Advertisment

ଗୋଟିଏ ବାଇକ୍‌ରେ ବୁଲୁଥିଲେ ୭ଜଣ, କଟିଲା ୨୪,୦୦୦ ଫାଇନ୍‌

ନୂଆଦିଲ୍ଲୀ: ଉତୁରିଗଲା ହିରୋଗିରି। ଗୋଟିଏ ବାଇକରେ ୭ଜଣଙ୍କୁ ବସାଇ ବୁଲିବା ପଡିଲା ମହଙ୍ଗା। କଟିଲା ମୋଟା ଅଙ୍କର ଚାଲାଣ। ଶହେ କି ଦୁଇ ଶହ ନୁହେଁ ଏକାଥରକେ ୨୪,୦୦୦ ଟଙ୍କାର ଫାଇନ୍‌ କାଟିଲା ଟ୍ରାଫିକ୍‌ ପୁଲିସ। ଦିଲ୍ଲୀ ଉପକଣ୍ଠ ଗାଜିଆବାଦର କିଛି ଯୁବକ ରାସ୍ତା ଉପରେ ଦେଖାଉଥିଲା ଭୟାନକ ଷ୍ଟଣ୍ଟ। ଗୋଟିଏ ବାଇକ୍‌ରେ ଜଣକ ଉପରେ ଜଣେ ୭ ଜଣ ଲଦା ଲଦି ହୋଇ ବସି ଜନଗହଳିପୂର୍ଣ୍ଣ ରାସ୍ତାରେ କାଟୁଥିଲେ ଚକ୍କର। ଏପରିକି ବାଇକର ଟାଙ୍କି ଉପରେ […]

ଅଦ୍ୟତନ ହୋଇଛି
ଗୋଟିଏ ବାଇକ୍‌ରେ ବୁଲୁଥିଲେ ୭ଜଣ, କଟିଲା ୨୪,୦୦୦ ଫାଇନ୍‌

7-people-sitting-on-a-bike

Advertisment

ନୂଆଦିଲ୍ଲୀ: ଉତୁରିଗଲା ହିରୋଗିରି। ଗୋଟିଏ ବାଇକରେ ୭ଜଣଙ୍କୁ ବସାଇ ବୁଲିବା ପଡିଲା ମହଙ୍ଗା। କଟିଲା ମୋଟା ଅଙ୍କର ଚାଲାଣ। ଶହେ କି ଦୁଇ ଶହ ନୁହେଁ ଏକାଥରକେ ୨୪,୦୦୦ ଟଙ୍କାର ଫାଇନ୍‌ କାଟିଲା ଟ୍ରାଫିକ୍‌ ପୁଲିସ।

Advertisment

ଦିଲ୍ଲୀ ଉପକଣ୍ଠ ଗାଜିଆବାଦର କିଛି ଯୁବକ ରାସ୍ତା ଉପରେ ଦେଖାଉଥିଲା ଭୟାନକ ଷ୍ଟଣ୍ଟ। ଗୋଟିଏ ବାଇକ୍‌ରେ ଜଣକ ଉପରେ ଜଣେ ୭ ଜଣ ଲଦା ଲଦି ହୋଇ ବସି ଜନଗହଳିପୂର୍ଣ୍ଣ ରାସ୍ତାରେ କାଟୁଥିଲେ ଚକ୍କର। ଏପରିକି ବାଇକର ଟାଙ୍କି ଉପରେ ମଧ୍ୟ ଜଣେ ବସିଥିଲେ। ଖୋଲାଖୋଲି ଭାବେ ଟ୍ରାଫିକ୍‌ ନିୟମଙ୍କୁ ଫୁ' କରି ଉଡାଇଥିଲେ।

https://twitter.com/AmritVichar/status/1555113203537186819?s=20&t=17SqY8MNwkPQedChnAe7jw

Advertisment

ଏହି ପୂରା ଘଟଣାର ଭିଡିଓକୁ କେହି ଜଣେ ନିଜ ମୋବାଇଲରେ କଏଦ୍‌ କରି ସୋଶାଲ ମିଡିଆରେ ଛାଡି ଦେଇଥିଲେ। ଏହି ଭିଡିଓଟି  ବୁଧବାର ରାତିରେ ଗାଜିଆବାଦର ବିଜୟନଗର ଅଞ୍ଚଳର ପ୍ରତାପ ବିହାର ସ୍ଥିତ ସମ୍ରାଟ ଛକ ନିକଟର ବୋଲି ଜଣାପଡିଛି। ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌କୁ ଆସିଥିଲା ଗାଜିଆବାଦ ପୁଲିସ।

ଉକ୍ତ ଯୁବକଙ୍କ ନାଁରେ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ପୁଲିସ ୨୪ ହଜାର ଟଙ୍କା ଚାଲାଣ କାଟିଥିଲା। ଏଥିସହ ଯୁବକଙ୍କୁ ତାଗିଦ ମଧ୍ୟ କରିଥିଲା ପୁଲିସ। ନିୟମ ପାଳନ କରି ବାଇକ୍‌କୁ ବାଇକ ଭଳି ହିଁ ଚଳାଇବା ଉଚିତ। ଯଦି ବାଇକ୍‌କୁ ଏଭଳି ୭ ସିଟର୍‌ କାର୍‌ ଭାବି ୭ ଜଣଙ୍କୁ ବସାଇ ଚଲାଇବ ତେବେ ମୋଟା ଅଙ୍କର ଜରିମାନା ଭରିବାକୁ ପଡିବ ବୋଲି ପୁଲିସ ଯୁବକଙ୍କୁ କହିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଗାଜିଆବାଦରେ ବାଇକ୍‌ ଷ୍ଟଣ୍ଟର ଅନେକ ଭିଡିଓ ଭାଇରାଲ୍ ହୋଇଛି। ସେମାନଙ୍କ ନାଁରେ ମଧ୍ୟ ପୁଲିସ ମୋଟା ଅଙ୍କର ଚାଲାଣ କାଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe