Advertisment

ଭାଇରାଲ୍‌ ହେଉଛି ଆର୍ଯ୍ୟନଙ୍କ ମା’ ଗୌରୀଙ୍କ ଭିଡିଓ

ମୁମ୍ବାଇ: ଡ୍ରଗ୍ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଏବେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି। ଶୁକ୍ରବାର ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ସେଠାକୁ ପଠାଇ ଦିଆଯାଇଛି। କୋର୍ଟରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ ହେବା ଖବର ଆସିବା ପରେ କାନ୍ଦି ପକାଇଥିଲେ ତାଙ୍କ ମା’ ଗୌରୀ ଖାଁ। ସେ ତାଙ୍କ କାରର ପଛ ସିଟ୍‌ରେ ବସିଥିବା ବେଳେ ମୁହଁରେ ହାତ ଦେଇ କାନ୍ଦୁଥିଲେ। ଆଉ ଏହି ଦୃଶ୍ୟ […]

ଅଦ୍ୟତନ ହୋଇଛି
ଭାଇରାଲ୍‌ ହେଉଛି ଆର୍ଯ୍ୟନଙ୍କ ମା’ ଗୌରୀଙ୍କ ଭିଡିଓ

Aryan and Gauri Khan

Advertisment

ମୁମ୍ବାଇ: ଡ୍ରଗ୍ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଏବେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି। ଶୁକ୍ରବାର ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ସେଠାକୁ ପଠାଇ ଦିଆଯାଇଛି।

Advertisment

କୋର୍ଟରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ ହେବା ଖବର ଆସିବା ପରେ କାନ୍ଦି ପକାଇଥିଲେ ତାଙ୍କ ମା’ ଗୌରୀ ଖାଁ। ସେ ତାଙ୍କ କାରର ପଛ ସିଟ୍‌ରେ ବସିଥିବା ବେଳେ ମୁହଁରେ ହାତ ଦେଇ କାନ୍ଦୁଥିଲେ। ଆଉ ଏହି ଦୃଶ୍ୟ ଅନେକଙ୍କ କ୍ୟାମେରାରେ କଏଦ ହୋଇଯାଇଥିଲା, ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

ଗୌରୀଙ୍କର ଗତକାଲି ଜନ୍ମଦିନ ଥିଲା। ଗତକାଲି ସେ ୫୧ ବର୍ଷରେ ପାଦ ଥାପିଛନ୍ତି। କିନ୍ତୁ ଜନ୍ମଦିନରେ ପୁଅର ଏଭଳି ଦୁର୍ଦ୍ଦଶା ଦେଖି ସେ ଭାଙ୍ଗି ପଡ଼ିଥିଲେ। ସେ ପୁଅକୁ ଜେଲ୍‌କୁ ନଯିବାକୁ ଦେବା ପାଇଁ ଆଇନର ସବୁ ଦିଗର ଉପଯୋଗ କରିଥିଲେ। ତେବେ ପୁଅର ଜାମିନ୍ କରାଇବାରେ ବିଫଳ ହୋଇଥିଲେ।

Advertisment

ଅନ୍ୟପକ୍ଷରେ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ଆର୍ଯ୍ୟନ ଶାନ୍ତ ଦେଖା ଯାଉଥିଲେ। ପୁଲିସ୍ ତାଙ୍କୁ କାର୍‌ରେ ବସାଇ ନେବା ବେଳେ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
ସୂଚନାଯୋଗ୍ୟ, ଆର୍ଯ୍ୟନଙ୍କୁ ମୁମ୍ବାଇର ଏକ କୋର୍ଟ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏନ୍‌ସିବିର ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe