Advertisment

ବାଇକ୍‌ ବାବାଙ୍କ ଭୟଙ୍କର ଷ୍ଟଣ୍ଟ, ପୁଲିସ କାଟିଲା ୨୬,୦୦୦ ଟଙ୍କାର ଚାଲାଣ

ଲକ୍ଷ୍ନୌ: ଯୁବକ ହୁଅନ୍ତୁ ଅବା ବୟସ୍କ ତଥା ବୃଦ୍ଧ। ସୋଶାଲ ମିଡିଆରେ ଫେମ୍‌ସ ହେବା ପାଇଁ ଏବେ ସମସ୍ତଙ୍କୁ ନିଶା ଘାରିଛି। ଏହି ନିଶା ଚକ୍କରରେ କିଏ କେତେ କ’ଣ କରି ପାକାଉଛନ୍ତି। କେବଳ ଗୋଟିଏ ଲକ୍ଷ୍ୟ ସୋଶାଲ ମିଡିଆରେ ଭାଇରାଲ ହେବେ। ଏପରିକି ନିଜ ଜୀବନ ପ୍ରତି ମଧ୍ୟ ସେମାନଙ୍କ ଭୟ ରହୁନି। କେବଳ ଯୁବକ ଯୁବତୀ ନୁହନ୍ତି ବୃଦ୍ଧବୃଦ୍ଧାମାନେ ମଧ୍ୟ ଇନଷ୍ଟାଗ୍ରାମ ରିଲ୍‌ ଭିଡିଓ ପାଇଁ ପାଗଳ। ନିକଟରେ ଏଭଳି ହିଁ ଏକ ଭିଡିଓ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବାଇକ୍‌ ବାବାଙ୍କ ଭୟଙ୍କର ଷ୍ଟଣ୍ଟ, ପୁଲିସ କାଟିଲା ୨୬,୦୦୦ ଟଙ୍କାର ଚାଲାଣ

bike-stunt

ଲକ୍ଷ୍ନୌ: ଯୁବକ ହୁଅନ୍ତୁ ଅବା ବୟସ୍କ ତଥା ବୃଦ୍ଧ। ସୋଶାଲ ମିଡିଆରେ ଫେମ୍‌ସ ହେବା ପାଇଁ ଏବେ ସମସ୍ତଙ୍କୁ ନିଶା ଘାରିଛି। ଏହି ନିଶା ଚକ୍କରରେ କିଏ କେତେ କ'ଣ କରି ପାକାଉଛନ୍ତି। କେବଳ ଗୋଟିଏ ଲକ୍ଷ୍ୟ ସୋଶାଲ ମିଡିଆରେ ଭାଇରାଲ ହେବେ। ଏପରିକି ନିଜ ଜୀବନ ପ୍ରତି ମଧ୍ୟ ସେମାନଙ୍କ ଭୟ ରହୁନି। କେବଳ ଯୁବକ ଯୁବତୀ ନୁହନ୍ତି ବୃଦ୍ଧବୃଦ୍ଧାମାନେ ମଧ୍ୟ ଇନଷ୍ଟାଗ୍ରାମ ରିଲ୍‌ ଭିଡିଓ ପାଇଁ ପାଗଳ। ନିକଟରେ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ବାଇକ୍‌ ଉପରେ ଭୟଙ୍କର ଷ୍ଟଣ୍ଟ ଦେଖାଉଛନ୍ତି ବୃଦ୍ଧ। ବିଚ୍‌ ରାସ୍ତାରେ ଦ୍ରୁତ ଗତିରେ ଚାଲୁଥିବା ବାଇକ୍‌ ଉପରେ କେତେବେଳେ ହାତ ଛାଡି ଠିଆ ହୋଇପଡୁଛନ୍ତି ତ ଆଉ କେତେବେଳେ ଗୋଟେ ଗୋଡ ଉପରେ ରଖି ବସି ପଡୁଛନ୍ତି। ଷ୍ଟଣ୍ଟ କରିବା ମାମଲାରେ ସେ ଯୁବକମାନଙ୍କୁ ମଧ୍ୟ ମାତ୍‌ ଦେଇଛନ୍ତି। ଉତ୍ତରପ୍ରଦେଶ ଗାଜିଆବାଦର ଏହି ବାଇକ୍‌ ବାବାଙ୍କ ଭୟଙ୍କର ଷ୍ଟଣ୍ଟ ଏବେ ସମସ୍ତଙ୍କୁ ଚକିତ କରିଛି। ସୋଶାଲ ମିଡିଆରେ ଏହି ବୃଦ୍ଧଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।

ବାଇକ୍‌ ବାବାଙ୍କୁ ଏଭଳି ଷ୍ଟଣ୍ଟ ଦେଖାଇବା ମହଙ୍ଗା ପଡିଛି। ପୁଲିସ ତାଙ୍କ ବିରୋଧରେ ନେଇଛି କଡା ଆକ୍ସନ। ତାଙ୍କ ନାଁରେ କାଟିଛି ମୋଟା ଅଙ୍କର ଚାଲାଣ। ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଉକ୍ତ ବୃଦ୍ଧଙ୍କ ନାଁରେ ଗାଜିଆବାଦ ପୁଲିସ ୨୬ ହଜାର ୫୦୦ ଟଙ୍କାର ଫାଇନ୍‌ କାଟିଛି। ତେବେ ଏହି ବୃଦ୍ଧ ଜଣକ କିଏ ଓ କେଉଁଠିକାର ତାଙ୍କ ବୟସ କେତେ ସେ ନେଇ କିଛି ସୂଚନା ମିଳିନାହିଁ।

Advertisment