ବିବାହ ଖୁସିରେ ବେଦି ଉପରେ ଗୁଳି ଫୁଟାଇଲେ ବର-କନିଆଁ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ବିବାହ ଖୁସିରେ ହରାଇବସିଲେ ହୋସ୍‌। ସବୁ କିଛି ଭୁଲିଗଲେ ବର-କନିଆଁ। ବେଦି ଉପରେ ଦୁହେଁ ମିଶି ଫୁଟାଇଲେ ଗୁଳି। ତେବେ ତାଙ୍କର ଏହି ଖୁସି ଏବେ ତାଙ୍କ ଉପରେ ହିଁ ଭାରି ପଡିଛି। ସର୍ବସାଧାରଣରେ ଗୁଳି ଫୁଟାଇବା ଅଭିଯୋଗରେ ପୁଲିସ ଉଭୟଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରୁ। ଗାଜିବାଦର ଘଣ୍ଟାଘରର ଜଣେ ନବ ଦମ୍ପତ୍ତି ବିବାହ ବେଦି ଉପରେ ହିଁ ଗୁଳି ଫୁଟାଇଛନ୍ତି। ବର […]

bride and Groom Gun Firing

bride and Groom Gun Firing

Madhupriya Mistry
  • Published: Tuesday, 14 December 2021
  • Updated: 14 December 2021, 05:10 PM IST

Sports

Latest News

ନୂଆଦିଲ୍ଲୀ: ବିବାହ ଖୁସିରେ ହରାଇବସିଲେ ହୋସ୍‌। ସବୁ କିଛି ଭୁଲିଗଲେ ବର-କନିଆଁ। ବେଦି ଉପରେ ଦୁହେଁ ମିଶି ଫୁଟାଇଲେ ଗୁଳି। ତେବେ ତାଙ୍କର ଏହି ଖୁସି ଏବେ ତାଙ୍କ ଉପରେ ହିଁ ଭାରି ପଡିଛି। ସର୍ବସାଧାରଣରେ ଗୁଳି ଫୁଟାଇବା ଅଭିଯୋଗରେ ପୁଲିସ ଉଭୟଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରୁ।

ଗାଜିବାଦର ଘଣ୍ଟାଘରର ଜଣେ ନବ ଦମ୍ପତ୍ତି ବିବାହ ବେଦି ଉପରେ ହିଁ ଗୁଳି ଫୁଟାଇଛନ୍ତି। ବର ପ୍ରଥମେ ବନ୍ଧୁକ ଧରି କନିଆଁକୁ ନିଜ ଆଡକୁ ଟାଣି ଆଣିଥିଲା। ଏହାପରେ ଉଭୟ ମିଶି ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ। ଏସମସ୍ତ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଗତ ରବିବାର ଏହି ଘଟଣା ଘଟିଥିବା କୁହାଯାଉଛି।

ତେବେ ସୌଭାଗ୍ୟବଶତଃ ଏହି ଗୁଳି ବିନିମୟରେ କେହି ଆହତ ହୋଇ ନାହାନ୍ତି।  କିନ୍ତୁ ଉକ୍ତ ଭିଡିଓଟି ବର୍ତ୍ତମାନ ପୁଲିସର ଦୃଷ୍ଟି ଆକର୍ଷଣ କରିଛି। ଉକ୍ତ ଦମ୍ପତ୍ତିଙ୍କ ବିରୋଧରେ ପୁଲସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଦମ୍ପତିଙ୍କ ପରିଚୟ ଜଣାପଡିନାହିଁ। ପୁଲିସର ସୂଚନାନୁସାରେ, କେହି ଆହତ ହୁଅନ୍ତୁ ଅବା ନହୁଅନ୍ତୁ, ଲାଇସେନ୍ସପ୍ରାପ୍ତ ବନ୍ଧୁକ ଥାଇ ମଧ୍ୟ ସର୍ବସାଧାରଣ, ସଭା, ଧାର୍ମିକ ସ୍ଥାନ, ବିବାହରେ ଗୁଳି ଚଳାଇବା ଅପରାଧ।

ତେବେ ଏହି ଘଟଣା ପ୍ରଥମ ନୁହେଁ। ଏହାର କିଛି ଦିନ ପୂର୍ବରୁ ଗାଜିଆବାଦରେ ବିବାହ ସମାରୋହରେ ବର-କନିଆଁଙ୍କ ପକ୍ଷରୁ ଗୁଳି ଚଳାଇଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା। ହର୍ଷ ଫାୟାରିଂ ଉପରେ ରୋକ ଲଗାଇବା ଏବଂ ପୁଲିସର ନିରନ୍ତର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଲୋକମାନେ ସୁଧୁରୁ ନାହାନ୍ତି। ସୋସିଆଲ ମିଡିଆରେ ଲଗାତର ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଗତ କିଛି ଦିନ ତଳେ ମିର୍ଜାପୁରରେ ହର୍ଷ ଫାୟାରିଂ ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମିର୍ଜାପୁରର ଜଣେ ବିଜେପି ବିଧାୟକଙ୍କ ବିବାହ ହଲରେ ଗୁଳି ବିନିମୟରେ ଜଣେ ଯୁବକ ପ୍ରାଣ ହରାଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହା ଘଟଣା ପରେ ବି ବରଯାତ୍ରୀରେ ଗୁଳି ଫୁଟାଇବା ପ୍ରଥା ବନ୍ଦ ହେବାର ନାଁ ନେଉନାହିଁ। ଉତ୍ସବରେ ହେଉଥିବା ହର୍ଷ ଫାୟାରିଂରେ ଲୋକମାନେ ପ୍ରାଣ ହରାଉଛନ୍ତି।

https://twitter.com/mukeshmukeshs/status/1470626094432743427?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos