Advertisment

ଘାରିଲା ନାଲି ପାଣି ନିଶା, ଶାଶୁ ବେକରେ ପକାଇଲେ ବରଣମାଳା

ମୁମ୍ବାଇ: ବାଜା ବାଣ ରୋଷଣିରେ ଦୁଲୁକୁଥିଲା ସାହି। ଆଗରେ ମୁଣ୍ଡରେ ପଗଡି ବାନ୍ଧି ଘୋଡା ଉପରେ ଆସିଥିଲା ବର । ପଛରେ ଥିଲେ ଧାଡି କି ଧାଡି ବରଯାତ୍ରୀ। କନିଆଁ ଘର ଆଗରେ ଜମିଥିଲା ନାଚ ଗୀତର ଆସର । ବନ୍ଧୁବାନ୍ଧବ, ପରିବାର ବର୍ଗ, ସାଙ୍ଗସାଥୀ ଥିଲେ ନାଚରେ ମସଗୁଲ  ସାହି ପଡୋଶୀଙ୍କ ଆଖି ଯେପରି ଲାଗିଯାଇଥିଲା ବରଯାତ୍ରୀଙ୍କ ଉପରେ। ତେବେ ଝିଅ ଘର ଅଗରେ ପଡିଥିବା ବେଦିରେ ବରଯାତ୍ରୀ ପହଁଚିବା ପରେ ଯାହା ଘଟିଲା ତା […]

ଅଦ୍ୟତନ ହୋଇଛି
ଘାରିଲା ନାଲି ପାଣି ନିଶା, ଶାଶୁ ବେକରେ ପକାଇଲେ ବରଣମାଳା

funny wedding video

Advertisment

ମୁମ୍ବାଇ: ବାଜା ବାଣ ରୋଷଣିରେ ଦୁଲୁକୁଥିଲା ସାହି। ଆଗରେ ମୁଣ୍ଡରେ ପଗଡି ବାନ୍ଧି ଘୋଡା ଉପରେ ଆସିଥିଲା ବର । ପଛରେ ଥିଲେ ଧାଡି କି ଧାଡି ବରଯାତ୍ରୀ। କନିଆଁ ଘର ଆଗରେ ଜମିଥିଲା ନାଚ ଗୀତର ଆସର । ବନ୍ଧୁବାନ୍ଧବ, ପରିବାର ବର୍ଗ, ସାଙ୍ଗସାଥୀ ଥିଲେ ନାଚରେ ମସଗୁଲ  ସାହି ପଡୋଶୀଙ୍କ ଆଖି ଯେପରି ଲାଗିଯାଇଥିଲା ବରଯାତ୍ରୀଙ୍କ ଉପରେ। ତେବେ ଝିଅ ଘର ଅଗରେ ପଡିଥିବା ବେଦିରେ ବରଯାତ୍ରୀ ପହଁଚିବା ପରେ ଯାହା ଘଟିଲା ତା ଶୁଣିଲେ ଯେକେହି ବି ତାଜୁବ ହୋଇଯିବ।

Advertisment

ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି ସେହି ସମୟର ଏକ ଭିଡିଓ। ବିରାଟ ପଟୁଆରେ ବରଯାତ୍ରୀ ବିବାହ ମଣ୍ଡପରେ ପହଂଚିଥିଲା। ହେଲେ ହୋଶ ନଥିଲା ବରର। ବିବାହ କରିବାକୁ ଆସିଥିବା ଯୁବକଙ୍କୁ ଘାରିଥିଲା ନାଲି ପାଣି ନିଶା। ବୋଧ ହୁଏ ବିବାହ ଖୁସିରେ ଟିକେ ଅଧିକା ହୋଇଯାଇଥିଲା। ପରମ୍ପରା ମୁତାବକ ବେଦିରେ ପହଂଚିବା ପରେ ହୋଇଥାଏ ବରଣମାଳା ରିତିନୀତି। ବର କନ୍ୟ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇଥା’ନ୍ତି। ଏଠାରେ ବି ସେମିତି କିଛି ହେବାର ବନ୍ଦୋବସ୍ତ ହୋଇଥିଲା। ହାତରେ ବରଣମାଳା ଧରି ବରକୁ ଅପେକ୍ଷା କରିଥିଲେ କନିଆଁ। ହେଲେ ମଦ ନିଶା ଟଳମଳ ବର କନିଆଁକୁ ଛାଡି ଶାଶୁଙ୍କ ବେକରେ ବରଣମଳା ପକାଇଦେଉଥିଲେ। ଠିକ୍ ଏତିକି ବେଳେ ଶାଶୁ ଜ୍ୱାଇଁର ହାତକୁ ଠେଳି ଦେଇଥିଲେ। ଏହାପରେ ବରଣମାଳା ଧରି କନିଆଁ ପାଖରେ ପହଂଚିଥିଲେ ବର। କନିଆଁ ବେକରେ ମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଦ ନିଶା ମୁଣ୍ଡକୁ ଏତେ ଚଢ଼ିଥିଲା ଯେ, ବେଦି ଉପରେ ସମସ୍ତଙ୍କ ସାମ୍ନାରେ ତଳେ ଗଳି ପଡିଥିଲେ ବର।

ବରର ଏଭଳି କାଣ୍ଡ ଓ ଦଶା ଦେଖି ସେଠାରେ ଥିବା ସମସ୍ତେ ହସି ହସି ଗଡିଯାଇଥିଲେ। ଏହି ପୂରା ଦୃଶ୍ୟକୁ ସେଠାରେ ଥିବା ଜଣେ ବ୍ୟକ୍ତି ମୋବାଇଲରେ ରେକର୍ଡ କରି ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍ କରିଥିଲେ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭଇଡିଓକୁ ଦେଖି ଲୋକେ ହସି ହସି ବେଦମ ହୋଇଯାଉଛନ୍ତି। ଅନେକ ଲୋକେ ଏହି ଭିଡିଓରେ କମେଣ୍ଟ କରିବା ସହ ହସିବା ଇମୋଜି ଦେଇଛନ୍ତି। ତେବେ ଏହି ଘଟଣାଟି କେଉଁଠି ଘଟିଥିଲା ଏବଂ ବର ତଥା କନ୍ୟାଙ୍କ ତଥ୍ୟ ସମ୍ପର୍କରେ ଭିଡିଓରେ କୌଣସି ସୂଚନା ଦିଆଯାଇ ନାହିଁ।

Advertisment

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe