Advertisment

୧୦ ଟଙ୍କିଆ ନୋଟ୍ ଦେଲେ ୨୫ ହଜାର ଟଙ୍କା ପାଇବେ, ଜାଣନ୍ତୁ ଉପାୟ

ଦେଶରେ କୋଭିଡ-୧୯ ପାଇଁ ଅର୍ଥନୀତି ଦିଗହରା ହୋଇଛି। ଏବେ ସମସ୍ତେ କିଭଳି ରୋଜଗାର କରିବେ ସେ ନେଇ ବାଟ ଖୋଜୁଥିବା ବେଳେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୧୦ ଟଙ୍କିଆ ନୋଟ୍ ଦେଲେ ଜଣେ ୨୫ ହଜାର ଟଙ୍କା ପାଇପାରିବ। ଏଥିପାଇଁ କିନ୍ତୁ ସେହି ୧୦ ଟଙ୍କାର ଫିଚର କିଛି ସ୍ୱତନ୍ତ୍ର ରହିଛି। କଏନବଜାର (Coinbazzar) ସାଇଟର ବିଜ୍ଞପ୍ତି ଅନୁଯାୟୀ ଏଠାରେ ପୁରୁଣା ଟଙ୍କା ଅନଲାଇନରେ ବିକ୍ରି ହେଉଛି। ପୁରୁଣା ଟଙ୍କା ଦେଇ ଜଣେ ଅଧିକ […]

author-image
Subhransu Sekhar
ଅଦ୍ୟତନ ହୋଇଛି
୧୦ ଟଙ୍କିଆ ନୋଟ୍ ଦେଲେ ୨୫ ହଜାର ଟଙ୍କା ପାଇବେ, ଜାଣନ୍ତୁ ଉପାୟ

10-NOTE

ଦେଶରେ କୋଭିଡ-୧୯ ପାଇଁ ଅର୍ଥନୀତି ଦିଗହରା ହୋଇଛି। ଏବେ ସମସ୍ତେ କିଭଳି ରୋଜଗାର କରିବେ ସେ ନେଇ ବାଟ ଖୋଜୁଥିବା ବେଳେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୧୦ ଟଙ୍କିଆ ନୋଟ୍ ଦେଲେ ଜଣେ ୨୫ ହଜାର ଟଙ୍କା ପାଇପାରିବ। ଏଥିପାଇଁ କିନ୍ତୁ ସେହି ୧୦ ଟଙ୍କାର ଫିଚର କିଛି ସ୍ୱତନ୍ତ୍ର ରହିଛି।

Advertisment

କଏନବଜାର (Coinbazzar) ସାଇଟର ବିଜ୍ଞପ୍ତି ଅନୁଯାୟୀ ଏଠାରେ ପୁରୁଣା ଟଙ୍କା ଅନଲାଇନରେ ବିକ୍ରି ହେଉଛି। ପୁରୁଣା ଟଙ୍କା ଦେଇ ଜଣେ ଅଧିକ ରୋଜଗାର କରିପାରିବ। ଏଥିପାଇଁ କଏନବଜାରର ଅଫିସିଆଲ୍ ଓ୍ୱେବସାଇଟକୁ ଯାଇ ପଞ୍ଜିକରଣ କରିବାକୁ ହେବ। ଏହାପରେ ୧୦ ଟଙ୍କିଆ ନୋଟର ଫଟୋ ଉଠାଇ ଅପଲୋଡ କରିବାକୁ ହେବ। ଏହି ୧୦ ଟଙ୍କିଆ ନୋଟରେ କିନ୍ତୁ ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ରହିଥିବ। ଏହା ୧୯୪୩ ମସିହାର ପ୍ରିଣ୍ଟିଂ ନୋଟ୍ ହୋଇଥିବା ଦରକାର। ଏହାବାଦ୍ ସେତେବେଳର ଆରବିଆଇ ଗଭର୍ଣ୍ଣର ସିଡି ଦେଶମୁଖଙ୍କ ଦସ୍ତଖତ ଇଂରାଜୀ ଲେଟରରେ ନୋଟର ଉଭୟ ପାର୍ଶ୍ୱରେ ପ୍ରିଣ୍ଟିଂ ହୋଇଥିବା ଦରକାର। ନୋଟର ଫଟୋ ଅପଲୋଡ କରିବା ପରେ ସଂପୃକ୍ତ ଓ୍ୱେବସାଇଟ ତରଫରୁ ଫଟୋ ଉପଲୋଡ କରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେ। ଆଉ କିଭଳି ସେହି ନୋଟ ନେବେ ଓ ପଇସା ଦେବେ ତାର ବାଟ ବତାଇବେ ବୋଲି କୁହାଯାଇଛି।

ସେହିପରି ଯଦି ଜଣଙ୍କ ପାଖରେ ୫ ଟଙ୍କିଆ ନୋଟ୍ ଦେଇ ୩୦ ହଜାର ଟଙ୍କା ମିଳିପାରିବ। ଏଥିପାଇଁ antiques and collectables ଓ୍ୱେବସାଇଟକୁ ଲଗ ଇନ କରିବାକୁ ହେବ। ଏଠାରେ କହିରଖୁଛୁ ଏହି ଖବରଟି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଓଡ଼ିଶା ରିପୋର୍ଟର ଏହି କାରବାରକୁ ପ୍ରୋତ୍ସାହନ ଦେଉନାହିଁ। ଲୋକେ ସଚେତନ ଓ ସତର୍କ ରହନ୍ତୁ।

Advertisment