Advertisment

ଅପେକ୍ଷା କରିଥିଲା ବର, କିନ୍ତୁ କନିଆଁର ଖାଇବା ସରୁନି

ନୂଆଦିଲ୍ଲୀ: କିଛି ଯୁବତୀଙ୍କୁ ଖାଦ୍ୟ ଖାଇବା ବେଶ୍‌ ଭଲ ଲାଗେ। ସେମାନଙ୍କ ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ରହିଥାଏ। ଏପରିକି ନିଜ ବିବାହ ଦିନ ମଧ୍ୟ ବରକୁ ପଛରେ ପକାଇ ସେ ଖାଦ୍ୟକୁ ଆଗ ବାଛନ୍ତି। ସେମାନେ ଖାଇବା ଛାଡି ପାରନ୍ତି ନାହାନ୍ତି। ବରଯାତ୍ରୀ ଆସି ଦୁଆର ମୁହଁରେ ଠିଆ ହୋଇଥିଲେ ମଧ୍ୟ ଏମାନେ ଖାଇବା ଛାଡନ୍ତି ନାହିଁ। ଏଭଳି ହିଁ ଏକ ନବବଧୂର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। […]

ଅଦ୍ୟତନ ହୋଇଛି
ଅପେକ୍ଷା କରିଥିଲା ବର, କିନ୍ତୁ କନିଆଁର ଖାଇବା ସରୁନି

Foodi Bride

Advertisment

ନୂଆଦିଲ୍ଲୀ: କିଛି ଯୁବତୀଙ୍କୁ ଖାଦ୍ୟ ଖାଇବା ବେଶ୍‌ ଭଲ ଲାଗେ। ସେମାନଙ୍କ ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ରହିଥାଏ। ଏପରିକି ନିଜ ବିବାହ ଦିନ ମଧ୍ୟ ବରକୁ ପଛରେ ପକାଇ ସେ ଖାଦ୍ୟକୁ ଆଗ ବାଛନ୍ତି। ସେମାନେ ଖାଇବା ଛାଡି ପାରନ୍ତି ନାହାନ୍ତି। ବରଯାତ୍ରୀ ଆସି ଦୁଆର ମୁହଁରେ ଠିଆ ହୋଇଥିଲେ ମଧ୍ୟ ଏମାନେ ଖାଇବା ଛାଡନ୍ତି ନାହିଁ। ଏଭଳି ହିଁ ଏକ ନବବଧୂର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବରଯାତ୍ରୀ ଆସି ଦୁଆର ମୁହଁରେ ଠିଆ ହୋଇଛି। ବିବାହ ପାଇଁ ଅପେକ୍ଷା କରିଛି ବର। ଶୁଭ ବେଳା ବି ଗଡିଯାଇଛି। ଏପଟେ କିନ୍ତୁ ଖାଇବା ଛାଡୁନି କନିଆଁ। ସେ ଗୋଡ ଉପରେ ଗୋଡ ରଖି ଫ୍ରେଞ୍ଚଫ୍ରାଏ ଏବଂ ପାସ୍ତା ଖାଇବରେ ବ୍ୟସ୍ତ ଅଛି। ଯେତେ ଡାକିଲେ ବି ଉଠୁନି। ଲଗାତର ଖାଇ ଚାଲିଛି। କେବଳ ସେତିକି ନୁହେଁ ମଦ ପିଇବାରେ ମଧ୍ୟ ମାହିର ଅଛି ନବବଧୂ।

ପୂରା ନବବଧୂ ଗେଟ୍‌ଅପ୍‌ରେ ସଜେଇ ହୋଇ ଖାଇବାକୁ ବସିପଡିଛି କନିଆଁ। ବିବାହ ପାଇଁ ସାଙ୍ଗ ଆସି ଡାକିବା ପରେ ବି ସେ ଉଠୁନି। ବରଯାତ୍ରୀ ଓ ବିବାହ ପରେ ଦେଖିବା ଆଗ ଖାଇବା ସରୁ ବୋଲି ଭିଡିଓରେ କନିଆଁ ଜଣକ କହୁଥିବା ଶୁଣିବାକୁ ମିଳିଛି।

Advertisment

ଏହି ଫୁଡି କନିଆଁଙ୍କ  ଆଉ ଏକ ମଜାଦାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ଶାଶୁଙ୍କ ସାମ୍ନାରେ ଜଣେ ସାଂସ୍କାରୀ ବୋହୂ ଭାବରେ ଅଭିନୟ କରୁଥିବାବେଳେ ଅନ୍ୟ ପଟେ ହାତରେ ମଦ ଗ୍ଲାସ ଧରି ମଦ ପିଉଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡିଓଟି କେବେକାର ଓ କେଉଁଠାର ତାହା ଜଣାପଡିନାହିଁ। ସୋଶାଲ ମିଡଆରେ ଏହି ଫୁଡି ବା ଖାଉ ନବବଧୂର ଭିଡିଓ ଜୋରସୋରରେ ଭାଇରାଲ ହେଉଛି।

ଭାଇରାଲ ହେଉଥିବ ଏହି ଭିଡିଓକୁ ଦେଖିବା ପରେ କହିବା ଭୁଲ ହେବ ନାହିଁ ଯେ ଆଜିର ଝିଅମାନେ ବିବାହ ଦିନ ଲାଜ କରିବା ଅପେକ୍ଷା କୁଲ୍‌ ରହିବା ଓ ମସ୍ତି କରିବାକୁ ଅଧିକ ପସନ୍ଦ କରନ୍ତି।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe