/odisha-reporter/media/post_attachments/uploads/2021/10/Untitled-1-6.jpg)
Aryan and Gauri Khan
ମୁମ୍ବାଇ: ଡ୍ରଗ୍ ମାମଲାରେ ବଲିଉଡ୍ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଏବେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ଅଛନ୍ତି। ଶୁକ୍ରବାର ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ସେଠାକୁ ପଠାଇ ଦିଆଯାଇଛି।
କୋର୍ଟରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ ହେବା ଖବର ଆସିବା ପରେ କାନ୍ଦି ପକାଇଥିଲେ ତାଙ୍କ ମା’ ଗୌରୀ ଖାଁ। ସେ ତାଙ୍କ କାରର ପଛ ସିଟ୍ରେ ବସିଥିବା ବେଳେ ମୁହଁରେ ହାତ ଦେଇ କାନ୍ଦୁଥିଲେ। ଆଉ ଏହି ଦୃଶ୍ୟ ଅନେକଙ୍କ କ୍ୟାମେରାରେ କଏଦ ହୋଇଯାଇଥିଲା, ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।
ଗୌରୀଙ୍କର ଗତକାଲି ଜନ୍ମଦିନ ଥିଲା। ଗତକାଲି ସେ ୫୧ ବର୍ଷରେ ପାଦ ଥାପିଛନ୍ତି। କିନ୍ତୁ ଜନ୍ମଦିନରେ ପୁଅର ଏଭଳି ଦୁର୍ଦ୍ଦଶା ଦେଖି ସେ ଭାଙ୍ଗି ପଡ଼ିଥିଲେ। ସେ ପୁଅକୁ ଜେଲ୍କୁ ନଯିବାକୁ ଦେବା ପାଇଁ ଆଇନର ସବୁ ଦିଗର ଉପଯୋଗ କରିଥିଲେ। ତେବେ ପୁଅର ଜାମିନ୍ କରାଇବାରେ ବିଫଳ ହୋଇଥିଲେ।
ଅନ୍ୟପକ୍ଷରେ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ଆର୍ଯ୍ୟନ ଶାନ୍ତ ଦେଖା ଯାଉଥିଲେ। ପୁଲିସ୍ ତାଙ୍କୁ କାର୍ରେ ବସାଇ ନେବା ବେଳେ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
ସୂଚନାଯୋଗ୍ୟ, ଆର୍ଯ୍ୟନଙ୍କୁ ମୁମ୍ବାଇର ଏକ କୋର୍ଟ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏନ୍ସିବିର ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
