥିବା ବେଳେ ଡ୍ରାଇଭର ଜଣକ କିନ୍ତୁ ଥରେ ବି ହାତ ଉଠାଇ ନଥିଲେ।

ରାସ୍ତା ଉପରେ ଦୁହିଁଙ୍କ ଝଗଡା ଦେଖି ଟ୍ରାଫିକ୍‌ ପୁଲିସ ଆସିଥିଲା। କିନ୍ତୁ ଚେଷ୍ଟା କରିବା ସତ୍ତ୍ୱେ ସେ ଯୁବତୀ ଜଣଙ୍କୁ ଅଟକାଇ ପାରିନଥିଲା, ଶେଷରେ ସେଠାରୁ ଚାଲିଯାଇଥିଲା ପୁଲିସ। ଏହି ସମସ୍ତ ଘଟଣାର ଭିଡିଓ ସିସିଟିଭିରେ କଏଦ୍‌ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ଯୁବତୀ ଜଣଙ୍କୁ ଏବେ ଗିରଫ କରିବାକୁ ଦାବି ଉଠିଛି।

Advertisment

ସେପଟେ ଲକ୍ଷ୍ନୌ ପୁଲିସ ଉକ୍ତ ଯୁବତୀଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସୋଶାଲ ମିଡିଆରେ କେତେକ ୟୁଜର୍ସ ଏହାକୁ ଫ୍ୟାମିନିଜିମ୍‌ ବୋଲି କହୁଛନ୍ତି।  ପବ୍ଲିସିଟି ପାଇଁ ଏଭଳି କରିବା ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

https://twitter.com/suraj_22/status/1422006586008956928?s=20

https://twitter.com/shahcastic/status/1422238320998817797?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe