Advertisment

ସୁପ୍ରିଓଙ୍କ ହାତ ଧରିଲେ ଅଭୟ, ପାରମ୍ପରିକ ରୀତିନୀତିରେ ସରିଲା ସମଲିଙ୍ଗୀ ବିବାହ

ହାଇଦ୍ରାବାଦ: ସାତ ଜନମର ସାଥୀ ହେଲେ ଦୁଇ ପୁଅ। ସୁପ୍ରିଓ ଚକ୍ରବର୍ତ୍ତୀଙ୍କ ହାତ ଧରିଲେ ଅଭୟ ଡାଙ୍ଗ। ରୀତିନୀତି ଅନୁଯାୟୀ ନେଲେ ସାତ ଫେରା। ହାତରେ ମେହେନ୍ଦୀ ସାଙ୍ଗକୁ ଲଗାଇଲେ ହଳଦୀ। ପରସ୍ପରକୁ ପିନ୍ଧାଇଲେ ମୁଦି। ଧୂମ୍‌ଧାମ୍‌ ସରିଲା ସମଲିଙ୍ଗୀ ବିବାହ। ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେଲେଙ୍ଗାନରେ ଏଭଳି ଏକ ନିଆରା ସମଲିଙ୍ଗୀ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁପ୍ରିଓ ଓ ଅଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏକ ଦଶନ୍ଧି ଧରି […]

ଅଦ୍ୟତନ ହୋଇଛି
ସୁପ୍ରିଓଙ୍କ ହାତ ଧରିଲେ ଅଭୟ, ପାରମ୍ପରିକ ରୀତିନୀତିରେ ସରିଲା ସମଲିଙ୍ଗୀ ବିବାହ

gay couple married

Advertisment

ହାଇଦ୍ରାବାଦ: ସାତ ଜନମର ସାଥୀ ହେଲେ ଦୁଇ ପୁଅ। ସୁପ୍ରିଓ ଚକ୍ରବର୍ତ୍ତୀଙ୍କ ହାତ ଧରିଲେ ଅଭୟ ଡାଙ୍ଗ। ରୀତିନୀତି ଅନୁଯାୟୀ ନେଲେ ସାତ ଫେରା। ହାତରେ ମେହେନ୍ଦୀ ସାଙ୍ଗକୁ ଲଗାଇଲେ ହଳଦୀ। ପରସ୍ପରକୁ ପିନ୍ଧାଇଲେ ମୁଦି। ଧୂମ୍‌ଧାମ୍‌ ସରିଲା ସମଲିଙ୍ଗୀ ବିବାହ। ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ତେଲେଙ୍ଗାନରେ ଏଭଳି ଏକ ନିଆରା ସମଲିଙ୍ଗୀ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁପ୍ରିଓ ଓ ଅଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏକ ଦଶନ୍ଧି ଧରି ଲିଭ୍‌ ଇନ୍‌ରେ ରହିବା ପରେ ଦୁହେଁ ନିଜ ସମ୍ପର୍କକୁ ଆଗକୁ ବଢ଼ାଇଛନ୍ତି। ଏମାନେ ତେଲେଙ୍ଗାନାର ପ୍ରଥମ ସମଲିଙ୍ଗୀ ଦମ୍ପତି ବୋଲି କୁହାଯାଉଛି।

ହାଇଦ୍ରାବାର ଏକ ରିସର୍ଟରେ ୩୧ ବର୍ଷୀୟ ସୁପ୍ରିଓଙ୍କୁ ବିବାହ କରିଛନ୍ତି ୩୪ ବର୍ଷୀୟ ଅଭୟ। ଉଭୟଙ୍କ ପଞ୍ଜାବୀ ଏବଂ ବଙ୍ଗୀୟ ରୀତିନୀତିରେ ବିବାହ ହୋଇଥିଲା। ପରେ ବିବାହ ଉତ୍ସବରେ ଏକାଠି ରହିବାକୁ ଦୁହେଁ ଶପଥ ନେଇଥିଲେ। ଏହି ସମଲିଙ୍ଗୀ ଦମ୍ପତ୍ତିଙ୍କୁ ତାଙ୍କ ବନ୍ଧୁ ସୋଫିଆ ଡେଭିଡ୍ ବିବାହ କରାଇଥିଲେ। ନିଜ ବବାହକୁ ନେଇ ସୁପ୍ରିଓ କହିଛନ୍ତି, 'ଏହା ସମସ୍ତଙ୍କ ପାଇଁ ଏକ ବାର୍ତ୍ତା ଦେଇଛି ଯେ ଖୁସି ରହିବା ପାଇଁ କାହାର ଅନୁମତି ଦରକାର ନାହିଁ।' ବିବାହ ଉତ୍ସବରେ ଦମ୍ପତିଙ୍କ ପରିବାର ସଦସ୍ୟ ଏବଂ ସେମାନଙ୍କ ସାଙ୍ଗସାଥୀମାନେ ମଧ୍ୟ ଏକାଠି ହୋଇଥିଲେ।

Advertisment

ଉକ୍ତ ବିବାହରେ ଯୋଗ ଦେଇଥିବା ଜଣେ ଅତିଥି କହିଛନ୍ତି, ଧୀରେ ଧୀରେ ଲୋକଙ୍କ ଚିନ୍ତାଧାରା ବଦଳିବାରେ ଲାଗିଲାଣି। ଆଜିର ଏହି ଦୃଶ୍ୟ ଦେଖି ଅନୁଭବ ହେଉଛି ଯେ, ସମାଜରେ ହେଉଥିବା ପରିବର୍ତ୍ତନକୁ ଲୋକଙ୍କ ମଞ୍ଜୁରୀ ମିଳିଲାଣି।

ସୂଚନା ମୁତାବକ, ସୁପ୍ରିଓ ଏବଂ ଅଭୟ ଦୁହେଁ ଏକାଠି ହାଇଦ୍ରାବାଦରେ ଚାକିରି କରନ୍ତି।  ସୁପ୍ରିଓ ହୋଟେଲ ମ୍ୟାନେଜମେଣ୍ଟ ଫିଲ୍ଡରେ କାମ କରୁଥିବା ବେଳେ ଅଭୟ ଏକ ମଲ୍ଟି ନ୍ୟାଶନାଲ କମ୍ପାନୀରେ କାର୍ଯ୍ୟରତ। ଏ ଦୁହେଁ ୮ ବର୍ଷ ଧରି ସମ୍ପର୍କରେ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe