Advertisment

ଉଦ୍‌ଘାଟନ ବେଳେ ଭାଙ୍ଗିଗଲା ପୋଲ, ସ୍ତ୍ରୀଙ୍କ ସହ ନାଳକୁ ଗଳି ପଡ଼ିଲେ ନେତା

ନୂଆଦିଲ୍ଲୀ: ନୂଆ କରି ତିଆରି ହୋଇଥିଲା ଫୁଟ୍‌ବ୍ରିଜ। ନଦୀ ପାର୍‌ କରିବାକୁ ତିଆରି କରାଯାଇଥିଲା ପୋଲ। ଏହି ପୋଲକୁ ଉଦ୍‌ଘାଟନ କରିବାକୁ ଆସିଥିଲେ ବଡ ବଡ ନେତା ଓ ଅଧିକାରୀ। ତାଙ୍କ ସହ ଥିଲେ ସେମାନଙ୍କ ଧର୍ମପତ୍ନୀ। ତେବେ ଉଦ୍‌ଘାଟ ବେଳେ ହିଁ ହଠାତ୍‌ ଛିଡିଗଲା ପୋଲ। ସ୍ତ୍ରୀଙ୍କ ସହ ନାଳକୁ ଗଳି ପଡିଲେ ନେତା। ଏଭଳି ଘଟଣା ଘଟିଛି ମେସ୍କିକୋର ଏକ ସହରରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାଧାରଣ […]

ଉଦ୍‌ଘାଟନ ବେଳେ ଭାଙ୍ଗିଗଲା ପୋଲ, ସ୍ତ୍ରୀଙ୍କ ସହ ନାଳକୁ ଗଳି ପଡ଼ିଲେ ନେତା

footbridge-collapses

Advertisment

ନୂଆଦିଲ୍ଲୀ: ନୂଆ କରି ତିଆରି ହୋଇଥିଲା ଫୁଟ୍‌ବ୍ରିଜ। ନଦୀ ପାର୍‌ କରିବାକୁ ତିଆରି କରାଯାଇଥିଲା ପୋଲ। ଏହି ପୋଲକୁ ଉଦ୍‌ଘାଟନ କରିବାକୁ ଆସିଥିଲେ ବଡ ବଡ ନେତା ଓ ଅଧିକାରୀ। ତାଙ୍କ ସହ ଥିଲେ ସେମାନଙ୍କ ଧର୍ମପତ୍ନୀ। ତେବେ ଉଦ୍‌ଘାଟ ବେଳେ ହିଁ ହଠାତ୍‌ ଛିଡିଗଲା ପୋଲ। ସ୍ତ୍ରୀଙ୍କ ସହ ନାଳକୁ ଗଳି ପଡିଲେ ନେତା। ଏଭଳି ଘଟଣା ଘଟିଛି ମେସ୍କିକୋର ଏକ ସହରରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସାଧାରଣ ପୋଲ ହେଉ ଅବା କୌଣସି ନୂଆ ସଡକ, ଉଦ୍‌ଘାଟନ କରିବା ପାଇଁ ଅଧିକାଂଶ ସେଲେବ୍ରିଟି ତଥା ବଡ ବଡ ନେତାମାନେ ଆସିଥାନ୍ତି। ମେସ୍କିକୋର ଏକ ସହରରେ ଏଭଳି ହିଁ ଏକ ପୋଲ ବା ଫୁଟ୍‌ବ୍ରିଜର ଉଦ୍‌ଘାଟନ କରିବା ପାଇଁ ସହରର ମେୟର ଓ ଅନ୍ୟ ଅଧିକାରୀଙ୍କୁ ଡକାଯାଇଥିଲା। ଯେତେବେଳେ ଏହି ପୋଲ ଉପରେ ସମସ୍ତେ ଚଢ଼ିଥିଲେ ସେତେବେଳେ ଏହି କାଠ ପୋଲଟି ଛଡି ପଡିଥିଲା। ଆଉ ମେୟରଙ୍କ ସମେତ ୧୨ରୁ ଅଧିକ ଲୋକେ ତଳେ ଥିବା ଏକ ନାଳରେ ପଡିଯାଇଥିଲେ।

ମେକ୍ସିକୋର କ୍ୱେର୍ନିୱାକା ସହରରେ ଏକ ନଦୀ ଉପରେ ଫୁଟ୍‌ବ୍ରିଜ୍‌ଟି ତିଆରି କରାଯାଇଥିଲା। ପୋଲଟି କାଠ ପଟା ଓ ଲୁହାର ଚେନ୍‌ରେ ତିଆରି ହୋଇଥିଲା। ତେବେ ଉଦ୍‌ଘାଟନ ପାଇଁ ଯେତେବେଳେ ଏହି ପୋଲ ଉପରେ ଲୋକମାନେ ଚଢ଼ିଥିଲେ ସେତେବେଳେ ହଠାତ୍‌ ଏହି ଫୁଟ୍‌ବ୍ରିଜ୍‌ଟି ଛିଣ୍ଡି ଯାଇଥିଲା।

Advertisment

ଏହି ଫୁଟ୍‌ବ୍ରିଜ୍‌ଟି ଛିଣ୍ଡିବା ପରେ ସହରର କାଉନ୍‌ସିଲ୍‌ ମେମ୍ବର ତଥା ଅନ୍ୟ ସ୍ଥାନୀୟ ଅଧିକାରୀମାନେ ୩ ମିଟର ତଳେ ଥିବା ଏକ ନାଳକୁ ଖସି ପଡିଥିଲେ। ଅନ୍ୟ କିଛି ଲୋକ ବ୍ରିଜ ତଳେ ଥିବା ପଥର ଉପରେ ମଧ୍ୟ ପଡିଯାଇଥିଲେ। ନାଳରେ ପଡ଼ିଥିବା ଲୋକଙ୍କ ମଧ୍ୟରେ ମେୟର, ତାଙ୍କ ପତ୍ନୀ, ଅନେକ ଅଧିକାରୀ ଏବଂ ସାମ୍ବାଦିକ ମଧ୍ୟ ଥିଲେ। ଏହି ସମୟରେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା।

ମିଡିଆ ରିପୋର୍ଟ ମୁତାବକ, କ୍ଷମତାଠାରୁ ଅଧିକ ଲୋକ ବ୍ରିଜ ଉପରକୁ ଚଢ଼ିବା କାରଣରୁ ଏହି ଘଟଣା ଘଟିଛି। ଏହି ପୂରା ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅନେକ ଲୋକ ନାଳ ଭିତରେ ପଡ଼ିଥିବାର ନଜର ଆସିଛନ୍ତି।

https://twitter.com/TelevisaMorelos/status/1534221865039831041?s=20&t=MHWOMxggVHr6e3JQwcQE3g

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe