Advertisment

ବର-କନିଆଁଙ୍କ ପାଇଁ ଫୁଲ ମାସ୍କ

ଚେନ୍ନାଇ: ଚାରିଆଡେ ମାଡି ଚାଲିଛି ମାହାମାରୀ। ଲାଇଫଷ୍ଟାଇଲ୍‌ ବଦଳାଇଦେଇଛି ମାରାତ୍ମକ କରୋନା। ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ଉପାୟ ହେଲା ମାସ୍କ ପିନ୍ଧିବା। ଘରୁ ବାହାରିବା ମାତ୍ରେ ସମସ୍ତଙ୍କ ପାଇଁ ଏବେ ମାସ୍କ ପିନ୍ଧିବା ଜରୁରୀ ହୋଇପଡିଛି। ଅଫିସ୍‌, ସପିଂ, ପାର୍ଟି ହେଉ ଅବା ବିବାହ। ସବୁଠାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏପିରକି ଆଜିକାଲି ବିବାହ ପାଇଁ ବେଦୀରେ ବସିଥିବା ବର କନିଆଁ ମଧ୍ୟ ମାସ୍କ ପିନ୍ଧନ୍ତି। ଅନେକ ସମୟରେ ବିବାହ ବେଳେ ବର କନିଆଁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବର-କନିଆଁଙ୍କ ପାଇଁ ଫୁଲ ମାସ୍କ

Flower mask for bride

ଚେନ୍ନାଇ: ଚାରିଆଡେ ମାଡି ଚାଲିଛି ମାହାମାରୀ। ଲାଇଫଷ୍ଟାଇଲ୍‌ ବଦଳାଇଦେଇଛି ମାରାତ୍ମକ କରୋନା। ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ଉପାୟ ହେଲା ମାସ୍କ ପିନ୍ଧିବା। ଘରୁ ବାହାରିବା ମାତ୍ରେ ସମସ୍ତଙ୍କ ପାଇଁ ଏବେ ମାସ୍କ ପିନ୍ଧିବା ଜରୁରୀ ହୋଇପଡିଛି। ଅଫିସ୍‌, ସପିଂ, ପାର୍ଟି ହେଉ ଅବା ବିବାହ। ସବୁଠାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏପିରକି ଆଜିକାଲି ବିବାହ ପାଇଁ ବେଦୀରେ ବସିଥିବା ବର କନିଆଁ ମଧ୍ୟ ମାସ୍କ ପିନ୍ଧନ୍ତି।

Advertisment

ଅନେକ ସମୟରେ ବିବାହ ବେଳେ ବର କନିଆଁ ମାସ୍କ ପିନ୍ଧିବା ପସନ୍ଦ କରନ୍ତି ନାହିଁ।  ନିଜ ବିବାହରେ  ଡିଜାଇନ୍‌ର ଡ୍ରେସ ପିନ୍ଧି ସଜବାଜ ହୋଇଥିବା ବର କନିଆଁଙ୍କୁ ଡ୍ରେସ ସହ ମାସ୍କ ପିନ୍ଧିବା ଭଲ ଲାଗେନି। ଏଭଳି ବର କନିଆଁଙ୍କ ପାଇଁ ବଜାରକୁ ଆସିଛି ଏକ ନୂଆ ମାସ୍କ। ସେମାନଙ୍କ ସୁନ୍ଦରତାକୁ ବଜାୟ ରଖିବା ଲାଗି ତିଆରି ହୋଇଛି ସ୍ୱତନ୍ତ୍ର ମାସ୍କ।

ତାମିଲନାଡୁ ମଦୁରାଇର ମୋହନ। ସେ ପେଶାରେ ଜଣେ ଫୁଲ ବିକାଳି। କୋଭିଡ-୧୯ ବିଷୟରେ ସଚେତନତା କରିବା ଏବଂ ବର କନିଆଁଙ୍କ ଷ୍ଟାଇଲିସ ଲୁକ୍‌ ବଜାୟ ରଖିବା ପାଇଁ ସେ ତିଆରି କରିଛନ୍ତି  ଫୁଲ ମାସ୍କ। ମଲ୍ଲି, ଯୁଇ, ଗୋଲାପ ଭଳି ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଫୁଲ ସହାଯ୍ୟରେ ସେ ଏହି ମାସ୍କ ତିଆରି କରିଛନ୍ତି। ଏହି ମାସ୍କଗୁଡିକ ଦେଖିବାକୁ ଯେତିକି ଷ୍ଟାଇଲସି ସେତିକି ସୁନ୍ଦର ମଧ୍ୟ। ତାଙ୍କ ମାସ୍କକୁ ଯିଏ ଦେଖୁଛି ସିଏ ଘଡିଏ ଚାହୁଁଛି। ସମସ୍ତଙ୍କୁ ଆକର୍ଷିତ କରୁଛି ମୋହନଙ୍କ ଦୋକନରେ ବିକ୍ରି ହେଉଥିବା ଫୁଲ ମାସ୍କ। ଏହି ଫୁଲ ମାସ୍କର ଦାମ ମଧ୍ୟ ବେଶ୍‌ ଶସ୍ତା ରହିଛି। ଗୋଟିଏ ମାସ୍କ ପିଛା ୫୦ରୁ ୧୦୦ ଏବଂ ୧୦୦ରୁ ୨୦୦ ଟଙ୍କା ଦାମ୍‌ ରଖିଛନ୍ତି ମୋହନ।

Advertisment

ମୋହନ କୁହନ୍ତି, 'ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଲୋକେ ବିବାହରେ ମାସ୍କ ପିନ୍ଧୁ ନାହାନ୍ତି। ତେଣୁ ବର କନିଆଁଙ୍କୁ ବିବାହରେ ମାସ୍କ ପିନ୍ଧିବା ଲାଗି ପ୍ରୋତ୍ସାହିତ କରିବା ପାଇଁ ମୁଁ ଏଭଳି ମାସ୍କ ତିଆରି କରୁଛି।'

https://twitter.com/ANI/status/1425286013157482497?s=20